Indigo Crisis / ନୂଆ ନିୟମ ସମସ୍ତଙ୍କ ପାଇଁ ଲାଗୁ, କିନ୍ତୁ କାହିଁକି 'ମହାସଙ୍କଟ'ରେ ଇଣ୍ଡିଗୋ ?
·7 months ago·4 min read

Key Points
FDTL ନୂଆ ନିୟମରେ ଇଣ୍ଡିଗୋ ବିପର୍ଯ୍ୟସ୍ତ
ଦେଶବ୍ୟାପୀ ଯାତ୍ରୀ ନାହିଁ ନଥିବା ଅସୁବିଧା
କାହିଁକି ହେଲା ଏଭଳି ସମସ୍ୟା ଜାଣନ୍ତୁ ?
ଦେଶବ୍ୟାପୀ ଯାତ୍ରୀ ନାହିଁ ନଥିବା ଅସୁବିଧା
କାହିଁକି ହେଲା ଏଭଳି ସମସ୍ୟା ଜାଣନ୍ତୁ ?
ସାରା ଦେଶରେ ଜାରି ରହିଛି ବିମାନ ବ୍ୟବସ୍ଥାର ଅଚଳାବସ୍ଥା । ଏବେ ବି ଇଣ୍ଡିଗୋର ଉଡ଼ାଣ ବାତିଲ ଓ ବିଳମ୍ବ ଜାରି ରହିଛି । ଯାହାଫଳରେ ଗତ କିଛି ଦିନ ଧରି ହଜାର ହଜାର ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି । ଇଣ୍ଡିଗୋ ହେଉଛି ଭାରତର ସର୍ବବୃହତ ବିମାନ କମ୍ପାନୀ ଯାହା ଘରୋଇ ଯାତ୍ରୀ ପରିବହନର ୬୦ ପ୍ରତିଶତରୁ ଅଧିକ ପରିଚାଳନା କରିଥାଏ । କିନ୍ତୁ ବର୍ତ୍ତମାନ ଇଣ୍ଡିଗୋର ଅଧିକାଂଶ ଉଡ଼ାଣ ବାତିଲ ହେଉଛି । ଏହାର ମୁଖ୍ୟ କାରଣ ହେଉଛି ନୂତନ ଉଡ଼ାଣ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ ହେବା ପରେ କ୍ରୁ' ଅଭାବ । ଗତ ମାସରେ ନୂତନ କ୍ରୁ' ବିଶ୍ରାମ ଏବଂ ଡ୍ୟୁଟି ନିୟମର ଦ୍ୱିତୀୟ ଏବଂ ଅନ୍ତିମ ପର୍ଯ୍ୟାୟ କାର୍ଯ୍ୟକାରୀ ହୋଇଥିଲା । ଆଉ ଏଥିାପାଇଁ ଇଣ୍ଡିଗୋ ସମ୍ପୂର୍ଣ୍ଣ ପ୍ରସ୍ତୁତ ନଥିଲା ।
ବୁଧବାର, ଡିସେମ୍ବର ୩ରେ, କେବଳ ୧୯.୭ ପ୍ରତିଶତ ଉଡ଼ାଣ ଠିକ୍ ସମୟରେ ଭରିଥିଲା । କିନ୍ତୁ ଡିସେମ୍ବର ୪ରେ ଏହା ୩୫ ପ୍ରତିଶତ ଏବଂ ଡିସେମ୍ବର ୫ରେ ୫୦ ପ୍ରତିଶତ ଥିଲା । ଏହି ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନବନ୍ଦରରେ ବିଶୃଙ୍ଖଳା ସୃଷ୍ଟି କରିଛି ।
ସେପଟେ ଏହି ଅଚଳାବସ୍ଥା ପରେ ଇଣ୍ଡିଗୋ କ୍ଷମା ପ୍ରାର୍ଥନା କରିଛି ଏବଂ କ୍ୟାଲିବ୍ରେଟେଡ୍ ଆଡଜଷ୍ଟମେଣ୍ଟ ଆରମ୍ଭ କରିଛି । ଯେଉଁଥିରେ କ୍ରୁ ଉପଲବ୍ଧତାକୁ ଆଧାର କରି କିଛି ଉଡ଼ାଣକୁ ପୁନଃନିର୍ଦ୍ଧାରଣ ଏବଂ ବାତିଲ କରାଯାଇଛି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ମଧ୍ୟ ଏହି ମାମଲାରେ ହସ୍ତକ୍ଷେପ କରିଛି । ଆଉ ଏହି ଏୟାରଲାଇନ୍ସକୁ "ବର୍ତ୍ତମାନର ପରିସ୍ଥିତିର କାରଣ" ବ୍ୟାଖ୍ୟା କରିବାକୁ ଏବଂ ଉନ୍ନତି ଯୋଜନା ଦାଖଲ କରିବାକୁ କହିଛି ।
ନୂତନ ନିୟମ ଦ୍ୱାରା ଇଣ୍ଡିଗୋ କାହିଁକି ଏତେ ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା ?
ନୂତନ FDTL ନିୟମ ସମସ୍ତ ଘରୋଇ ବିମାନ କମ୍ପାନୀ ପାଇଁ ପ୍ରଯୁଜ୍ୟ । ତେବେ ଇଣ୍ଡିଗୋ କାହିଁକି ଏତେ ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା ? ଶିଳ୍ପ ଭିତରର ଲୋକଙ୍କ ଅନୁସାରେ ଏହାର ଉତ୍ତର ଅନେକ କାରଣରେ ରହିଛି, ଯେଉଁଥିରେ ଇଣ୍ଡିଗୋର ବଡ଼ ଧରଣର କାର୍ଯ୍ୟ, ହାଇ ଫ୍ରିକ୍ବେନ୍ସୀ ନେଟୱାର୍କ, ବିଳମ୍ବିତ ରାତି ଏବଂ ପ୍ରାତଃକାଳୀନ ବିମାନର ବହୁ ସଂଖ୍ୟକ ଉଡ଼ାଣ ଅନ୍ତର୍ଭକ୍ତ ।
ଅନ୍ୟ ବିମାନ କମ୍ପାନୀଗୁଡ଼ିକ ଉପରେ କାହିଁକି ପ୍ରଭାବ କମ୍ ?
ନୂତନ ବିମାନ ଯୋଗାଣରେ ବିଳମ୍ବ ଏବଂ ମରାମତି ପାଇଁ ବିମାନ ଗ୍ରାଉଣ୍ଡେଡ୍ ଭଳି କାରଣ ଯୋଗୁଁ ଅନ୍ୟ ଭାରତୀୟ ବିମାନ କମ୍ପାନୀମାନେ ବର୍ତ୍ତମାନ କ୍ଷମତା ତଳେ କାର୍ଯ୍ୟ କରୁଛନ୍ତି । ଏହା ସେମାନଙ୍କୁ କ୍ରୁ' ରୋଷ୍ଟିଂରେ ଅଧିକ ନମନୀୟତା ପ୍ରଦାନ କରେ । କାରଣ ସେମାନଙ୍କର ବର୍ତ୍ତମାନର ଆବାଶ୍ୟକତା ତୁଳନାରେ ଅଧିକ ପାଇଲଟ୍ ଉପଲବ୍ଧ ଅଛନ୍ତି।
ନୂତନ FDTL ନିୟମର ଅର୍ଥ କ'ଣ ?
ନୂତନ FDTL ନିୟମ ଅନୁଯାୟୀ, ପାଇଲଟମାନଙ୍କ ପାଇଁ ସାପ୍ତାହିକ ବିଶ୍ରାମ ଅବଧି ୩୬ ଘଣ୍ଟାରୁ ୪୮ ଘଣ୍ଟାକୁ ବୃଦ୍ଧି କରାଯାଇଛି । ସେହିପରି ରାତିରେ ଲ୍ୟାଣ୍ଡିଂ ସଂଖ୍ୟା ଛଅରୁ ଦୁଇକୁ ହ୍ରାସ କରାଯାଇଛି । ଯାହାକି ଇଣ୍ଡିଗୋର କ୍ରୁ ରୋଷ୍ଟିଂକୁ ଗୁରୁତର ଭାବେ ପ୍ରଭାବିତ କରିଛି । ଇଣ୍ଡିଗୋ ପାଖରେ ଅନ୍ୟ ଏୟାରଲାଇନ୍ସ ତୁଳନାରେ କମ୍ ପାଇଲଟ୍, କ୍ରିୟୁ ସଦସ୍ୟ ରହିଛନ୍ତି ଯାହାର ସିଧା ପ୍ରଭାବ ଉଡ଼ାଣ ଉପରେ ପଡ଼ିଛି । ବର୍ଷେ ଭିତରେ ଆବଶ୍ୟକ ମୁତାବକ ନିଯୁକ୍ତି ଦେଇନି ଇଣ୍ଡିଗୋ । ଯାହା ବର୍ତ୍ତମାନ ବଡ଼ ସମସ୍ୟା ସୃଷ୍ଟି କରିଛି ।
ନୂତନ ନିୟମର ଉଦ୍ଦେଶ୍ୟ କ'ଣ?
