Bhubaneswar Air Pollution / କମିଛି ଭୁବନେଶ୍ବର ବାୟୁର ଗୁଣବତ୍ତା, ଆଗକୁ ଅଣନିଶ୍ବାସୀ ହେବ ରାଜଧାନୀ
·6 months ago·2 min read

Key Points
ବଢୁଛି ଶୀତ, କମିଛି ଭୁବନେଶ୍ବର ବାୟୁର ଗୁଣବତ୍ତା
୩୦୦ ପାର କଲା ରାଜଧାନୀର AQI
ଦିଲ୍ଲୀ ପରି ହେବନି ତ ଭୁବନେଶ୍ୱରର ପରିସ୍ଥିତି
୩୦୦ ପାର କଲା ରାଜଧାନୀର AQI
ଦିଲ୍ଲୀ ପରି ହେବନି ତ ଭୁବନେଶ୍ୱରର ପରିସ୍ଥିତି
ରାଜଧାନୀ ବାୟୁରେ ବିଷ । କମିଛି ଭୁବନେଶ୍ବର ବାୟୁର ଗୁଣବତ୍ତା । ୩୦୦ ପାର କଲା ରାଜଧାନୀର AIR QUALITY INDEX । ଦିଲ୍ଲୀ ପରି ଭୁବନେଶ୍ୱରର ହେବନି ତ ପରିସ୍ଥିତି । ସଚେତନ ନ ହେଲେ ପ୍ରଦୂଷଣରେ ଅଣନିଶ୍ବାସୀ ହେବ ରାଜଧାନୀ ।
ଶୀତ ଦିନରେ ହେଉଥିବା ପ୍ରଦ୍ୟୁଷଣ ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି । ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନର AQI ବଢାଇଛି ଚିନ୍ତା । DAV ୟୁନିଟ ୮ରେ AQI ସ୍ତର ୩୦୯ ଥିବା ବେଳେ ମଞ୍ଚେଶ୍ୱରରେ AQI ୩୧୬ ରହିଛି । ସେମିତି ମାଷ୍ଟର କ୍ୟାଣ୍ଟିନରେ ୩୨୬, ରମାଦେବୀ କଲେଜ ପାଖରେ ୩୧୫, ଇମ୍ଫୋସିଟିରେ ୨୬୯, କିଟ୍ ୨୮୩, ଖଣ୍ଡଗିରିରେ ୩୬୬, ରିଜନାଲ ପ୍ଲାଣ୍ଟରେ ୩୨୯, ଲିଙ୍ଗରାଜ ମନ୍ଦିର ପାଖରେ ୩୪୮, କଳିଙ୍ଗ ହସ୍ପିଟାଲ ପାଖରେ ୩୨୧ ରହିଛି । ଯାହା ଜନ ଜୀବନ ପାଇଁ ସାଧାରଣ କଥା ନୁହେଁ । ଅତ୍ୟଧିକ ବାୟୁ ପ୍ରଦ୍ୟୁଷଣ ପାଇଁ ରୋଗରେ ପଡନ୍ତି ଲୋକେ। ଏବେ ରାଜଧାନୀ ର AQI ୩୦୦ ପାର ପରେ ଚିନ୍ତା ପ୍ରକଟ କରିଛନ୍ତି ପରିବେଶ ବିତ୍ ।
ରାଜଧାନୀରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଯୋଜନା ହୋଇନି । ଏପଟେ ଲୋକ ସଚେତନ ହେଉନାହାନ୍ତି । ବହୁ ସଂଖ୍ୟାରେ ଯାନବାହାନ ଚଳାଚଳ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଘରୋଇ ପ୍ରତିଷ୍ଠାନ, ଦୃତ ସହରୀକରଣ ଏବଂ ବେଲଗାମ ଚାଲିଥିବା ନିର୍ମାଣ କାମ ଦ୍ଵାରା ବଢୁଛି ପ୍ରଦୂଷଣ । ତେଣୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏକ ଦୀର୍ଘ ସ୍ଥାୟୀ ଯୋଜନାର ଆବଶ୍ୟକତା ରହିଛି।
ସଚେତନ ନହେଲେ ପ୍ରଦୂଷଣରେ ଅଣନିଶ୍ବାସୀ ହେବ ରାଜଧାନୀ । ଆଗକୁ ଭୁବନେଶ୍ବର ସ୍ଥିତି ଦିଲ୍ଲୀ ପରି ହୋଇଯିବ ବୋଲି ଆକଳନ କରିଛନ୍ତି ପରିବେଶବିତ୍ ।
ସେପଟେ ଦିଲ୍ଲୀରେ ଦିନକୁ ଦିନ ବିଗିଡ଼ିବାରେ ଲାଗୁଛି ସ୍ଥିତି । ଦିଲ୍ଲୀ-ଏନସିଆରରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଗୁରୁବାରଠାରୁ ଦିଲ୍ଲୀର ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନରେ ୫୦ ପ୍ରତିଶତ କର୍ମଚାରୀ ଘରୁ କାମ କରିବା ବାଧ୍ୟତାମୂଳକ କରାଯାଇଛି । ପ୍ରଦୂଷଣ ସ୍ତର ଏବଂ ରାସ୍ତାରେ ଯାନବାହାନ ସଂଖ୍ୟା ହ୍ରାସ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ନିୟମ ଉଲ୍ଲଂଘନ କରୁଥିବା ସଂସ୍ଥାଗୁଡ଼ିକୁ ଭାରୀ ଜରିମାନା ଦେବାକୁ ପଡିବ ।
GRAP-3 ନିୟମ ଅନୁଯାୟୀ ଲାଗୁ ହୋଇଥିବା ନିର୍ମାଣ ନିଷେଧ ଦ୍ୱାରା ପ୍ରଭାବିତ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ଦିଲ୍ଲୀ ସରକାର ୧୦ ହଜାର ଟଙ୍କ କ୍ଷତିପୂରଣ ପ୍ରଦାନ କରିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories