Love Triangle Murder / ତ୍ରିକୋଣୀୟ ପ୍ରେମର କରୁଣ ପରିଣତି; ପ୍ରେମିକର ପ୍ରେମିକାକୁ ହତ୍ୟା
·7 months ago·2 min read

Key Points
ତ୍ରିକୋଣୀୟ ପ୍ରେମ ପାଇଁ ଗଡ଼ିଲା ମୁଣ୍ଡ
ଦୁଇ ଜଣଙ୍କୁ ପ୍ରେମ କରୁଥିଲେ ଯୁବକ
ଗର୍ଲଫ୍ରେଣ୍ଡକୁ ଗୁଳି କଲା ଗର୍ଲଫ୍ରେଣ୍ଡ
ଦୁଇ ଜଣଙ୍କୁ ପ୍ରେମ କରୁଥିଲେ ଯୁବକ
ଗର୍ଲଫ୍ରେଣ୍ଡକୁ ଗୁଳି କଲା ଗର୍ଲଫ୍ରେଣ୍ଡ
ତ୍ରିକୋଣୀୟ ପ୍ରେମର କରୁଣ ପରିଣତି । ପ୍ରେମ ପାଇଁ ପୁଣି ଗଡ଼ିଲା ମୁଣ୍ଡ । ପ୍ରତିଶୋଧ ପରାୟଣ ହୋଇ ଜୀବନ ନେବାକୁ ପଛାଇଲେ ନାହିଁ ଯୁବତୀ । ଶେଷରେ ଫୁଟିଲା ଗୁଳି । ଜଣେ ଯୁବକ ଦୁଇ ଜଣ ଯୁବତୀଙ୍କୁ ପ୍ରେମ କରୁଥିଲେ । ସତ ପଦାକୁ ଆସିବା ପରେ ଗୋଟିଏ ଗର୍ଲଫ୍ରେଣ୍ଡ ଅନ୍ୟ ଗର୍ଲଫ୍ରେଣ୍ଡର ଜୀବନ ନେଇଛି । ୨୫ ବର୍ଷୀୟ ଯୁବତୀ ଜଣକ ୧୯ ବର୍ଷୀୟ ଯୁବତୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣା ଘଟିଛି ମୁମ୍ବାଇର ଶିବାଜୀ ନଗରରେ । ପୋଲିସ ପ୍ରାଥମିକ ତଦନ୍ତରୁ ତ୍ରିକୋଣୀୟ ପ୍ରେମ ବୋଲି କହିଛି ।
ମୃତ୍ୟୁ ଘଟିଥିବା ଯୁବତୀ ଜଣକ ହେଉଛନ୍ତି ଶିଫା ଶେଖ, ଯାହାଙ୍କୁ ଯୁବତୀ ଜଣକ ଶିବାଜୀ ନଗରର ଫରକାନିଆ ମସଜିଦ ନିକଟରେ ଗୁଳି କରି ହତ୍ୟା କରିଛନ୍ତି । ଗୁଳିକାଣ୍ଡ ଘଟିବାର ୧୨ ଘଣ୍ଟା ମଧ୍ୟରେ ମୁମ୍ବାଇ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନେ ହେଉଛନ୍ତି ପ୍ରାଥମିକ ଅଭିଯୁକ୍ତ ତଥା ଗୁଳି ଚଳାଇଥିବା ୨୫ ବର୍ଷୀୟ ମହିଳା ଓ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ୨୩ ବର୍ଷୀୟ ଯୁବକ ।
ଏହାପରେ ଏକ ସ୍ଵତନ୍ତ୍ର ପୋଲିସ ଟିମ ହସ୍ପିଟାଲରେ ପହଞ୍ଚିଥିଲେ । ଶିଫାଙ୍କୁ ଗୁଳି ଅତି ନିକଟରୁ ବାଜିଥିବାରୁ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏହାପରେ ପୋଲିସ ସିସିଟିଭି ଆଧାରରେ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି । ତ୍ରିକୋଣୀୟ ପ୍ରେମ ଯୋଗୁଁ ଗୁଳିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ।

- ମଙ୍ଗଳବାର ଘଟିଛି ଗୁଳିକାଣ୍ଡ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories