Mamata Banerjee / କାର୍ଯ୍ୟାନୁଷ୍ଠାନ ବଦଳରେ ଦୋଷ ଲୁଚାଉଛନ୍ତି ମମତା, ବିଜେପି କଲା ତାତ୍ସଲ୍ୟ

Key Points
ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ବେଙ୍ଗଲ ମୁଖ୍ୟମନ୍ତ୍ରୀଙ୍କ ଖାମଖିଆଲ ବୟାନ
ନିଜ ଦୋଷ ଲୁଚାଇବାକୁ ଛାତ୍ରୀ ଓ କଲେଜ ଉପରେ ଦୋଷ ଲଦିଲେ ମମତା
ଏପଟେ ଓଡ଼ିଶାର ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରବତାକୁ ନେଇ ଉଠିଲା ପ୍ରଶ୍ନ
ଜଣେ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହେଲେ । ପଶ୍ଚିମବଙ୍ଗର ଏ ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଖୋଲିଯାଇଛି ବେଙ୍ଗଲ ମୁଖ୍ୟମନ୍ତ୍ରୀଙ୍କ ଅସଲ ମୁଖା । ଜଣେ ମହିଳା ହୋଇ ଆଉ ଜଣେ ଝିଅ ପ୍ରତି ପାଶବିକ ଅତ୍ୟାତାର ମାମଲାରେ ଅତି ସମ୍ବେଦନହୀନ, ଖାମଖିଆଲ ଓ ଦାୟିତ୍ବହୀନ ବୟାନ ଦେଇଛନ୍ତି ମମତା ବାନାର୍ଜୀ । ଅପରାଧୀଙ୍କ ଆଡ୍ଡା ସ୍ଥଳୀ ପାଲଟିଥିବା ପଶ୍ଚିମବଙ୍ଗରେ ନିଜ ଶାସନର ଅପାରଗତା ଲୁଚାଇବାକୁ ପୀଡ଼ିତା ଛାତ୍ରୀ ଓ ସମ୍ପୃକ୍ତ ମେଡିକାଲ କଲେଜ ଉପରେ ଦୋଷ ଲଦିଛନ୍ତି।
ଆହୁରି ବଡ଼ ପ୍ରଶ୍ନ ଉଠାଇଛି ମମତାଙ୍କ ବୟାନ । ପୀଡ଼ିତା ଛାତ୍ରୀ ରାତି ସାଢ଼େ 12ଟାରେ କେମିତି କଲେଜ କ୍ୟାମ୍ପସ ବାହାରକୁ ଗଲେ ବୋଲି ପ୍ରଶ୍ନ କରିଛନ୍ତି ମମତା ବାନାର୍ଜୀ । ଅନ୍ୟପଟେ ଛାତ୍ରୀଙ୍କ ବାପାଙ୍କ ଏତଲା ଅନୁସାରେ ସେ ରାତି ପ୍ରାୟ 8ଟା ବେଳେ ବାହାରକୁ ଯାଇଥିଲେ । ସିସିଟିଭି ଫୁଟେଜରୁ ବି ତାହା ପ୍ରମାଣିତ ହେଉଛି । ଖାମଖିଆଲ ବୟାନକୁ ନେଇ ମମତାଙ୍କୁ ତାତ୍ସଲ୍ୟ କରିଛନ୍ତି ବିଜେପି ବିଧାୟିକା ଅଗ୍ନିମିତ୍ର ପଲ । ଘଟଣା ନେଇ ମମତା ସରକାର ଉପରେ ବର୍ଷିଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ । କହିଛନ୍ତି ପଶ୍ଚିମବଙ୍ଗ ଅସାମାଜିକ ଓ ଆତଙ୍କବାଦୀଙ୍କ ଅଡ୍ଡାସ୍ଥଳୀ ପାଲଟିଛି ।
ଏଥିସହ ପଢ଼ନ୍ତୁ: ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ଗିରଫ ହେଲା ଚତୁର୍ଥ ଅଭିଯୁକ୍ତ
ଏହା ପୂର୍ବରୁ ଆର୍ ଜି କର ମେଡିକାଲ କଲେଜରେ ବି ଗଣଦୁଷ୍କର୍ମର ଶିକାର ହୋଇ ପ୍ରାଣ ହରାଇଥିଲେ ଆଉ ଜଣେ ଡାକ୍ତରୀ ଛାତ୍ରୀ। ପଶ୍ଚିମବଙ୍ଗରେ ଘଟୁଥିବା ଏମିତି ଘଟଣା ଗୋଟିଏ ପଟେ ମମତା ସରକାରର ମୁଖା ଖୋଲିଛି, ଏପଟେ ଓଡ଼ିଶାରେ ମହିଳା ସମ୍ମାନର ନାରା ଦେଉଥିବା ବିଜୁ ଜନତା ଦଳର ମୁଖିଆ ତଥା ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରବତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଘଟଣାକୁ 48 ଘଣ୍ଟା ବିତିବାକୁ ବସିଥିବାବେଳେ ବୟାନ ତ ଦୂରର କଥା ବେଙ୍ଗଲ ଘଟଣା ନେଇ ସୋସିଆଲ୍ ମିଡିଆରେ ବି ଧାଡ଼ିଟିଏ ଲେଖିନାହାନ୍ତି ନବୀନ । ଏହାକୁ ନେଇ କଡ଼ା ସମାଲୋଚନା କରିଛି ବିଜେପି। ଅନ୍ୟପଟେ ବେଙ୍ଗଲ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଓଡ଼ିଶା କଂଗ୍ରେସ।
📱 Get Argus News App
✨ପୁଣି ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ସବୁଆଡୁ ଲଜ୍ଜିତ ଓ ନିନ୍ଦିତ ହେବା ପରେ ଚାପରେ ପଡ଼ି ଆକ୍ସନ ଆରମ୍ଭ କରିଛି ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର । ଘଟଣାର 4 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଅପ୍ପୁ ବାଉରୀ (21), ଫିର୍ଦ୍ଦୋସ ଶେଖ୍ (23), ଶେଖ୍ ରିଆଜୁଦ୍ଦିନ (32) ଓ ନସିରୁଦ୍ଦିନ । ପ୍ରଥମ 3 ଜଣଙ୍କୁ କୋର୍ଟ ଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ 10 ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି । ଆହୁରି ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛି । ପୀଡ଼ିତା ଏବେ କୋଲକାତା IQ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବାଲେଶ୍ବର ପ୍ରଶାସନର ସ୍ବତନ୍ତ୍ର ଟିମ୍ ମେଡିକାଲରେ ପହଞ୍ଚି ପୀଡ଼ିତା ଓ ପରିବାରକୁ ଭେଟିଛନ୍ତି । ଅନ୍ୟପଟେ ପଶ୍ଚିମବଙ୍ଗ କଂଗ୍ରେସ ଓ ଆମର ଜାଗରଣ ସଂଗଠନ ପକ୍ଷରୁ ସମ୍ପୃକ୍ତ ମେଡିକାଲ କଲେଜ ଘେରାଉ କରାଯାଇଛି । ମମତା ସରକାର ବିରୋଧରେ ବର୍ଷିଛନ୍ତି ସ୍ଥାନୀୟ ନେତା ଓ ବାସିନ୍ଦା।
ଅଧିକ ପଢ଼ନ୍ତୁ ଦେଶ ଖବର:
Related Topics
Explore more stories