Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Street Dog Census / ଜାତୀୟ ହାର ତୁଳନାରେ ବିଏମ୍‌ସି ଅଞ୍ଚଳରେ ବୁଲା କୁକୁରଙ୍କ ହାର ଅଧିକ

Sushanta Sahoo
Browse all articles by Sushanta Sahoo
·9 months ago·3 min read
ଜାତୀୟ ହାର ତୁଳନାରେ ବିଏମ୍‌ସି ଅଞ୍ଚଳରେ ବୁଲା କୁକୁରଙ୍କ ହାର ଅଧିକ

Key Points

ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ ୪୭ ହଜାର ୧୨୬ଟି ବୁଲା କୁକୁର ଅଛନ୍ତି । ସେଥିରି ୨୩ ହଜାର ୪୭ଟି ଅଣ୍ଡିରା କୁକୁର ରହିଥିବା ବେଳେ ୧୫ ହଜାର ୫୫୨ଟି ମାଈ କୁକୁର ଏବଂ ୧ ହଜାର ୧୨୪ଟି ଛୁଆ ରହିଛନ୍ତି ।

ଭୁବନେଶ୍ଵର: ରାଜ୍ୟରେ ପ୍ରଥମ ଥର ପାଇଁ ବିଏମ୍‌ସି ପକ୍ଷରୁ ବୁଲା କୁକୁର ଗଣନା ସରିଛି । ସେପ୍ଟେମ୍ବର ୧୮ରୁ ୨୫ ତାରିଖ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ସରିଛି ବୁଲା କୁକୁର ଗଣନା । ଏବେ ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ ୪୭ ହଜାର ୧୨୬ଟି ବୁଲା କୁକୁର ରହିଥିବା ସୂଚନା ଦେଇଛି ବିଏମ୍‌ସି ।


ସେମାନଙ୍କ ମଧ୍ୟରୁ ୨୩ ହଜାର ୪୭ଟି ଅଣ୍ଡିରା କୁକୁର ରହିଥିବା ବେଳେ ୧୫ ହଜାର ୫୫୨ଟି ମାଈ କୁକୁର ଏବଂ ୧ ହଜାର ୧୨୪ଟି ଛୁଆ ରହିଛନ୍ତି । ସେଥିମଧ୍ୟରୁ ମଧ୍ୟରୁ ୪ ହଜାର ୬୮ଟି ଅଣ୍ଡିରା କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇଥିବା ବେଳେ ୩ ହଜାର ୩୩୫ଟି ମାଈ କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇଛି ।


ଏଥିସହ ପଢ଼ନ୍ତୁ: ଆଜିଠୁ ଭୁବନେଶ୍ବରରେ ବୁଲାକୁକୁର ଗଣତି, ୨ଟି ପର୍ଯ୍ୟାୟରେ ଗଣିବେ ୪୧୦ ଟିମ୍


ଏବେ ଭୁବନେଶ୍ୱରର ସ୍ଥାୟୀ ଜନ ସଂଖ୍ୟା ପ୍ରାୟ ୧୩ ଲକ୍ଷ ରହିଛି । ଜନ ସଂଖ୍ୟା ତୁଳନାରେ ବୁଲା କୁକୁରଙ୍କ ସଂଖ୍ୟା ୩.୬୨ ପ୍ରତିଶତ । ଅର୍ଥାତ୍ ବିଏମ୍‌ସିର ୬୭ ୱାର୍ଡକୁ ହିସାବକୁ ନେଲେ ପ୍ରତି ୱାର୍ଡରେ ବୁଲା କୁକୁର ସଂଖ୍ୟା ହାରାହାରି ୭୦୩ ରହିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସର୍ବାଧିକ ବୁଲା କୁକୁର ଥିବା ୧୦ଗୋଟି ୱାର୍ଡ ହେଲା- ୨୩, ୭, ୪୯, ୬୫, ୪, ୯, ୫, ୫୬, ୪୩, ଓ ୬ । ୨୩ ନମ୍ବର ୱାର୍ଡରେ ୧ ହଜାର ୭୦୩ଟି ବୁଲା କୁକୁର ରହିଥିବା ବେଳେ ୬ ନମ୍ବର ୱାର୍ଡରେ ୧ ହଜାର ୬୨ଟି ବୁଲା କୁକୁର ରହିଛନ୍ତି ।


ଭାରତ ସରକାରଙ୍କ ପଶୁ ସମ୍ପଦ ଓ ଡାଏରୀ ବିଭାଗ ଦ୍ୱାରା ଅନୁଷ୍ଠିତ ୨୦ତମ ଜାତୀୟ ଓ ରାଜ୍ୟ ପଶୁ ଗଣନା ଅନୁଯାୟୀ, ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଜାତୀୟ ହାରଠାରୁ ବୁଲା କୁକୁର ସଂଖ୍ୟା ବହୁ ଗୁଣରେ ଅଧିକ ରହିଛି ।


ଜାତୀୟ ହାରରେ ପ୍ରତି ୧ ହଜାରେ ଜନ ସଂଖ୍ୟାରେ ୧୧ କୁକୁର ଥିବା ବେଳେ ଭୁବନେଶ୍ୱରରେ ପ୍ରତି ହଜାରେ ଜନ ସଂଖ୍ୟାରେ ହାରାହାରି ୩୬ଟି ବୁଲା କୁକୁର ରହିଛନ୍ତି । ତେବେ ରାଜ୍ୟରେ ପ୍ରତି ହଜାରେ ଜନ ସଂଖ୍ୟାରେ ବୁଲା କୁକୁରଙ୍କ ହାରାହାରି ସଂଖ୍ୟା ୩୯ ରହିଛି ।


ଏଥିସହ ପଢ଼ନ୍ତୁ: ନିର୍ବାଚନ ପୂର୍ବରୁ ଲାଲୁ ପରିବାରକୁ ବଡ଼ ଝଟକା, IRCTC ଦୁନୀତି ଅଭିଯୋଗ ମାମଲାରେ ଚାର୍ଜଫ୍ରେମ୍


ଭୁବନେଶ୍ଵରରେ ୨ ଟି ପର୍ଯ୍ୟାୟରେ ବୁଲା କୁକୁର ଗଣନା କରାଯାଇଥିଲା । ସେପ୍ଟେମ୍ବର ୧୮ରୁ ୨୧ ପ୍ରଥମ ପର୍ଯ୍ୟାୟ, ସେପ୍ଟେମ୍ବର ୨୨ରୁ ୨୫ ତାରିଖ ଦ୍ଵିତୀୟ ପର୍ଯ୍ୟାୟରେ କୁକୁ ଗଣନା କରାଯାଇଥିଲା । ବିଏମ୍‌ସିର ୬୭ଟି ୱାର୍ଡ ଅଞ୍ଚଳର ଗଳିକନ୍ଦିରେ ଭୋର୍ ୫ଟାରୁ ସକାଳ ୭ଟା ମଧ୍ୟରେ କରାଯାଇଥିଲା କୁକୁର ଗଣନା ।


ବରିଷ୍ଠ ପଶୁ ଡାକ୍ତରଙ୍କ ତତ୍ତ୍ଵାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, କମ୍ୟୁନିଟ୍ ଅର୍ଗାନାଇଜର, ଡିଇଓ, ଏସ୍ଏମ୍ ଟିଏଙ୍କୁ ନେଇ ୪୧୦ଟି ଟିମ୍ ଗଠନ କରାଯାଇଥିଲା । ପ୍ରତି ଟିମରେ ୨ ଜଣ ଲେଖାଏଁ କର୍ମୀ ରହିଥିଲେ । ବୁଲା କୁକୁର ଗଣନା ପୂର୍ବରୁ ସେମାନଙ୍କୁ ଜୋନ୍ ସ୍ତରରେ ତାଲିମ ମଧ୍ୟ ଦିଆଯାଇଥିଲା ।

ବୁଲା କୁକୁର ଗଣନାର ମୁଖ୍ୟ ଉଦ୍ଦେଶ୍ୟ-

  • ବୁଲା-କୁକୁର ଓ ମନୁଷ୍ୟଙ୍କ ମଧ୍ୟରେ ହେଉଥିବା ଲଢେଇକୁ ହ୍ରାସ କରିବା ।
  • ବୁଲା କୁକୁରଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ଦିଗରେ ଉନ୍ନତି ଆଣିବା ।
  • କୁକୁର ବନ୍ଧ୍ୟାକରଣ ପାଇଁ ଏକ ଦକ୍ଷ ଏବଂ ପ୍ରଭାବଶାଳୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ।
  • କୁକୁର କାମୁଡ଼ା ହ୍ରାସ କରିବା ।
  • ରାବିଜ୍ ପରି ବିଭିନ୍ନ ମାରାତ୍ମକ ରୋଗ ସଂକ୍ରମଣରୁ ଜନ ସାଧାରଣ ଏବଂ କୁକୁରମାନଙ୍କୁ ରକ୍ଷା କରିବା ।
  • କୁକୁରଙ୍କ ଯୋଗୁଁ ଅନେକ ସମୟରେ ହେଉଥିବା ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣାକୁ ହ୍ରାସ କରିବା ।
  • ବିଏମ୍‌ସି ଅଞ୍ଚଳରେ କୁକୁରଙ୍କ ସାନ୍ଧ୍ରତା ସମ୍ପର୍କରେ ଜାଣିବା ।

Related Topics

Explore more stories

Sponsored
Street Dog Census | Bhubaneswar BMC Counts 47,126 Stray Dogs in First Census | Argus News | Argus News