|
logo
Live
Argus News App
GET APP

Argus News - ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ପୁରୀ ଜିଲ୍ଲା; ଦ୍ଵିତୀୟ ପସନ୍ଦ ପାଲଟିଲା କୋଣାର୍କ

Odisha

Religious tourism / ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ପୁରୀ ଜିଲ୍ଲା; ଦ୍ଵିତୀୟ ପସନ୍ଦ ପାଲଟିଲା କୋଣାର୍କ

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·2 min read
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ପୁରୀ ଜିଲ୍ଲା; ଦ୍ଵିତୀୟ ପସନ୍ଦ ପାଲଟିଲା କୋଣାର୍କ
Puri attractions

Key Points

ପୁରୀ ଜିଲ୍ଲାରେ ବଢିବାରେ ଲାଗିଛି ପର୍ଯ୍ୟଟକଙ୍କ ସଂଖ୍ୟା
ଏହି ଧର୍ମ ନଗରୀ ପାଲଟିଛି ପର୍ଯ୍ୟଟନର ହଟସ୍ପଟ୍
କୋଣାର୍କ ସାଜିଛି ପର୍ଯ୍ୟଟକଙ୍କ ଦ୍ଵିତୀୟ ପସନ୍ଦ
ପର୍ଯ୍ୟଟନର ହଟସ୍ପଟ ପାଲଟିଲା ପୁରୀ ଜିଲ୍ଲା ।  ଉପକୂଳବର୍ତ୍ତୀ ଏହି ଜିଲ୍ଲାରେ ଧୀରେ ଧୀରେ ପର୍ଯ୍ୟଟନ ଶିଳ୍ପ ବ୍ୟାପକ ହେବାରେ ଲାଗିଛି । କେବଳ ଶ୍ରୀମନ୍ଦିର କି ବେଳାଭୂମି ନୁହେଁ, ବରଂ ସମଗ୍ର ଜିଲ୍ଲାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ପୁରୀ ଜିଲ୍ଲାର ୨୧ଟି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସମାଗମ ବର୍ଷାନୁକ୍ରମେ ବଢ଼ିଚାଲିଛି । କୋଭିଡ ପରଠାରୁ ପର୍ଯ୍ୟଟକଙ୍କ ଆଗମନ ଗ୍ରାଫ ଉପରମୁହାଁ ହେଉଥିବା ଦେଖିବାକୁ ମିଳିଛି ।

ଯଦି ଆମେ ତଥ୍ୟ ଦେଖିବା, ତେବେ ୨୦୨୪ ମସିହାରେ ସମଗ୍ର ଜିଲ୍ଲାରେ ୨୧ଟି ପର୍ଯ୍ୟଟନ ସ୍ଥଳୀରେ ୪ କୋଟି ୩୦ଲକ୍ଷରୁ ଊର୍ଦ୍ଧ୍ଵ ପର୍ଯ୍ୟଟକଙ୍କ ପାଦ ପଡ଼ିଛି । ଅଧିକାଂଶ ପର୍ଯ୍ୟଟକ ପୁରୀ ସମେତ ଜିଲ୍ଲାର ଅନ୍ୟ ପର୍ଯ୍ୟଟନସ୍ଥଳୀ ମଧ୍ୟ ପରିଦର୍ଶନ କରୁଛନ୍ତି । ପୁରୀ ସହରକୁ ସର୍ବାଧିକ ପର୍ଯ୍ୟଟକଙ୍କ ଆଗମନ ହେଉଥିବା ବେଳେ, ଏହା ତଳକୁ ରହିଛି କୋଣାର୍କ ।

ରାଜ୍ୟ ପର୍ଯ୍ୟଟନ ପରିସଂଖ୍ୟାନ ତଥ୍ୟ ମୁତାବକ, ପୁରୀ ସହରକୁ ବର୍ଷକ ମଧ୍ୟରେ ୨ କୋଟି ୪୩ ଲକ୍ଷ ୧୪ ହଜାର ପର୍ଯ୍ୟଟକଙ୍କ ଆଗମନ ହୋଇଛି । କୋଣାର୍କକୁ ଦୈନନ୍ଦିନ ଭ୍ରମଣ ତଥ୍ୟ ମୁତାବକ ୨୦୨୨ ମସିହାରେ କୋଣାର୍କକୁ ୪୨ ଲକ୍ଷ ୮୦ ହଜାର ୫୦୦ ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା । ୨୦୨୩ ମସିହାରେ ଏହା ୫୬ ଲକ୍ଷ ୮୫ ହଜାର ୮୮୪କୁ ବୃଦ୍ଧି ପାଇଥିଲା । ୨୦୨୪ରେ ଏହା ୬୭ଲକ୍ଷ ୭,୮୨୧କୁ ବୃଦ୍ଧି ପାଇଛି । ଅର୍ଥାତ ପୁରୀ ସହର ପରେ ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ଦ୍ବିତୀୟ ସର୍ବାଧିକ ପସନ୍ଦର ସ୍ଥାନ ପାଲଟିଛି ।

୨୦୨୪ ରିପୋର୍ଟ ଅନୁଯାୟୀ ଜିଲ୍ଲାର ୨୧ଟି ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିଛି । ସେହି ସ୍ଥାନଗୁଡ଼ିକ ହେଉଛି ଚିଲିକା ଓ ସାତପଡ଼ା, ବିଶ୍ବନାଥ ମୁଣ୍ଡିଆ, କାକଟପୁର, ଅସ୍ତରଙ୍ଗ, କୁରୁମ, ସତ୍ୟବାଦୀ, ବାଲିହରଚଣ୍ଡୀ, ଚୌରାସି, ରଘୁରାଜପୁର, ବ୍ରହ୍ମଗିରି, ପିପିଲି, ରାମଚଣ୍ଡୀ, ରାଜସ୍ଵ ଗ୍ରାମ ବେଲେଶ୍ଵର, ଜାହାନିଆ ପୀର, ବାଲିଗାଁ, ବରାଳ ବାଲୁଙ୍କେଶ୍ଵର, ମାଣିକପାଟଣା, ମା' ମଙ୍ଗଳା ମନ୍ଦିର ଆଦି ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି । 

ଏଥିସହ ପଢନ୍ତୁ: ଫେବୃଆରୀରେ ଛୁଟି କାଟିବା ପାଇଁ ଭ୍ରମଣସ୍ଥଳୀ ଖୋଜୁଛନ୍ତି କି ? ସ୍ଵର୍ଗଠୁ କମ ନୁହଁ ଏହି ସ୍ଥାନ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Religious tourism: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ପୁରୀ ଜିଲ୍ଲା; ଦ୍ଵିତୀୟ ପସନ୍ଦ ପାଲଟିଲା କୋଣାର୍କ | Argus News