ISKCON Rath Yatra / ୯ ଦିନରେ ରଥଯାତ୍ରା ସାରିବାକୁ ସହମତ ହୋଇପାରୁନି ଇସ୍କନ, ଆପତ୍ତି ଉଠାଇଲେ ଗଜପତି ମହାରାଜ
·7 months ago·2 min read

Key Points
ଗଜପତି ମହାରାଜ ପୁଣି ଥରେ ଇସ୍କନକୁ ତା'ର ନିଷ୍ପତ୍ତିର ପୁନର୍ବିଚାର କରିବାକୁ କହିଛନ୍ତି ଗଜପତି ମହାରାଜ । ଗଜପତି ମହାରାଜ ଲେଖିଛନ୍ତି, "ଆଷାଢ଼ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରୁ ବିଶ୍ଵବ୍ୟାପୀ ସମସ୍ତ ମନ୍ଦିରରେ ୯ ଦିନ ଧରି ଜଗନ୍ନାଥଙ୍କ ରଥଯାତ୍ରା ହୋଇପାରିବ ।"
ପୁରୀ: ହିନ୍ଦୁ ଧର୍ମ ସହ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କର, ହେଲେ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ପୁରୀର ନିଷ୍ପତ୍ତି ମାନ । ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜ ଦିବ୍ୟସିଂହ ଦେବ ଆପତ୍ତି ଉଠାଇବା ସହ ଏଭଳି ଚିଠି ଲେଖିଛନ୍ତି । ମାୟାପୁର ସ୍ଥିତ ଇସ୍କନ ଗଭର୍ଣ୍ଣିଂ ବଡି କମିଶନର ଅଧ୍ୟକ୍ଷ ଶ୍ରୀ ଗୋବର୍ଦ୍ଧନ ଦାସାଙ୍କୁ ଚିଠି ଲେଖି କ୍ଷୋଭ ପ୍ରକାଶ କରିଛନ୍ତି ଗଜପତି ମହାରାଜ ।
ଗଜପତି ମହାରାଜ ଦିବ୍ୟସିଂହ ଦେବ ଲେଖିଛନ୍ତି, "ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ପୁରୀର ନିଷ୍ପତ୍ତି ଅନୁସାରେ, ବିଭିନ୍ନ ଦେଶରେ ଥିବା ଇସ୍କନ ମନ୍ଦିର ସ୍ନାନ ଯାତ୍ରା ଓ ରଥ ଯାତ୍ରା ନିର୍ଦ୍ଦିଷ୍ଟ ତିଥିରେ ପାଳନ କରିବା କଥା ।"
ଏଥିସହ ପଢ଼ନ୍ତୁ: ଦୀପାବଳିରେ ଫୁଲ ବିକି ଲକ୍ଷପତି, ୮ ଲକ୍ଷ ଗେଣ୍ଡୁ ଚାରାରେ ୮ ଲକ୍ଷ ରୋଜଗାର କଲେ ଚାଷୀ
କିନ୍ତୁ ଇସ୍କନ ଗଭର୍ଣ୍ଣିଂ ବଡି କମିଶନର ଅଧ୍ୟକ୍ଷ ଶ୍ରୀ ଗୋବର୍ଦ୍ଧନ ଦାସା ଅକ୍ଟୋବର ୧୯ରେ ଚିଠି ଲେଖି ଜଣାଇଛନ୍ତି, "ଜ୍ୟେଷ୍ଠ ପୂର୍ଣ୍ଣିମା ସମୟରେ ଭାରତର ସମସ୍ତ ଇସ୍କନ ମନ୍ଦିରରେ ରଥଯାତ୍ରା ଆୟୋଜନ କରାଯିବ । କିନ୍ତୁ ବିଦେଶରେ ଥିବା ବିଭିନ୍ନ ଇସ୍କନ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ୯ ଦିନ ଭିତରେ ସାରିବାକୁ ନେଇ ସହମତ ହୋଇପାରୁ ନାହୁଁ ।" ଆଷାଢ଼ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରୁ ରଥଯାତ୍ରା ଆରମ୍ଭ ହୋଇଥାଏ ।
ଇସ୍କନର ଏଭଳି ଚିଠି ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପୁଣି ଥରେ ଚିଠି ଲେଖିଛନ୍ତି । ଯେଉଁଥିରେ ଗଜପତି ମହାରାଜ ପୁଣି ଥରେ ଇସ୍କନକୁ ତା'ର ନିଷ୍ପତ୍ତିର ପୁନର୍ବିଚାର କରିବାକୁ କହିଛନ୍ତି ଗଜପତି ମହାରାଜ । ଗଜପତି ମହାରାଜ ଲେଖିଛନ୍ତି, "ଆଷାଢ଼ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରୁ ବିଶ୍ଵବ୍ୟାପୀ ସମସ୍ତ ମନ୍ଦିରରେ ୯ ଦିନ ଧରି ଜଗନ୍ନାଥଙ୍କ ରଥଯାତ୍ରା ହୋଇପାରିବ । ଏହି ପରମ୍ପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି ।"
ଏଥିସହ ପଢ଼ନ୍ତୁ: ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ସଜାଗ ଓଡ଼ିଶା, ରାଜସ୍ଵ ମନ୍ତ୍ରୀ କହିଲେ "ସରକାର, ପ୍ରଶାସନ ପ୍ରସ୍ତୁତ"
ତେବେ ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ପ୍ରଥମଥର ଏଭଳି ବିବାଦ ଦେଖା ଦେଇ ନାହିଁ । ପୂର୍ବରୁ ଭାରତ ଓ ଭାରତ ବାହାରେ ଇସ୍କନ ଅଦିନିଆ ରଥଯାତ୍ରା ଆୟୋଜନ କରି ଆସୁଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଓ ଗଜପତି ମହାରାଜ ବିରୋଧ କରି ଆସୁଛନ୍ତି । ଆଉ ଏବେ ଗଜପତି ମହାରାଜ ପୁଣି ଥରେ ଚିଠି ଲେଖି ଏଥିରୁ କ୍ଷାନ୍ତ ରହିବା ସହ ପୁନର୍ବିଚାର କରିବାକୁ ନିବେଦନ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories