Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Peeda Book Controversy / ବିଜେଡି ସରକାରର ପୋଲ ଖୋଲିଲେ ଅରୁଣ; କହିଲେ, ଓଡ଼ିଆ ନ ପଢିବା ନ କହିବା ସବୁଠୁ ବଡ଼ ଅପମାନ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ବିଜେଡି ସରକାରର ପୋଲ ଖୋଲିଲେ ଅରୁଣ; କହିଲେ, ଓଡ଼ିଆ ନ ପଢିବା ନ କହିବା ସବୁଠୁ ବଡ଼ ଅପମାନ
Arun Sahoo

Key Points

ପୀଡା ବହି ଲେଖି ବିଜେଡି ସରକାରର ପୋଲ ଖୋଲିଲେ ଅରୁଣ
ଦୀର୍ଘ ବର୍ଷ ଶାସନ ପରେ ବି ଅପପୁଷ୍ଟିରୁ ବାହାରିନି ଓଡ଼ିଶା
ଅରୁଣଙ୍କ ପ୍ରଶ୍ନ, ଦୁର୍ନୀତି, ଦୁର୍ଗତି, ପଶ୍ଚାତ୍‌ଗତି ପାଇଁ ଦାୟୀ କିଏ ?
 
କହିଁ ପେ ନିଘାଏ କହିଁ ପେ ନିଶାନା । ଶୀତୁଆ ସନ୍ଧ୍ୟାରେ 'ପୀଡା' ବହିର ଉନ୍ମୋଚନ କରି ବିଜେଡି ରାଜନୀତିକୁ ଉଷ୍ମ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ବିଧାୟକରୁ ଲେଖକ ସାଜି ନିଜ ଭିତରର ପୀଡାକୁ ବହି ମାଧ୍ୟମରେ ସାମ୍ନାକୁ ଆଣିଛନ୍ତି ଅରୁଣ । ନୂଆପଡ଼ା ଉପନିର୍ବାଚନ ସମୟରେ ଲୋକଙ୍କ ସମସ୍ୟା ଦେଖି ବିଜେଡି ସରକାରର ପୋଲ୍ ଖୋଲିଛନ୍ତି ଅରୁଣ । ଓଡ଼ିଆ ନ ପଢିବା, ନ କହିବା ସବୁଠୁ ବଡ଼ ଅପମାନ କହି ନବୀନଙ୍କୁ କରିଛନ୍ତି କଟାକ୍ଷ ।

ଶୀତୁଆ ସନ୍ଧ୍ୟାରେ 'ପୀଡା' ବହିର ଉନ୍ମୋଚନ କରି ବିଜେଡି ରାଜନୀତିକୁ ଉଷ୍ମ କରିଛନ୍ତି ଅରୁଣ । ବିଧାୟକରୁ ଲେଖକ ସାଜି ନିଜ ଭିତରର ପୀଡାକୁ ବହି ମାଧ୍ୟମରେ ସାମ୍ନାକୁ ଆଣିଛନ୍ତି ଅରୁଣ । ନୂଆପଡ଼ା ଉପନିର୍ବାଚନ ସମୟରେ ଲୋକଙ୍କ ସମସ୍ୟା ଦେଖି ବିଜେଡି ସରକାରର ପୋଲ ଖୋଲିଛନ୍ତି ଅରୁଣ । ଲେଖିଛନ୍ତି ଅନେକ ଅଞ୍ଚଳ ବୁଲିବା ପରେ ସାମାଜିକ ସ୍ଥିତି, ଚଳଣି, ଜୀବନ ଧାରଣର ମାନ, ଅର୍ଥନୈତିକ ଅଭିବୃଦ୍ଧି, ଅପପୁଷ୍ଟି, ଭୟଭ୍ରାନ୍ତି ସାଥିରେ ବିଭ୍ରାନ୍ତି ରହିଛି ।

ଅରୁଣ ଆହୁରି ଲେଖିଛନ୍ତି ଏତେ ବର୍ଷ ଶାସନ ବ୍ୟବସ୍ଥା ଭିତରେ କାହିଁକି ଆମେ ପ୍ରଗତିର ଚରମ ଶିଖରରେ ପହଞ୍ଚି ନାହେଁ ? କାହିଁକି ଆମେ ସବୁ କିଛି ସଜାଡ଼ି ପାରିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅରୁଣ । ଦୁର୍ନୀତି, ଦୁର୍ଗତି, ପଶ୍ଚାତ୍‌ଗତି ପାଇଁ ଦାୟୀ କିଏ । କେବଳ ନୂଆପଡ଼ା ଜିଲ୍ଲା ନୁହେଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଭିନ୍ନ ଗାଁ ରେ ବିଭିନ୍ନ ସହରରେ ଏହା ଦେଖିବାକୁ ମିଳୁଛି । ଅରୁଣଙ୍କ 'ପୀଡା' ବହିକୁ ନେଇ ଚର୍ଚ୍ଚା ପରେ ବିଜେପି କହିଛି ଅରୁଣ ଯାହା ଲେଖିଛନ୍ତି ସତ ଲେଖିଛନ୍ତି । ବିଜେଡି କହିଛି ଅରୁଣ ବରିଷ୍ଠ ସେ କ'ଣ ଲେଖିଛନ୍ତି ଜାଣିଥିବେ ।

ସେପଟେ ବହି ପୀଡ଼ାରେ ବିଜୁଙ୍କୁ ପ୍ରଶଂସା ଏବଂ ନାଁ ନ ନେଇ ନବୀନଙ୍କୁ କଟାକ୍ଷ କରିଛନ୍ତି ଅରୁଣ । ଲେଖିଛନ୍ତି, ବିଜୁ ବାବୁଙ୍କ ଦୂର ଦୃଷ୍ଟି ଯୋଗୁଁ ଓଡ଼ିଶାରେ ଜିଲ୍ଲା ପୁନର୍ଗଠନ ହେଲା । ପରୋକ୍ଷରେ ନବୀନଙ୍କୁ କଟାକ୍ଷ କରି ଅରୁଣ ଲେଖିଛନ୍ତି ଓଡ଼ିଆ ପଢି ଆସେନି କି ଓଡ଼ିଆ ଲେଖି ଆସେନି ଏହାଠୁ ବଳି ଅପମାନ ଜନକ କଥା ଆଉ କ'ଣ । ପୀଡା ବହିକୁ ନେଇ ଚର୍ଚ୍ଚା ଭିତରେ ଅରୁଣ କହିଛନ୍ତି ମୋ ପୀଡା ଯଦି ସମାଜର ଭଲ ପାଇଁ ଉଦ୍ଧିଷ୍ଟ ଥାଏ ସେଭଳି ପୀଡା ବହନ ପାଇଁ ମୁଁ ପ୍ରସ୍ତୁତ । ବିଧାୟକରୁ କବି ସାଜି ଅରୁଣ ନିଜ ପୀଡା ବଖାଣିଲା ବେଳେ ଦଳର ମୁଖିଆଙ୍କୁ ମାରିଥିବା ଅସ୍ମିତା ବାଣ ଏବେ ବିଜେଡି ଭିତରେ ସୃଷ୍ଟି କରିଛି କମ୍ପନ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Arun Sahu Exposes BJD Government, Sparks Political Storm With Book ‘Peeda’ | Argus News