Dharohar Website / ଅନଲାଇନରେ ନକଲି ଶାଢୀ ଚିହ୍ନିବ 'ଧରୋହର'; QR କୋଡ୍ କହିବ ପ୍ରଡକ୍ଟର ମାନ
·1 month ago·3 min read

Key Points
ଏଣିକି ଅନଲାଇନରେ ମିଳିପାରିବ ଖାଣ୍ଟି ପାଟ୍ଟ ଶାଢୀ
ଆଉ ଠକେଇର ଶିକାର ହେବେନି ଗ୍ରାହକ
ରେଭେନ୍ସା ଛାତ୍ର ଆଣିଲେ ଧରୋହର ୱେବସାଇଟ୍
ଆଉ ଠକେଇର ଶିକାର ହେବେନି ଗ୍ରାହକ
ରେଭେନ୍ସା ଛାତ୍ର ଆଣିଲେ ଧରୋହର ୱେବସାଇଟ୍
ଅନେକ ସମୟରେ ଓଡ଼ିଶାଠୁ ଦୂରରେ ଥିବା ଓଡ଼ିଆଟିଏ ଆମ ପାରମ୍ପରିକ ବସ୍ତ୍ର କିଣିବାକୁ ମନ ବଳାଇଥାଏ । ହେଲେ ସେ ସର୍ବଦା ସଫଳ ହୋଇପାରିନଥାଏ । ଅନଲାଇନରେ ସଠିକ ଉତ୍ପାଦ ମିଳୁନଥିବାରୁ ଗ୍ରାହକଟିକୁ ଅଫଲାଇନ ମାଧ୍ୟମ ଉପରେ ନିର୍ଭର କରିବାକୁ ପଡ଼ିଥାଏ । ସେଥିଲାଗି ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ଅଫଲାଇନ ଦୋକାନୀଙ୍କୁ ଖୋଜିବାକୁ ପଡ଼େ । ଯଦି କେବେକେବେ ଆମେ ଅନଲାଇନରୁ ଶାଢୀ କିଣିଥାଉ, ତେବେ ଉକ୍ତ ପ୍ରଡକ୍ଟର ମାନ ମଧ୍ୟ ସଠିକ ମିଳିନଥାଏ । ଏଣୁ ଗ୍ରାହକଙ୍କୁ ସମୟ ଲାଗୁ ପଛେ, ଅଫଲାଇନ ମାଧ୍ୟମ ଉପରେ ଭରସା କରିଥାନ୍ତି । ହେଲେ ଏବେ ଆଉ ଏପରି ହେବନାହିଁ । କାରଣ ରେଭେନ୍ସା ବିଶ୍ବବିଦ୍ୟାଳୟର ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ତୃତୀୟ ବର୍ଷର ଛାତ୍ର ଏପରି ଏକ ୱେବସାଇଟ୍ ବିକଶିତ କରିଛନ୍ତି, ଯାହାକି ଅନଲାଇନରେ ନକଲି ଶାଢୀକୁ ଚିହ୍ନିବ । ଏଥିଲାଗି ତାଙ୍କୁ ରାଜ୍ୟ ସରକାର ପୁରସ୍କୃତ ମଧ୍ୟ କରିଛନ୍ତି ।
ଏହି ୱେବସାଇଟ୍ର ନାମ ହେଉଛି 'ଧରୋହର' । ତୃତୀୟ ବର୍ଷର ଛାତ୍ର ଦେବୀ ପ୍ରସାଦ ମିଶ୍ର ନିଜେ ଥରେ ଠକେଇର ଶିକାର ହେବା ପରେ ତାଙ୍କ ମନକୁ ଏପରି କିଛି ନୂଆ କରିବାର ଚିନ୍ତାଧାରା ଆସିଥିଲା । ସେ ଏକଦା ଅନଲାଇନରୁ ଓଡ଼ିଶାର ଏକ ପାରମ୍ପରିକ ବସ୍ତ୍ର କିଣିଥିଲେ । ବସ୍ତ୍ରର ପୁରା ପଇସା ଦେଇଥିଲେ ମଧ୍ୟ ତାହାର ମାନ ସଠିକ୍ ନଥିଲା । ଏଥିଲାଗି ସେ ନକଲି ଶାଢୀ ଓ ବସ୍ତ୍ର ଚିହ୍ନିବା ଲାଗି ଏପରି ଏକ ଅତ୍ୟାଧୁନିକ ୱେବସାଇଟ୍ ବିକଶିତ କରିଥିବା କହିଛନ୍ତି ।
ଏଥିସହ ପଢନ୍ତୁ: ଏୟାରଟେଲ୍ ଗ୍ରାହକଙ୍କୁ ବଡ଼ ଝଟକା; ବନ୍ଦ କଲା ଏହି ଫ୍ରି ସବସ୍କ୍ରିପସନ

- ଉପକୃତ ହେବେ ଉଭୟ ଗ୍ରାହକ ଓ ବୁଣାକାର
- କେମିତି ନକଲି ଶାଢୀ ଚିହ୍ନିବ 'ଧରୋହର' ?
- QR କୋଡ୍ କହିବ ପ୍ରଡକ୍ଟର ମାନ
- ପୁରସ୍କୃତ କଲେ ରାଜ୍ୟ ସରକାର
ଏଥିସହ ପଢନ୍ତୁ: ଏୟାରଟେଲ୍ ଗ୍ରାହକଙ୍କୁ ବଡ଼ ଝଟକା; ବନ୍ଦ କଲା ଏହି ଫ୍ରି ସବସ୍କ୍ରିପସନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories