Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚର୍ଚ୍ଚାରେ ପିନାକୀ ମିଶ୍ର ଓ ମହୁଆଙ୍କ ୱେଡିଂ କେକ୍

Smruti Parija
Browse all articles by Smruti Parija
·1 year ago·2 min read
ଚର୍ଚ୍ଚାରେ ପିନାକୀ ମିଶ୍ର ଓ ମହୁଆଙ୍କ ୱେଡିଂ କେକ୍

Key Points

ଚର୍ଚ୍ଚାରେ ପିନାକୀ ମିଶ୍ର ଓ ମହୁଆଙ୍କ ୱେଡିଂ କେକ୍

ପିନାକୀ ମିଶ୍ର ଓ ମହୁଆ ମୋଇତ୍ରାଙ୍କ ଦ୍ୱିତୀୟ ବିବାହକୁ ନେଇ ଗତକାଲିଠୁ ଚର୍ଚ୍ଚା

ମହୁଆଙ୍କ ହାତ ଧରିଛନ୍ତି ପିନାକୀ ମିଶ୍ର


ପୂର୍ବତନ ବିଜେଡି ସାଂସଦ ପିନାକୀ ମିଶ୍ର ଓ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଦ୍ୱିତୀୟ ବିବାହକୁ ନେଇ ଗତକାଲିଠୁ ଚର୍ଚ୍ଚା ଚାଲିଥିବାବେଳେ ଏବେ ଦୁହିଁଙ୍କର ଆଉ ଏକ ଫଟୋ ସାମନାକୁ ଆସିଛି । ଫଟୋରେ ଦୁହେଁ ନିଜ ୱେଡିଂ କେକ୍ କାଟୁଛନ୍ତି । ମହୁଆଙ୍କ ହାତ ଧରିଛନ୍ତି ପିନାକୀ ମିଶ୍ର, ଉଭୟ ମିଶି ବେଶ ଖୁସିର ସହ କେକ୍ କାଟୁଥିବା ଏହି ଫଟୋଟି ଏବେ ଚର୍ଚ୍ଚାରେ । କାରଣ କେକ୍ ଟି ଉଭୟଙ୍କ ପ୍ରଫେସନାଲ, ଲାଇଫ୍ ଷ୍ଟାଇଲ୍, ଏବଂ ତାଙ୍କ ଆଉଟ ଫିଟ୍ କୁ ନେଇ ଖୁବ ସୁନ୍ଦର ଭାବରେ କଷ୍ଟମାଇଜଡ୍ କରାଯାଇଛି ।


ହାତକୁ ଦି ହାତ ହେଲେ ପିନାକୀ ମିଶ୍ର ଓ ମହୁଆ ମୋଇତ୍ରା


ଲୁଇସ୍ ଭୁତୋଂ ବ୍ୟାଗ୍ ଓ Law Book କେକ୍ ରେ ସ୍ଥାନିତ ହୋଇଛି । ବିବାହର ମୁଖ୍ୟ ଆକର୍ଷଣ ସାଜିଥିଲା କେକ୍ । ​​ଯାହା ଦମ୍ପତିଙ୍କ ବ୍ୟକ୍ତିତ୍ୱ, ଆବେଗ ଏବଂ କ୍ୟାରିଅରକୁ ପ୍ରତିଫଳିତ କରିଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମହୁଆ ମୋଇତ୍ରା, ସଂସଦରେ ତାଙ୍କର ପାୱାରଫୁଲ୍ ଭାଷଣ ସବୁବେଳେ ଧ୍ୟାନ ଆକର୍ଷଣ କରିଥାଏ । ସେହିପରି ସାମ୍ବିଧାନିକ ମାମଲାରେ ଦଶନ୍ଧିର ଅଭିଜ୍ଞତା ରଖିଥିବା ଏବଂ ଜଣେ ଆଇନଜୀବୀ ଭାବରେ ପିନାକୀ ମିଶ୍ର, ଭିନ୍ନ ରାଜନୈତିକ ବିଚାରଧାରା ଏବଂ ପୃଷ୍ଠଭୂମିକୁ ପ୍ରତିନିଧିତ୍ୱ କରନ୍ତି । ଯାହା କେକ୍ ରେ ପ୍ରତିଫଳିତ ହୋଇଥିବା ଦେଖିବାକୁ ମିଳିଛି ।


କେକ୍ ରେ ପିନାକୀ ମିଶ୍ରଙ୍କ ଏକ ପ୍ରତିକୃତି , ତାପାଖରେ ରହିଛି ଆଇନ ପୁସ୍ତକ, ଏବଂ ଆଇନ ସହ ଜଡିତ କିଛି ପ୍ରତୀକ । ସେହିପରି ମହୁଆ ମୋଇତ୍ରାଙ୍କ ପ୍ରତିମୂର୍ତ୍ତିରେ ଏକ କ୍ଷୁଦ୍ର ଲୁଇସ୍ ଭୁଇଟନ୍ ହ୍ୟାଣ୍ଡବ୍ୟାଗ୍ ରହିଛି । ଯାହା ତାଙ୍କର ବ୍ୟକ୍ତିତ୍ୱ ଏବଂ ଆଧୁନିକ ଦୃଷ୍ଟିକୋଣର ଚିନ୍ତାଧାରାକୁ ପ୍ରତିଫଳିତ କରୁଛି ।


ତେବେ ଗତକାଲି ଉଭୟଙ୍କର ବିବାହ ଫଟୋ ସାମନାକୁ ଆସିଥିଲା । ଉଭୟ ଜର୍ମାନୀରେ ବିବାହ କରିଥିବା ନେଇ ପ୍ରଥମେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।

Sponsored