ଏହି ନୂତନ ନିୟମଗୁଡ଼ିକ ପାଇଲଟଙ୍କ ଥକାପଣକୁ ଭଲ ଭାବରେ ସମାଧାନ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହି ନିୟମଗୁଡ଼ିକ ମୂଳତଃ ଜୁନ୍ ୨୦୨୪ରେ କାର୍ଯ୍ୟକାରୀ ହେବାକୁ ସ୍ଥିର କରାଯାଇଥିଲା। କିନ୍ତୁ, ଇଣ୍ଡିଗୋ ଏବଂ ଅନ୍ୟ ଏୟାରଲାଇନ୍ସଙ୍କ ବିରୋଧ ପରେ ସେଗୁଡ଼ିକୁ ସ୍ଥଗିତ ରଖାଯାଇଥିଲା।
ଏୟାରଲାଇନ୍ସର ଯୁକ୍ତି କ'ଣ?
ଏୟାରଲାଇନ୍ସର ମୁଖ୍ୟ ଯୁକ୍ତି ଥିଲା ଯେ ନୂତନ ନିୟମ ପାଇଁ ଅଧିକ କର୍ମଚାରୀ ଆବଶ୍ୟକ ହେବ। ସେମାନେ ସେଗୁଡ଼ିକୁ ଏକ ବିସ୍ତାରିତ ଅବଧି ମଧ୍ୟରେ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବାକୁ ଚାହୁଁଥିଲେ ।
ସେତେବେଳେ ନିୟମଗୁଡ଼ିକ କିପରି କାର୍ଯ୍ୟକାରୀ ହୋଇଥିଲା?
ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ DGCA ଏହି ବର୍ଷ ଏହି ନିୟମଗୁଡ଼ିକୁ କାର୍ଯ୍ୟକାରୀ କରିଥିଲା। ଜୁଲାଇ ଏବଂ ନଭେମ୍ବରରେ ଦୁଇଟି ପର୍ଯ୍ୟାୟରେ ସେଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଥିଲା। ଯଦିଓ ଇଣ୍ଡିଗୋ ପ୍ରଥମ ପର୍ଯ୍ୟାୟରେ କୌଣସି ବଡ଼ ପ୍ରଭାବ ପକାଇନଥିଲା, ଯେଉଁଥିରେ କ୍ରୁ ପାଇଁ ଦୀର୍ଘ ସାପ୍ତାହିକ ବିଶ୍ରାମ ଅବଧି ଅନ୍ତର୍ଭୁକ୍ତ ଥିଲା। ଦ୍ୱିତୀୟ ପର୍ଯ୍ୟାୟ ଅନ୍ୟ ଏୟାରଲାଇନ୍ସ ତୁଳନାରେ ଇଣ୍ଡିଗୋକୁ ଅଧିକ ପ୍ରଭାବିତ କରିଛି ।
ବର୍ତ୍ତମାନ ଇଣ୍ଡିଗୋରେ ୫,୪୫୬ ପାଇଲଟ୍ ଏବଂ ୧୦,୨୧୨ କ୍ୟାବିନ କ୍ରୁ ସଦସ୍ୟ ଅଛନ୍ତି। ୪୧ ହଜାରରୁ ଅଧିକ ସ୍ଥାୟୀ କର୍ମଚାରୀ ଅଛନ୍ତି। ଇଣ୍ଡିଗୋ କହିଛି ଯେ ନୂତନ ଉଡ଼ାଣ ସମୟ ସୀମା ନିୟମ ଯୋଗୁଁ ପାଇଲଟ୍ ଏବଂ କର୍ମଚାରୀଙ୍କ ଅଭାବ ଦେଖାଦେଇଛି ।
ଇଣ୍ଡିଗୋ ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିଲା ନାହିଁ କାହିଁକି?
ନୂତନ FDTL ନିୟମ ଅନୁଯାୟୀ, ଉଡ଼ାଣ କ୍ରୁ ପାଇଁ ରାତି ଅବତରଣ ଅନୁମତି ଛଅରୁ ଦୁଇକୁ ହ୍ରାସ କରାଯାଇଛି । ଇଣ୍ଡିଗୋ ଅନ୍ୟ କମ୍ପାନୀ ତୁଳନାରେ ଅଧିକ ରାତି ଉଡ଼ାଣ କରିଥାଏ । ୪୦୦ରୁ ଅଧିକ ବିମାନର ଏକ ଫ୍ଲିଟ୍ ସହିତ ଇଣ୍ଡିଗୋ ପ୍ରତିଦିନ ୨୩୦୦ରୁ ଅଧିକ ଉଡ଼ାଣ ଭରିଥାଏ । ୯୦ରୁ ଅଧିକ ଘରୋଇ ଏବଂ ୪୫ଟି ଅନ୍ତର୍ଜାତୀୟ ଗନ୍ତବ୍ୟ ସ୍ଥଳକୁ ଇଣ୍ଡିଗୋ ସଂଯୋଗ କରିଥାଏ । ଯଦି ମୋଟ ଉଡ଼ାଣରୁ ୧୦ ପ୍ରତିଶତ ବାତିଲ ହୁଏ ତେବେ ଇଣ୍ଡିଗୋର ୨୩୦ରୁ ଅଧିକ ବିମାନ ଉଡ଼ାଣ ବାତିଲ ହେବ । ଯଦି ଅନ୍ୟ ବିମାନ କମ୍ପାନୀ କଥା କହିବା ତେବେ ଏୟାର ଇଣ୍ଡିଆ ଇଣ୍ଡିଗୋ ତୁଳନାରେ ପ୍ରତିଦନି ଅଧାରୁ କମ୍ ଉଡ଼ାଣ ଭରିଥାଏ ।
ସରକାରଙ୍କ ପାଖରେ କ'ଣ ଥିଲା ବିକଳ୍ପ ?
