Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Swami Chaitanyananda Saraswati / କିଏ ଏହି ବାବା ପାର୍ଥ ସାରଥୀ ? କାହିଁକି ତାଙ୍କୁ ନେଇ ଏତେ ଚର୍ଚ୍ଚା ?

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
କିଏ ଏହି ବାବା ପାର୍ଥ ସାରଥୀ ? କାହିଁକି ତାଙ୍କୁ ନେଇ ଏତେ ଚର୍ଚ୍ଚା ?

Key Points

ଓଡ଼ିଶାରୁ ଯାଇ ଦିଲ୍ଲୀରେ କରୁଥିଲେ ଖେଳ !
କି ପ୍ଲାନ୍ କରି ଫସାଉଥିଲେ ଯୁବତୀଙ୍କୁ ?

ପୁଣି ଜଣେ ବାବାଙ୍କ କଳା କାରନାମା ସାମ୍ନାକୁ ଆସିଛି । ବାବା ବେଶରେ ରହୁଥିଲେ, ହେଲେ ମନରେ ଭିତରେ ଥିଲା ପ୍ରବଳ କାମନା ବାସନା । ନିଜ ଶିକ୍ଷାନୁଷ୍ଠାନର ଛାତ୍ରୀଙ୍କୁ କରୁଥିଲେ ଟାର୍ଗେଟ୍ । ଟଙ୍କା ପଇସାର ଲୋଭ ଦେଖାଇ ଗରିବ ଘରର ଝିଅଙ୍କୁ ନିଜ ଜାଲରେ ଫସାଉଥିଲେ । କାରଣ ସେ ଜାଣିଥିଲେ, ଗରିବ ଝିଅଙ୍କ ପ୍ରତି ଯେତେ ଅତ୍ୟାଚାର ହେଲେ ବି ସେମାନେ ମୁହଁ ଖୋଲିବେନି କି ଲଢ଼େଇ କରିବେନି ।


ଓଡ଼ିଶାରେ ଜନ୍ମ ହୋଇ ଦିଲ୍ଲୀରେ ଆଶ୍ରମ ଚଳାଉଥିଲେ ଏହି ଭଣ୍ଡ ବାବା ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ ସାରଥି । ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରେ ଥିବା ଗୋଟିଏ ଘରୋଇ ମ୍ୟାନେଜମେଣ୍ଟ ସଂସ୍ଥାର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ପାର୍ଥ ସାରଥି।


ନିଜ ଶିକ୍ଷାନୁଷ୍ଠାନର ଛାତ୍ରୀମାନଙ୍କୁ କହୁଥିଲେ, "ମୋ ରୁମକୁ ଆସ, ମୁଁ ତୁମକୁ ବିଦେଶ ବୁଲାଇ ନେବି। ଏଥିପାଇଁ ତୁମକୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଏଭଳି ଅଭଦ୍ର ମେସେଜ ପଠାଇ ଛାତ୍ରୀମାନଙ୍କୁ ନିଜ ପାଖକୁ ଡାକୁଥିଲେ । ଯିଏ ତାଙ୍କ କଥା ନଶୁଣିଲା, ତାକୁ ପରୀକ୍ଷାରେ ଫେଲ କରିବାକୁ ଦେଉଥିଲେ ଧମକ ।


ଏହାସହ ପଢ଼ନ୍ତୁ: ୯୯.୯୯ ପରସେଣ୍ଟାଇଲ ରଖିଥିଲେ, ତଥାପି ପରିବାର ଲୋକଙ୍କ ଚାପ ଆଗରେ ହାର ମାନିଲେ ଛାତ୍ର


