Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ଗିରଫ ହେଲା ଚତୁର୍ଥ ଅଭିଯୁକ୍ତ

Odisha

Odia Student Raped in WB / ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ଗିରଫ ହେଲା ଚତୁର୍ଥ ଅଭିଯୁକ୍ତ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ଗିରଫ ହେଲା ଚତୁର୍ଥ ଅଭିଯୁକ୍ତ

Key Points

ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ଗିରଫ ୩ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଲା ପୋଲିସ । ଗଣଦୁଷ୍କର୍ମ ମାମଲାରେ ଚତୁର୍ଥ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ମାମଲାରେ ଏବେ ବି ଜଣେ ଫେରାର ରହିଛି ।

କୋଲକାତା: ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ଗିରଫ ୩ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଲା ପୋଲିସ । ଗଣଦୁଷ୍କର୍ମ ମାମଲାରେ ଚତୁର୍ଥ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ମାମଲାରେ ଏବେ ବି ଜଣେ ଫେରାର ରହିଛି ।


ସେପଟେ ପଶ୍ଚିମବଙ୍ଗ ଦୁର୍ଗାପୁର-ଆସାନଶୋଲ ସିପିଙ୍କ କାର୍ଯ୍ୟାଳୟରେ ଓଡ଼ିଶା ପୋଲିସ ପହଞ୍ଚିଛି । ବାଲେଶ୍ଵର ଅତିରିକ୍ତ ଜିଲ୍ଲାପାଳ ହେମନ୍ତ ସିଂ ଓ ଅତିରିକ୍ତ ଏସ୍‌ପି, ସିପିଙ୍କ କାର୍ଯ୍ୟାଳୟରେ ପୀଡ଼ିତଙ୍କ ବାପାଙ୍କ ସହ ଅଲୋଚନା କରିଛନ୍ତି ।


ଏଥିସହ ପଢ଼ନ୍ତୁ: ଗୁଣି ସନ୍ଦେହରେ ମାଡ଼ ମାରି ଗୋଡ଼ରେ ପକାଇଲେ ବେଡ଼ି, ଚାଲିଗଲା ଜୀବନ


ବର୍ତ୍ତମାନ କୋଲକାତା ଆଇକ୍ୟୁ ମେଡିକାଲରେ ପୀଡ଼ିତାଙ୍କ ଚିକିତ୍ସା ଚାଲିଥିବାବେଳେ ତାଙ୍କ ସ୍ଵାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ସୂଚନା ମିଳିଛି । ମେଡିକାଲରେ ପହଞ୍ଚି ବାଲେଶ୍ଵର ପ୍ରଶାସନର ସ୍ଵତନ୍ତ୍ର ଟିମ୍ ପୀଡ଼ିତା ଓ ତାଙ୍କ ପରିବାରକୁ ଭେଟିଛନ୍ତି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଜଣେ ଡିଏସପିଙ୍କୁ ନେଇ ଗଠିତ ୪ ଜଣିଆ ଟିମ୍ ଡାକ୍ତରଖାନା ଯାଇ ପୀଡ଼ିତା ଏବଂ ତାଙ୍କ ପରିବାରକୁ ଭେଟି ଆଲୋଚନା କରିଛନ୍ତି ।

ପୀଡ଼ିତାଙ୍କ ବାପା କହିଛନ୍ତି, "ତାଙ୍କ ଝିଅ ଏବେ ଚାଲିବାକୁ ଅକ୍ଷମ । ଏବେ ସେ ବେଡ ରେଷ୍ଟରେ ଅଛି । ଝିଅର ସ୍ଵାସ୍ଥ୍ୟାବସ୍ଥା ନେଇ ମୁଖ୍ୟମନ୍ତ୍ରୀ, ଡିଜି, ଏସପି, ଜିଲ୍ଲାପାଳ ଆମ ସହ ଯୋଗାଯୋଗରେ ଅଛନ୍ତି ।" ସେଠାରୁ ଝିଅକୁ ଏକ ସୁରକ୍ଷିତ ସ୍ଥାନକୁ ଓଡ଼ିଶା ନେବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିବା କହିଛନ୍ତି ।

କୋଲକାତାରେ ପୀଡ଼ିତାଙ୍କ ଚିକିତ୍ସା ଚାଲିଥିବା ବେଳେ ବାପା କହିଛନ୍ତି, ""ଏଠାରେ ଝିଅର ସୁରକ୍ଷା ପ୍ରତି ବିପଦ ଅଛି ।" ତେଣୁ ତୁରନ୍ତ ଝିଅକୁ ଏଠାରୁ ଓଡ଼ିଶା ନେବା ପାଇଁ ଚାହୁଁଥିବା କହିଛନ୍ତି ପୀଡିତାଙ୍କ ବାପା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିସହ ପଢ଼ନ୍ତୁ: ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ଧରାପଡ଼ିଲେଣି ୩ ଅଭିଯୁକ୍ତ ଏବେ ବି ଦୁଇ ଫେରାର


ବର୍ଦ୍ଧମାନ ଜିଲ୍ଲା ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜରେ ଦ୍ଵିତୀୟ ବର୍ଷ ପଢୁଥିଲେ ଓଡ଼ିଆ ଝିଅ । ଛାତ୍ରୀ ଜଣଙ୍କ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଅଞ୍ଚଳର । ଶୁକ୍ରବାର ରାତି ପ୍ରାୟ ସାଢ଼େ ୮ଟାରେ ସହପାଠୀଙ୍କ ସହ କଲେଜ କ୍ୟାମ୍ପସ ବାହାରକୁ ଯାଇଥିଲେ ଛାତ୍ରୀ । ହଠାତ୍ ପାଞ୍ଚ ଜଣ ଯୁବକ ଆସି ସେମାନଙ୍କ ରାସ୍ତା ଅବରୋଧ କରିଥିଲେ । ରାସ୍ତାରୁ ହସ୍ପିଟାଲ ପଛପଟ ଏକ ଜଙ୍ଗଲକୁ ଉଠାଇ ନେଇ ଛାତ୍ରୀଙ୍କୁ ନିର୍ଯାତନା ଦେଇଥିଲେ ଦୁର୍ବୃତ୍ତ ।

Related Topics

Explore more stories

Sponsored
Odisha Medical Student Gangraped in Durgapur, 4 Held | Argus News | Argus News