Montha Meaning / ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’: କିଏ ଦେଇଛି ନାଁ, ଏହାର ଅର୍ଥ କ’ଣ ?
·8 months ago·2 min read

Key Points
ଭାରତୀୟ ପାଣିପାଗ ବିଭାଗ କହିଛି ଯେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି, ଯାହା ସ୍ଥଳଭାଗଠାରୁ ବହୁତ ଦୂରରେ ଅଛି ଏବଂ ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଧିକ।
ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଶୁକ୍ରବାର ସକାଳ ୫.୩୦ ମିନିଟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏକ ଅବପାତ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ଅଛି । ୨୬ ତାରିଖରେ ଏକ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ଅଛି । ୨୭ ତାରିଖ ସକାଳେ ଏହା କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗର ଉପରେ ଘନୀଭୂତ ହୋଇ ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ଅଛି।
ଏହାସହ ପଢ଼ନ୍ତୁ: ୨୭ ସକାଳେ ବଙ୍ଗୋପସାଗରରେ ବାତ୍ୟା, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
ଭାରତୀୟ ପାଣିପାଗ ବିଭାଗ କହିଛି ଯେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି, ଯାହା ସ୍ଥଳଭାଗଠାରୁ ବହୁତ ଦୂରରେ ଅଛି ଏବଂ ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଧିକ । ଯଦି ଏହା ବାତ୍ୟାର ରୂପ ନିଏ ତେବେ ଏହାର ନାଁ ମୋନ୍ଥା ଦିଆଯିବ । ଏହି ନାଁ ଥାଇଲାଣ୍ଡ ଦ୍ୱାରା ପ୍ରସ୍ତାବିତ ହୋଇଛି । ଥାଇ ଭାଷାରେ, ମୋନ୍ଥା ଅର୍ଥ "ସୁଗନ୍ଧିତ ଫୁଲ" କିମ୍ବା "ସୁନ୍ଦର ଫୁଲ"। ଥାଇଲାଣ୍ଡରେ, ଏହି ନାମକୁ ଏକ ଡାକନାମ ଭାବରେ ବ୍ୟବହାର କରାଯାଏ ଯାହା କୋମଳତା, ସୌନ୍ଦର୍ଯ୍ୟ ଏବଂ ପ୍ରକୃତିର ସୁଗନ୍ଧକୁ ପ୍ରତିନିଧିତ୍ୱ କରେ।
ସମୁଦ୍ରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିଝଡର ନାମକରଣ ପ୍ରଥା ବହୁ ଦିନ ଧରି ଚାଲିଆସିଛି । ସୂଚନାକୁ ଶୀଘ୍ର ଜାହାଜ ଚାଳକମାନଙ୍କ ପାଖରେ ପହଞ୍ଚିବା ଏବଂ ଦ୍ୱନ୍ଦ୍ୱକୁ ଏଡାଇବା ପାଇଁ ନାମକରଣ କରାଯାଇଥାଏ । କାରଣ ନାମକରଣ ବ୍ୟତୀତ କୋଡ୍ ବ୍ୟବହାର ସମସ୍ୟା ସୃଷ୍ଟି କରିପାରେ।
ଏହାସହ ପଢ଼ନ୍ତୁ: ବଙ୍ଗୋପସାଗରରେ ଆସୁଛି ବଡ଼ ବାତ୍ୟା!
ବାଂଲାଦେଶ, ଭାରତ, ଇରାନ, ମାଳଦ୍ୱୀପ, ଓମାନ, ପାକିସ୍ତାନ, କତାର, ସାଉଦି ଆରବ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ୟୁଏଇ ଏବଂ ୟେମେନ ଚାରିଟି ଲେଖାଏ ନାମ ସୁପାରିଶ କରିଥାନ୍ତି । ଏହି ଦେଶଗୁଡ଼ିକର ନାମ ବର୍ଣ୍ଣମାଳା କ୍ରମରେ ତାଲିକାଭୁକ୍ତ କରାଯାଇଛି । ଥରେ ଏକ ବାତ୍ୟା ନାମ ବ୍ୟବହାର ହେବା ପରେ, ଏହା ଆଉ ବ୍ୟବହାର କରାଯିବ ନାହିଁ । ୧୩ଟି ଦେଶ ଦ୍ୱାରା ପ୍ରସ୍ତାବିତ ନାମଗୁଡ଼ିକୁ ଗୋଟିଏ ପରେ ଗୋଟିଏ ବ୍ୟବହାର କରାଯିବ । ଏହି ଦୃଷ୍ଟିରୁ, ବର୍ତ୍ତମାନ ଥାଇଲ୍ୟାଣ୍ଡ ଦ୍ୱାରା ପ୍ରସ୍ତାବିତ ମୋନ୍ଥା ନାମ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛି।
ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଅକ୍ଟୋବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି। ବିଶେଷକରି ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ମତ୍ସ୍ୟଜୀବୀମାନଙ୍କୁ ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories