Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଷଷ୍ଠ ରାଉଣ୍ଡ ସୁଦ୍ଧା ୩୦ ହଜାରରୁ ଅଧିକ ଭୋଟରେ ଆଗରେ ବିଜେପି

Odisha

Nuapada By Election / ଷଷ୍ଠ ରାଉଣ୍ଡ ସୁଦ୍ଧା ୩୦ ହଜାରରୁ ଅଧିକ ଭୋଟରେ ଆଗରେ ବିଜେପି

Banajyotshna Ray
Browse all articles by Banajyotshna Ray
·5 months ago·2 min read
ଷଷ୍ଠ ରାଉଣ୍ଡ ସୁଦ୍ଧା ୩୦ ହଜାରରୁ ଅଧିକ ଭୋଟରେ ଆଗରେ ବିଜେପି

Key Points

ନୂଆପଡ଼ା ଷଷ୍ଠ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଆଗୁଆ
ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ୩୦ରୁ ଅଧିକ ଭୋଟରେ ଆଗୁଆ
ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଆଗୁଆ ରହିଛନ୍ତି । ଷଷ୍ଠ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ୩୦,୬୪୧ ଭୋଟରେ ଆଗୁଆ ରହିଛନ୍ତି। ବିଜେଡି-୮୬୪୬, କଂଗ୍ରେସ-୭୮୯୧ ଭୋଟ ପାଇଥିବା ଜଣାପଡ଼ିଛି।ଆଜି ଆସିବ ନୂଆପଡ଼ା ଜନାଦେଶ । କିଏ ଜିତିବ ବାଜି, କାହାର ରହିବ ଦବ୍‌ଦବା, ତାହାକୁ ନେଇ ଜନତାଙ୍କ ରହିଛି ନଜର । ଆରମ୍ଭ ହୋଇଯାଇଛି ଭୋଟ ଗଣତି । ମୋଟ ୨୬ ରାଉଣ୍ଡରେ ଭୋଟ ଗଣତି ପ୍ରକ୍ରିୟା ହେବ । ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନେ ଜିତିବା ନେଇ ଆଶାବାଦୀ ଅଛନ୍ତି ।

ଏଥିସହ ପଢ଼ନ୍ତୁ: ପଞ୍ଚମ ରାଉଣ୍ଡ ସୁଦ୍ଧା ଆଗରେ ବିଜେପି

ଏଥର ନୂଆପଡ଼ା ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି । ୮୩.୪୫ ପ୍ରତିଶତ ମତଦାନ କରିଛନ୍ତି ଭୋଟରମାନେ । ଗତ ୨୦୨୪ ବିଧାନସଭା ନିର୍ବାଚନ ତୁଳନାରେ ଏଥର ଏଠାରେ ଅଧିକ ଭୋଟିଂ ହୋଇଛି । ୨୦୨୪ ଅପେକ୍ଷା ଏଠାରେ ୨୫ ହଜାର ଅଧିକ ମତ ସାବ୍ୟସ୍ତ କରିଛନ୍ତି ଭୋଟରମାନେ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ୩୦ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି । ପଛକୁ ଅଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ । ତାଙ୍କ ପଛକୁ ଅଛି ବିଜେଡି ।

ପ୍ରଥମ ରାଉଣ୍ଡରୁ ହିଁ ବିଜେପି ପ୍ରାର୍ଥୀ ଆଗରେ ରହି ଚାଲିଛନ୍ତି। ତାରିଖ -୧୪ । ପ୍ରାର୍ଥୀ - ୧୪ । ଟେବୁଲ୍ - ୧୪ । ଏହାରି ଭିତରେ ୧୪ ଅଙ୍କକୁ ନେଇ ଜୋର୍ ଧରିଛି ଚର୍ଚ୍ଚା । ୧୪ ତାରିଖରେ ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ କାଉଣ୍ଟିଂ ପାଇଁ ପ୍ରସ୍ତୁତ ହୋଇଥିବା ୧୪ ଟେବୁଲ । ୩୫୮ ବୁଥ ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ପ୍ରତି ଟେବୁଲ୍ ପାଇଁ ଜଣେ ଲେଖାଏଁ କାଉଣ୍ଟି ସୁପର ଭାଇଜର ଦାୟିତ୍ୱରେ ରହିବେ । ତାଙ୍କୁ ସହଯୋଗ କରିବେ କାଉଣ୍ଟି ଆସିଷ୍ଟାଣ୍ଟ । ଜଣେ ମାଇକ୍ରୋ ଅବଜରଭର କାଉଣ୍ଟିଂ ଟେବୁଲରେ ରହିବେ । ଏହାସହ ଭୋଟ ଗଣତି ପ୍ରକ୍ରିୟାକୁ ତଦାରଖ କରିବେ ରିଟର୍ଣ୍ଣିଂ ଅଫିସର । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ରହିବ ଭୋଟ୍ ଗଣତି କେନ୍ଦ୍ର ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Nuapada By Election | BJP Leads by Over 30 Votes Till Sixth Round | Argus News | Argus News