ଉକ୍ତ ଶିକ୍ଷାନୁଷ୍ଠାନର ୫୦ ଜଣ ଯୁବତୀଙ୍କ ହ୍ୱାଟସଆପ୍‌ରୁ ଏପରି ମେସେଜ ସଂଗ୍ରହ କରିଛି ପୋଲିସ । ଦୀର୍ଘ ବର୍ଷ ହେଲା ଏଠାକାର ଯୁବତୀମାନେ କେମିତି ଯୌନ ନିର୍ଯାତନାର ଶିକାର ହେଉଥିଲେ, ତା’ର କିଛି ତଥ୍ୟ ପୋଲିସ୍‌ ହାତରେ ଲାଗିଛି। ବାବା ପାର୍ଥ ସାରଥି ଅଶାଳୀନ ମେସେଜ ଓ ବଳପୂର୍ବକ ଶାରିରୀକ ସମ୍ପର୍କ ରଖିବାକୁ ଯୁବତୀମାନଙ୍କୁ ବାଧ୍ୟ କରୁଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୨୦୦୯ ଓ ୨୦୧୬ରେ ତାଙ୍କ ବିରୋଧରେ ରୁଜୁ ହୋଇଥିଲା ଅସଦାଚରଣ ମାମଲା । ହେଲେ ସେଥିରୁ ସେ କୌଶଳକ୍ରମେ ଖସିଯିବାରେ ସକ୍ଷମ ହୋଇଥିଲେ। ୨୦୧୬ରେ ଖୋଦ ବସନ୍ତ କୁଞ୍ଜ ଆଶ୍ରମର ଜଣେ ଯୁବତୀ ବାବା ପାର୍ଥ ସାରଥିଙ୍କ ବିରୋଧରେ ଅଭିଯୋଗ କରିଥିଲେ। ତଥାପି ପୁଲିସ୍‌ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା।


ବାବାଙ୍କର ପ୍ରଥମ ମସେଜେରେ କୌଣସି ଧମକପୂର୍ଣ୍ଣ କଥା ନଥାଏ। କିନ୍ତୁ ଯଦି ସେ ଚାହୁଁଥିବା ଢଙ୍ଗରେ ଯୁବତୀମାନେ ଜବାବ ନ ଦିଅନ୍ତି, ତା’ହେଲେ ବାବା ଜଣଙ୍କ ସେମାନଙ୍କୁ ପରୀକ୍ଷାରେ ଫେଲ କରିବାର ଧମକ ଦେଇ ବ୍ଲାକମେଲ କରନ୍ତି।


ଏହାସହ ପଢ଼ନ୍ତୁ: ଜବରଦସ୍ତ ଝଟ୍‌କା ! ଭାରତୀୟ ନିୟମ ମାନିବାକୁ ବାଧ୍ୟ...


ବାବାଙ୍କ ଏପରି କାଣ୍ଡ କାରନାମାରେ ତାଙ୍କୁ ସମ୍ଭବତଃ ସହାୟତା କରୁଥିଲେ ୩ ଜଣ ମହିଳା ୱାର୍ଡେନ। ସେମାନେ ମଧ୍ୟ ହ୍ୱାଟସଆପରେ ଯୁବତୀମାନଙ୍କୁ ମେସେଜ ଓ କଲ କରି ବାବାଙ୍କ ପ୍ରତି ଆକୃଷ୍ଟ କରିବାକୁ ଉଦ୍ୟମ କରୁଥିଲେ। ପୋଲିସ୍‌ ୩ ୱାର୍ଡେନଙ୍କ ବୟାନକୁ ରେକର୍ଡ କରିଛି।


୧୭ ଜଣ ଯୁବତୀ ଦିଲ୍ଲୀର ଡିଫେନ୍ସ କୋଲନୀ ପୋଲିସ୍‌ ଷ୍ଟେସନରେ ଚଳିତ ବର୍ଷ ଅଗଷ୍ଟରେ ବାବାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହି ସମୟରେ ବାବା ଲଣ୍ଡନରେ ଥିଲେ। ଶେଷଥର ପାଇଁ ତାଙ୍କୁ ଆଗ୍ରାରେ ଦେଖିବାକୁ ମିଳିଥିବା ପୋଲିସ୍‌ କହିଛି। ୨୦୦୯ରେ ରୁଜୁ ହୋଇଥିବା ଠକେଇ ଓ ଅସଦାଚରଣ ମାମଲାରେ ପୋଲିସ୍‌ ତାଙ୍କୁ ଗିରଫ ମଧ୍ୟ କରିଥିଲା। ହେଲେ ପରେ ସେ ବାହାରିଯାଇଥିଲେ ।

Sponsored