Videos
|
Odisha

Nuapada By Election / ପଞ୍ଚମ ରାଉଣ୍ଡ ସୁଦ୍ଧା ଆଗରେ ବିଜେପି

Banajyotshna Ray
Browse all articles by Banajyotshna Ray
·10 months ago·2 min read
ପଞ୍ଚମ ରାଉଣ୍ଡ ସୁଦ୍ଧା ଆଗରେ ବିଜେପି

Key Points

ନୂଆପଡ଼ା ଉପନିର୍ବାଚନ
ପଞ୍ଚମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଆଗୁଆ
ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଆଗୁଆ ରହିଛନ୍ତି । ପଞ୍ଚମ ରାଉଣ୍ଡ ସୁଦ୍ଧା ୨୫,୧୯୫ ଭୋଟରେ ଆଗୁଆ ରହିଛି ବିଜେପି । କଂଗ୍ରେସ ୬୭୯୭, ବିଜେଡି ୬୫୩୮ଭୋଟ ପାଇଥିବା ଜଣାପଡିଛି। ଏଥିରୁ ସ୍ପଷ୍ଟ ବାରିହୋଇପହୁଛି ଯେ, ଟ୍ରେଣ୍ଡ କରୁଛି ବିଜେପି। ଆଗରେ ରହିଛନ୍ତି ଜୟ ଢ଼ୋଲକିଆ।ଆଜି ଆସିବ ନୂଆପଡ଼ା ଜନାଦେଶ । କିଏ ଜିତିବ ବାଜି, କାହାର ରହିବ ଦବ୍‌ଦବା, ତାହାକୁ ନେଇ ଜନତାଙ୍କ ରହିଛି ନଜର । ଆରମ୍ଭ ହୋଇଯାଇଛି ଭୋଟ ଗଣତି ।

ମୋଟ ୨୬ ରାଉଣ୍ଡରେ ଭୋଟ ଗଣତି ପ୍ରକ୍ରିୟା ହେବ । ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନେ ଜିତିବା ନେଇ ଆଶାବାଦୀ ଅଛନ୍ତି । ଏଥର ନୂଆପଡ଼ା ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି । ୮୩.୪୫ ପ୍ରତିଶତ ମତଦାନ କରିଛନ୍ତି ଭୋଟରମାନେ । ଏଥର ନୂଆପଡ଼ାରେ ଭୋଟରମାନେ ସବୁ ଆକଳନକୁ ଭୁଲ୍ ସାବ୍ୟସ୍ତ କରି ପାରନ୍ତି । ଗତ ୨୦୨୪ ବିଧାନସଭା ନିର୍ବାଚନ ତୁଳନାରେ ଏଥର ଏଠାରେ ଅଧିକ ଭୋଟିଂ ହୋଇଛି । ୨୦୨୪ ଅପେକ୍ଷା ଏଠାରେ ୨୫ ହଜାର ଅଧିକ ମତ ସାବ୍ୟସ୍ତ କରିଛନ୍ତି ଭୋଟରମାନେ ।

ଏଥିସହ ପଢ଼ନ୍ତୁ: ନୂଆପଡ଼ାରେ ପ୍ରଥମ ରାଉଣ୍ଡ ଗଣତିରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଆଗରେ

ତାରିଖ -୧୪ । ପ୍ରାର୍ଥୀ - ୧୪ । ଟେବୁଲ୍ - ୧୪ । ଏହାରି ଭିତରେ ୧୪ ଅଙ୍କକୁ ନେଇ ଜୋର୍ ଧରିଛି ଚର୍ଚ୍ଚା । ୧୪ ତାରିଖରେ ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ କାଉଣ୍ଟିଂ ପାଇଁ ପ୍ରସ୍ତୁତ ହୋଇଥିବା ୧୪ ଟେବୁଲ । ୩୫୮ ବୁଥ ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ପ୍ରତି ଟେବୁଲ୍ ପାଇଁ ଜଣେ ଲେଖାଏଁ କାଉଣ୍ଟି ସୁପର ଭାଇଜର ଦାୟିତ୍ୱରେ ରହିବେ । ତାଙ୍କୁ ସହଯୋଗ କରିବେ କାଉଣ୍ଟି ଆସିଷ୍ଟାଣ୍ଟ । ଜଣେ ମାଇକ୍ରୋ ଅବଜରଭର କାଉଣ୍ଟିଂ ଟେବୁଲରେ ରହିବେ । ଏହାସହ ଭୋଟ ଗଣତି ପ୍ରକ୍ରିୟାକୁ ତଦାରଖ କରିବେ ରିଟର୍ଣ୍ଣିଂ ଅଫିସର । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ରହିବ ଭୋଟ୍ ଗଣତି କେନ୍ଦ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନୂଆପଡ଼ା ଫଳାଫଳ ସରକାର ଉପରେ ସିଧାସଳଖ କୌଣସି ପ୍ରଭାବ ପକାଉନଥିଲେ ମଧ୍ୟ ପ୍ରମୁଖ ୩ ରାଜନୈତିକ ଦଳ ଭିତରୁ କିଏ ଏକ-ଦୁଇ ଓ ତିନି ନମ୍ବରରେ ରହିବେ ତା’ ଉପରେ ରହିଛି ନଜର । କାରଣ ଏହି ପୋଜିସନ ହିଁ ତିନି ପ୍ରମୁଖ ରାଜନୈତିକ ଦଳର ଦଶା ଓ ଦିଶାକୁ ପ୍ରମାଣିତ କରିବ । ହେଲେ ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଆଗୁଆ ରହିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Related Topics

Explore more stories