Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Capital Hospital / ଶିଶୁ ମୃତ୍ୟୁ ପରେ ଉତ୍ତେଜନା, କ୍ୟାପିଟାଲ ହସ୍ପିଟାଲରେ ଧସେଇ ପଶିଲେ ଶତାଧିକ ଲୋକ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·1 min read
ଶିଶୁ ମୃତ୍ୟୁ ପରେ ଉତ୍ତେଜନା, କ୍ୟାପିଟାଲ ହସ୍ପିଟାଲରେ ଧସେଇ ପଶିଲେ ଶତାଧିକ ଲୋକ

Key Points

ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ପ୍ରବଳ ଉତ୍ତେଜନା । ମେଡିକାଲରେ ଧସେଇ ପଶିଲେ ଶତାଧିକ ଲୋକେ । ଶିଶୁ ମୃତ୍ୟୁକୁ ନେଇ ହଙ୍ଗାମା ।

ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ପ୍ରବଳ ଉତ୍ତେଜନା । ମେଡିକାଲରେ ଧସେଇ ପଶିଲେ ଶତାଧିକ ଲୋକ । କ୍ୟାପିଟାଲ ହସ୍ପିଟାଲ ଭିତରେ ମାରପିଟ୍ । ଶିଶୁ ମୃତ୍ୟୁକୁ ନେଇ ହସ୍ପିଟାଲରେ ହଙ୍ଗାମା । ଡାକ୍ତର ଭୁଲ ଇଞ୍ଜେକ୍ସନ ଯୋଗୁଁ ଜୀବନ ଯାଇଥିବା ଅଭିଯୋଗ । ତେବେ ଦେଢ଼ ବର୍ଷ ଛୁଆ ଆୟୁସ ସାହୁ ଅସୁସ୍ଥ ଥିବାରୁ ପରିବାର ଲୋକେ ହସ୍ପିଟାଲ ଆଣିଥିଲେ । ହେଲେ ଭୁଲ ଇଞ୍ଜେକ୍ସନ ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।
ତେବେ ଭୁଲ ଇଞ୍ଜେକସନ୍ ଯୋଗୁଁ ଶିଶୁ ମୃତ୍ୟୁ ପରେ ହସ୍ପିଟାଲ ପରିସରରେ ଜାରି ରହିଛି ପ୍ରବଳ ଉତ୍ତେଜନା । ଶହେରୁ ଅଧିକ ଅଟୋ ଡ୍ରାଇଭର ହସ୍ପିଟାଲ ଘେରାଓ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲର ଶିଶୁ ବିଭାଗ ବାହାରେ ଡାକ୍ତରଙ୍କ ଗିରଫ ଓ କ୍ଷତିପୂରଣ ଦାବିରେ ଏୟାରପୋର୍ଟକୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରିଛନ୍ତି ପ୍ରତିବାଦକାରୀ ।
ଶିଶୁ ମୃତ୍ୟୁ ପରେ ଉତ୍ତେଜନା, କ୍ୟାପିଟାଲ ହସ୍ପିଟାଲରେ ଧସେଇ ପଶିଲେ ଶତାଧିକ ଲୋକ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bhubaneswar Capital Hospital Chaos After Child’s Death | Argus News