Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Part Plot / ପାର୍ଟ ପ୍ଲଟ କିଣାବିକା ଜାଲିଆତି; ୩୦୦ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ପାର୍ଟ ପ୍ଲଟ କିଣାବିକା ଜାଲିଆତି; ୩୦୦ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ

Key Points

୧୦୦ରୁ ଅଧିକ ପାର୍ଟ ପ୍ଲଟ କିଣାବିକା କରିଥିବା ୩୦୦ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ୩୦୦ ସବ ରେଜିଷ୍ଟ୍ରାରଙ୍କ ବିରୋଧରେ ରାଜସ୍ଵ ବିଭାଗ ପକ୍ଷରୁ ଅଭିଯୋଗ ପତ୍ର ଜାରି କରାଯାଇଛି ।
ଭୁବନେଶ୍ଵର: ପାର୍ଟ ପ୍ଲଟ କିଣାବିକା ଜାଲିଆତି କରିଥିବା ଅଧିକାରୀଙ୍କ ବିରୋଧରେ ରାଜସ୍ଵ ବିଭାଗର ଆକ୍ସନ । ୧୦୦ରୁ ଅଧିକ ପାର୍ଟ ପ୍ଲଟ କିଣାବିକା କରିଥିବା ୩୦୦ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ୩୦୦ ସବ ରେଜିଷ୍ଟ୍ରାରଙ୍କ ବିରୋଧରେ ରାଜସ୍ଵ ବିଭାଗ ପକ୍ଷରୁ ଅଭିଯୋଗ ପତ୍ର ଜାରି କରାଯାଇଛି ।

ଏନେଇ ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, "ପାର୍ଟ ପ୍ଲଟ ପଞ୍ଜିକରଣକୁ ନେଇ ବିଭାବ ବିଭାଗ ମଧ୍ୟରେ ସମନ୍ଵୟ ନଥିଲା । ନୂଆ ସରକାର ଆସିବା ପରେ ନଗର ଉନ୍ନୟନ ବିଭାଗ, ରାଜସ୍ଵ ବିଭାଗ, ବିଡିଏ, ରେରା ସହ ସମ୍ପର୍କ ରହିଛି । ସେମାନଙ୍କୁ ବସାଇ ସମସ୍ୟାର ସମାଧାନ ପ୍ରୟାସ ଫଳରେ ନଗର ଉନ୍ନୟନ ବିଭାଗ ଦ୍ଵାରା ପଞ୍ଜିକରଣ ଆଇନ୍‌ରେ ସଂଶୋଧନ ହୋଇଛି ।"

ଏଥିସହ ପଢ଼ନ୍ତୁ: ୯ ଦିନରେ ରଥଯାତ୍ରା ସାରିବାକୁ ସହମତ ହୋଇପାରୁନି ଇସ୍କନ, ଆପତ୍ତି ଉଠାଇଲେ ଗଜପତି ମହାରାଜ

ମନ୍ତ୍ରୀ ଆହୁରି କହିଛନ୍ତି, "୮ରୁ ୧୦ ବର୍ଷ ଭିତରେ ପାର୍ଟ ପ୍ଲଟ୍ ପାଇଁ ହଜାର ହଜାର କୋଟି ଟଙ୍କା ରାଜସ୍ଵ କ୍ଷତି ହୋଇଛି । ହଜାର ହଜାର ଲୋକ ମଧ୍ୟ ଏଥିପାଇଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସମସ୍ୟାକୁ ଦେଖି ସରକାର ଚୁପ୍ ରହିବା ଧର୍ମ ନୁହେଁ ।"

ଏବେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି- ସମ୍ପତ୍ତି ଉପରେ ଅଧିକାର ହେଉଛି ମୌଳିକ ଅଧିକାର, କିଣିବା ବିକିବା ମଧ୍ୟ ମୌଳିକ ଅଧିକାର । ସମ୍ବିଧାନ ଉପରେ କୌଣସି ଆଇନ୍ ନାହିଁ । ଯେଉଁ ଆଇନ୍ ଅଛି ତା'କୁ ସମ୍ବିଧାନ ଅନୁସାରେ କାର୍ଯ୍ୟକାରୀ କର, ସମ୍ବିଧାନର ବିପରୀତ ଦିଗରେ ଯାଅ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଏଣିକି ପାର୍ଟ ପ୍ଲଟ୍ କିଣାବିକରେ କିଛି ସମସ୍ୟା ହେବ ନାହିଁ ।

ଏଥିସହ ପଢ଼ନ୍ତୁ: ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ସଜାଗ ଓଡ଼ିଶା, ରାଜସ୍ଵ ମନ୍ତ୍ରୀ କହିଲେ "ସରକାର, ପ୍ରଶାସନ ପ୍ରସ୍ତୁତ"

ଏବେ ଆପାର୍ଟମେଣ୍ଟ ପଞ୍ଜିକରଣକୁ ନେଇ ଲୋକେ ହନ୍ତସନ୍ତ ହେଉଛନ୍ତି । ଏଥିପାଇଁ ମୋଡାଲିଟି ତିଆରି କରାଯାଉଛି । ସମ୍ଭବତଃ ନଭେମ୍ବର ଶେଷ ସୁଦ୍ଧା ଆପାର୍ଟମେଣ୍ଟ ପଞ୍ଜିକରଣକୁ ନେଇ ଥିବା ସମସ୍ୟା ଦୂର ହେବ ବୋଲି ଆଶ୍ଵସନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Action Against 300 Officials for Part Plot Scam in Odisha | Argus News | Argus News