ସରକାରଙ୍କ ପାଖରେ ୪ଟି ବକିଳ୍ପ ରହିଥିଲା । DGCA ସମ୍ପୂର୍ଣ୍ଣ ଭାବେ ନୂତନ ନିୟମକୁ ପ୍ରତ୍ୟାହାର କରିପାରିଥାନ୍ତା । କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଏହା ସମ୍ଭବ ନଥିଲା । ଯାତ୍ରୀ ପରିବହନ ପାଇଁ ଅନ୍ୟ ଏୟାରଲାଇନ୍ସ ସହ ସମନ୍ଵୟ ରକ୍ଷା କରାଯାଇପାରିଥାନ୍ତା । ଏହା ମଧ୍ୟ ନିର୍ଦ୍ଦିଷ୍ଟ ମାର୍ଗରେ ସମ୍ଭବ । ପାଇଲଟଙ୍କୁ ସ୍ଵଳ୍ପ ସମୟ ବିଶ୍ରାମ ଦିଆଯାଇପାରିଥାନ୍ତା । କିନ୍ତୁ ଏହା ଇଣ୍ଡିଗୋକୁ ଅଧିକ ଜରିମାନା ସହ ସ୍ଥିତିକୁ ଆହୁରି ସଙ୍ଗୀନ କରିଥାନ୍ତା । ଏବେ ନୂଆ ନିୟମରୁ DGCA ୨୦୨୬ ଫେବ୍ରୁଆରୀ ୧୦ ପର୍ଯ୍ୟନ୍ତ ସାମୟିକ ଆଶ୍ଵସ୍ଥି ଦେଇଛି ।
କେତେ ଇଣ୍ଡିଗୋ ଉଡ଼ାଣ ବାତିଲ ହୋଇଥିଲା?
ଡିଜିସିଏ ଅନୁଯାୟୀ, ଇଣ୍ଡିଗୋ ନଭେମ୍ବର ମାସରେ ୧,୨୩୨ଟି ଉଡ଼ାଣ ବାତିଲ୍ ରିପୋର୍ଟ କରିଛି । ଯେଉଁଥିରୁ ୭୫୫ଟି ବିମାନ କର୍ମଚାରୀ ଏବଂ FDTL ସମ୍ବନ୍ଧୀୟ ପ୍ରତିବନ୍ଧକ ଯୋଗୁଁ ହୋଇଥିଲା । ୨୫୮ଟି ବାତିଲ ଆକାଶ ମାର୍ଗ ଏବଂ ବିମାନବନ୍ଦର ପ୍ରତିବନ୍ଧକ ଯୋଗୁଁ ହୋଇଥିଲା । ସେହିପରି ୯୨ଟି ବିମାନ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା ବିଫଳତା ଯୋଗୁଁ ହୋଇଥିଲା । ଯେତେବେଳେ ୧୨୭ଟି ବାତିଲ ଅନ୍ୟାନ୍ୟ ବିଭିନ୍ନ କାରଣ ଯୋଗୁଁ ହୋଇଥିଲା । ଏୟାରଲାଇନ୍ସର ଅନ୍-ଟାଇମ୍ କାର୍ଯ୍ୟଦକ୍ଷତା (OTP) ମଧ୍ୟ ନଭେମ୍ବରରେ ୮୪.୧ ପ୍ରତିଶତରୁ ୬୭.୭ ପ୍ରତିଶତକୁ ହ୍ରାସ ପାଇଛି । ଆଉ ଡିସେମ୍ବର ଆରମ୍ଭରେ ବ୍ୟାପକ ବାଧା ସହିତ ଭାରତର ସବୁଠାରୁ ସମୟାନୁବର୍ତ୍ତୀ ବିମାନ କମ୍ପାନୀ ଭାବରେ ପରିଚିତ ଇଣ୍ଡିଗୋର OTP ଆହୁରି ହ୍ରାସ ପାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: