Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଙ୍ଗିରିପୋଷିରୁ ଆଣି ଉଦଳାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

Ritu Das
Browse all articles by Ritu Das
·10 months ago·1 min read
ବାଙ୍ଗିରିପୋଷିରୁ ଆଣି ଉଦଳାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

Key Points

ଯୁବତୀଙ୍କୁ ଚାକିରି କରାଇବାକୁ କହି ଡାକି ଆଣିଲେ। ଗାଡି ଭିତରେ ରାଜରାସ୍ତା କଡରେ ଗଣଦୁଷ୍କର୍ମ କରିଥିବା ସମ୍ପୃକ୍ତ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି।

ଯୁବତୀଙ୍କୁ ଚାକିରି କରାଇବାକୁ କହି ଡାକି ଆଣିଲେ। ଗାଡି ଭିତରେ ରାଜରାସ୍ତା କଡରେ ଗଣଦୁଷ୍କର୍ମ କରିଥିବା ସମ୍ପୃକ୍ତ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ଉଦଳା ଥାନା ଅଞ୍ଚଳରେ। ସୁଦୂର ବାଙ୍ଗିରିପୋଷି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ କମ୍ପାନୀରେ ଚାକିରୀ କରାଇ ଦେବାକୁ କହି ଘରୁ ଏକ ଓମିନି ଗାଡ଼ିରେ ଦୁଇ ଜଣ ଡାକି ଆଣିଲେ। ପରେ ରାସ୍ତାରୁ ଆଉ ୩ ଜଣ ଉକ୍ତ ଗାଡ଼ିରେ ବସିଲେ।

ବାଙ୍ଗିରିପୋଷିରୁ ୮୦ କିଲୋମିଟର ଦୂର ଉଦଳା ଆଣି ରାସ୍ତା କଡ଼ରେ ଗାଡି ଛିଡା କରି ଗାଡି ଭିତରେ ୬ ଯୁବକ ଗଣଦୁଷ୍କର୍ମ କରିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଯୁବତୀଙ୍କୁ ଦୁଷ୍କର୍ମ କରିବା ସମୟରେ ସେ ଚିତ୍କାର କରିବାରୁ ଭୟରେ ଯୁବକ ମାନେ ଗାଡି ବାହାରକୁ ଯୁବତୀଙ୍କୁ ଠେଲି ଦେଇ ଘଟଣାସ୍ଥଳରୁ ଓମିନି ନେଇ ଫେରାର ହୋଇଗଲେ। ପରେ ଯୁବତୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ପରିବାର ଲୋକଙ୍କୁ ଜଣାଇବା ପରେ ଆଜି ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gangrape Allegation: Woman Brought from Bangiriposhi to Udala | Argus News