Agromet Advisory / ବଡ଼ ବର୍ଷାରୁ କେମିତି ରୋକିବେ ଫସଲ କ୍ଷୟକ୍ଷତି ? ଚାଷୀଙ୍କ ପାଇଁ ଆସିଲା ଆଡଭାଇଜରି
·8 months ago·2 min read

Key Points
ରାଜ୍ୟରେ ୨୯ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା । ଯାହାକୁ ନେଇ ଚାଷୀକୂଳ ଚିନ୍ତାରେ । କେମିତି ଦର ପାଚିଲା ଧାନକୁ ସମ୍ଭାଳିବେ ସେ ଚିନ୍ତା ଚାଷୀଙ୍କୁ ଘାରିଛି । ଧାନ ସହ ଅନ୍ୟ ଫସଲ କ୍ଷତି କମ୍ କରିବାକୁ ସରକାରଙ୍କ ବିଭିନ୍ନ କୃଷି ସଂସ୍ଥା ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି ।
ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୨୭ ସକାଳେ ବାତ୍ୟାରେ ପରିଣତ ହେବ । ଏହାର ପ୍ରଭାବରେ ରାଜ୍ୟରେ ୨୯ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା । ଯାହାକୁ ନେଇ ଚାଷୀକୂଳ ଚିନ୍ତାରେ । କେମିତି ଦର ପାଚିଲା ଧାନକୁ ସମ୍ଭାଳିବେ ସେ ଚିନ୍ତା ଚାଷୀଙ୍କୁ ଘାରିଛି । ଧାନ ସହ ଅନ୍ୟ ଫସଲ କ୍ଷତି କମ୍ କରିବାକୁ ସରକାରଙ୍କ ବିଭିନ୍ନ କୃଷି ସଂସ୍ଥା ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି ।
ଏବେ ହେବାକୁ ଥିବା ବର୍ଷାରେ ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ ଓ କୋରାପୁଟ ଆଦି ଜିଲ୍ଲା ବିଶେଷ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ଯାହାକୁ ନେଇ ଚାଷୀଙ୍କ ପାଇଁ ଜାରି ହୋଇଛି ଆଡଭାଇଜରି । ଧାନ ଫସଲ ୮୫ ପ୍ରତିଶତରୁ ଅଧକ ହୋଇ ଯାଇଥିଲେ ଅମଳ କରି ନିଅନ୍ତୁ । ବର୍ଷା ସମୟରେ ଫସଲରେ ପେଷ୍ଟିସାଇଡ୍ ଏବଂ ଫର୍ଟିଲାଇଜର ସିଞ୍ଚନ କରିବାରୁ ୪ ଦିନ ପର୍ଯ୍ୟନ୍ତ ବିରତ ରୁହନ୍ତୁ ।
ଏଥିସହ ପଢ଼ନ୍ତୁ: ୨୭ ସକାଳେ ବଙ୍ଗୋପସାଗରରେ ବାତ୍ୟା, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
ଧାନ- ବର୍ଷା ଲାଗି ରହିଲେ ଧାନ ଫସଲରେ ଏକର ପିଛା ନୀମ ଆଧାରିତ ପେଷ୍ଟିସାଇଡ୍ ୧୫୦୦ ପିପିଏମ୍ ଏକର ପିଛା ୬୦୦ ଏମଏଲ୍ ସିଞ୍ଚନ କରନ୍ତୁ । ତଥାପି ସମସ୍ୟା ଲାଗି ରହିଲେ ଧାନ ଫସଲରେ ଏକର ପିଛା Pymetrozine 50% WG ୧୨୦ ଗ୍ରାମ ସିଞ୍ଚନ କରନ୍ତୁ ।
ପିଆଜ- ସେହିଭଳି ବର୍ଷା ସମୟରେ ପିଆଜ ଲଗାଇ ପାରିବେ । ନାସିକ ରେଡ୍ ଏନ୍-୫୩, ଅର୍କ କଲ୍ୟାଣ, ଅର୍କ ପ୍ରଗତି, ଭୀମା ସୁପର, ଭୀମା ଶକ୍ତି ଆଦି ପିଆଜ ପ୍ରକାର ଏକର ପିଛା ୩ରୁ ୪ କେଜି ଲଗାଇ ପାରିବେ । ୧୨୦:୬୦:୬୦ ଅନୁପାତରେ NPK କେଜି ହେକ୍ଟର ପିଛା ସିଞ୍ଚନ କରିପାରିବେ ।
ଏଥିସହ ପଢ଼ନ୍ତୁ: ସରକାର ଆଣିଲେ 'ଭାରତ ଟ୍ୟାକ୍ସି', ଜାଣନ୍ତୁ ଭଡ଼ାରୁ ନେଇ କମିଶନ ସବୁ ତଥ୍ୟ...
ଧାନ- ସେହିଭଳି ନବରଙ୍ଗପୁର ଓ କୋରାପୁଟର ବର୍ଷା ସମ୍ଭାବନା ରହିଥିବାରୁ ବିଲରୁ ପାଣି ନିଷ୍କାସନ ଲାଗି ପଦକ୍ଷେପ ନେବାକୁ କୁହାଯାଇଛି । ବର୍ଷା ପରେ ତତ୍କ୍ଷଣାତ ଧାନ ଅମଳ କରନ୍ତୁ ନାହିଁ । ଧାନ ଫସଲ ଟିକେ ଟାଣ ହେବା ପରେ ଅମଳ କରନ୍ତୁ । ଅମଳ ଧାନକୁ ସୂର୍ଯ୍ୟକିରଣରେ ରଖି ଫଙ୍ଗାଲ ସଂକ୍ରମଣରୁ ରକ୍ଷା ପାଇ ପାରିବେ ।
ମାଣ୍ଡିଆ- ସେହିଭଳି ମାଣ୍ଡିଆ ଫସଲ ଶେଷ ପର୍ଯ୍ୟାୟରେ ପର୍ଯ୍ୟାୟରେ ପହଞ୍ଚିଥିଲେ ପାଣି ଯେଭଳି ଜମି ନ ରହିବ ସେଥିପ୍ରତି ଚାଷୀ ଧ୍ୟାନ ଦିଅନ୍ତୁ । ଫସଲ କଠିନ ଓ ଖଇରିଆ ରଙ୍ଗ ଦେଖାଯିବା ପରେ ଅମଳ କରନ୍ତୁ । ଅମଳ ବିଳମ୍ବ ହେଲେ ଡାଳକୁ ଶୁଖିଲା ସ୍ଥାନରେ ରଖନ୍ତୁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories