Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Lalu Yadav / ନିର୍ବାଚନ ପୂର୍ବରୁ ଲାଲୁ ପରିବାରକୁ ବଡ଼ ଝଟକା, IRCTC ଦୁର୍ନୀତି ଅଭିଯୋଗ ମାମଲାରେ ଚାର୍ଜଫ୍ରେମ୍

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ନିର୍ବାଚନ ପୂର୍ବରୁ ଲାଲୁ ପରିବାରକୁ ବଡ଼ ଝଟକା, IRCTC ଦୁର୍ନୀତି ଅଭିଯୋଗ ମାମଲାରେ ଚାର୍ଜଫ୍ରେମ୍

Key Points

ଆଡୁଆରେ ଲାଲୁଙ୍କ ପରିବାର । ବିହାରରେ IRCTC ସ୍କାମରେ ଲାଲୁ ଯାଦବ, ରାବିଡି ଦେବୀ ଏବଂ ତେଜସ୍ବୀ ଯାଦବଙ୍କ ନାଁରେ ଚାର୍ଜ ଫ୍ରେମ କଲେ କୋର୍ଟ ।

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଲାଲୁ ପରିବାରକୁ ବଡ଼ ଝଟକା । IRCTC ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବ ପରିବାରର ସମସ୍ୟା ବୃଦ୍ଧି ପାଇଛି । ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ RJD ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ବିହାରର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜ ଫ୍ରେମ୍ କରିଛନ୍ତି । ଅର୍ଥାତ୍ ସେମାନେ ଏବେ ଏହି ମାମଲାରେ ବିଚାରର ସମ୍ମୁଖୀନ ହେବେ ।

କେଉଁ ଧାରା ଅନୁଯାୟୀ ଚାର୍ଜ ଫ୍ରେମ୍ କରାଯାଇଛି?

IPC ୪୨୦, IPC ୧୨୦B, ଏବଂ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ଏବଂ ୧୩(୧)(D) ଧାରା ଅନୁଯାୟୀ ଲାଲୁ ପରିବାରଙ୍କ ବିରୋଧରେ ଚାର୍ଜ ଫ୍ରେମ୍ କରାଯାଇଛି । ସୂଚନା ଅନୁସାରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ଏବଂ ୧୩(୧)(d) କେବଳ ଲାଲୁ ଯାଦବଙ୍କ ପାଇଁ ପ୍ରଯୁଜ୍ୟ । କାରଣ ସେ ସରକାରୀ ପଦବୀରେ ରହି ତାଙ୍କ ପଦବୀର ଅପବ୍ୟବହାର କରିଥିଲେ ।

କୋର୍ଟ ପଚାରିଲେ, "ଆପଣ କ'ଣ ଆପଣଙ୍କ ଦୋଷ ସ୍ୱୀକାର କରୁଛନ୍ତି?"

ଯେତେବେଳେ କୋର୍ଟ ଲାଲୁ ଯାଦବଙ୍କୁ ପଚାରିଲେ ଯେ ସେ ତାଙ୍କ ଦୋଷ ସ୍ୱୀକାର କରିଛନ୍ତି କି ନାହିଁ ? ଲାଲୁ ଯାଦବ, ରାବ୍ରି ଦେବୀ ଏବଂ ତେଜସ୍ୱୀ ଯାଦବ ସେମାନଙ୍କର ଦୋଷ ସ୍ୱୀକାର କରିବାକୁ ମନା କରିଦେଇଥିଲେ । ଲାଲୁ ପରିବାର କୋର୍ଟରେ କହିଛନ୍ତି ଯେ ସେମାନେ ମାମଲାର ସମ୍ମୁଖୀନ ହେବେ । ଏହି ସମୟରେ, ରାବ୍ରି ଦେବୀ କହିଛନ୍ତି ଯେ ଏହା ଏକ ମିଥ୍ୟା ମାମଲା।

ଅଧିକ ପଢ଼ନ୍ତୁ: ଏବେ ପୁଣି କେଉଁ ଯୁଦ୍ଧ ରୋକିବେ ଡୋନାଲ୍ଡ ଟ୍ରମ୍ପ ? କଲେ ବଡ଼ ଖୁଲାସା...

ଲାଲୁ ପରିବାରକୁ ଲାଭ ମିଳିଛି: କୋର୍ଟ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କୋର୍ଟ ସ୍ୱୀକାର କରିଛନ୍ତି ଯେ ଏହି ଠକେଇ ଲାଲୁ ଯାଦବଙ୍କ ଜ୍ଞାତସାରରେ ଷଡ଼ଯନ୍ତ୍ର କରାଯାଇଥିଲା । କୋର୍ଟ କହିଛନ୍ତି ଯେ ଏହି ମାମଲାର ଅଭିଯୁକ୍ତମାନେ ଏକ ବୃହତ ଷଡ଼ଯନ୍ତ୍ରରେ ସାମିଲ ଥିଲେ । ଲାଲୁ ପରିବାର ଏହି ମାମଲାରୁ ଲାଭ ପାଇଛି । କଣ୍ଟ୍ରାକ୍ଟ ବଦଳରେ ରାବ୍ରି ଏବଂ ତେଜସ୍ୱୀ ବହୁତ କମ୍ ମୂଲ୍ୟରେ ଜମି ପାଇଥିଲେ ।


ଲାଲୁ ଯାଦବ ହ୍ୱିଲ୍ ଚେୟାରରେ କୋର୍ଟରେ ପହଞ୍ଚିଥିଲେ

ଆରଜେଡି ସୁପ୍ରିମୋ ଲାଲୁ ଯାଦବ ହ୍ୱିଲ୍ ଚେୟାରରେ କୋର୍ଟରେ ପହଞ୍ଚିଥିଲେ। ତାଙ୍କ ସହିତ ରାବ୍ରି ଦେବୀ, ତେଜସ୍ୱୀ ଯାଦବ ଏବଂ ପ୍ରେମଚାନ୍ଦ ଗୁପ୍ତା ମଧ୍ୟ ଥିଲେ ।

ଆଇଆରସିଟିସି ଦୁର୍ନୀତିରେ ସିବିଆଇ କ’ଣ ଅଭିଯୋଗ ଆଣିଥିଲା?

ସିବିଆଇ ଏହାର ଚାର୍ଜସିଟରେ ଅଭିଯୋଗ କରିଛି ଯେ ୨୦୦୪ ରୁ ୨୦୧୪ ମଧ୍ୟରେ ଏକ ଷଡ଼ଯନ୍ତ୍ରର ଅଂଶ ସ୍ୱରୂପ, ପୁରୀ ଏବଂ ରାଞ୍ଚିରେ ଥିବା ଭାରତୀୟ ରେଳବାଇର BNR ହୋଟେଲଗୁଡ଼ିକୁ ପ୍ରଥମେ IRCTCକୁ ସ୍ଥାନାନ୍ତର କରାଯାଇଥିଲା । ଏହାପରେ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ବିହାରର ସୁଜାତା ହୋଟେଲ ପ୍ରାଇଭେଟ୍ ଲିମିଟେଡକୁ ଲିଜ୍‌ରେ ଦିଆଯାଇଥିଲା । ଏଜେନ୍ସି ଅଭିଯୋଗ କରିଛି ଯେ ଟେଣ୍ଡର ପ୍ରକ୍ରିୟାରେ ଜାଲିଆତି ଏବଂ ହେରଫେର କରାଯାଇଥିଲା । ଏବଂ ସୁଜାତା ହୋଟେଲକୁ ସାହାଯ୍ୟ କରି ଅନେକ ସର୍ତ୍ତାବଳୀକୁ ମଧ୍ୟ ପରିବର୍ତ୍ତନ କରାଯାଇଥିଲା । ସିବିଆଇର ଏହି ଚାର୍ଜସିଟରେ ତତ୍କାଳୀନ IRCTC ମହାପ୍ରବନ୍ଧକ ଭିକେ ଆସ୍ଥାନା ଏବଂ ଆରକେ ଗୋୟଲଙ୍କ ସହିତ ସୁଜାତା ହୋଟେଲ ନିର୍ଦ୍ଦେଶକ ବିଜୟ କୋଚ୍ଚର ଏବଂ ବିନୟ କୋଚ୍ଚର, ଚାଣକ୍ୟ ହୋଟେଲର ମାଲିକଙ୍କ ନାମ ମଧ୍ୟ ରହିଛି ।

Related Topics

Explore more stories

Sponsored
Big Blow to Lalu Family Before Bihar Elections | IRCTC Scam Charges Framed | Argus News