Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

BMC Gutkha Ban / ରାଜଧାନୀରୁ ହଟିବ ଗୁଟଖା ବିଜ୍ଞାପନ, ଆକ୍ସନ ମୋଡ଼ରେ BMC

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ରାଜଧାନୀରୁ ହଟିବ ଗୁଟଖା ବିଜ୍ଞାପନ, ଆକ୍ସନ ମୋଡ଼ରେ BMC
BMC

Key Points

ସରକାରଙ୍କୁ ଘାରିଛି ଗୁଟଖା ଚିନ୍ତା
ରାଜଧାନୀରୁ ହଟିବ ଗୁଟଖା ବିଜ୍ଞାପନ
ଆକ୍ସନ ମୋଡରେ ବିଏମସି 
ସାଧାରଣ ପରିଷଦ ବୈଠକରେ ବଡ ନିଷ୍ପତ୍ତି
ସରକାରଙ୍କୁ ଘାରିଛି ଗୁଟଖା ଚିନ୍ତା । ରାଜଧାନୀରୁ ହଟିବ ଗୁଟଖା ବିଜ୍ଞାପନ । ଆକ୍ସନ ମୋଡରେ ବିଏମସି । ସାଧାରଣ ପରିଷଦ ବୈଠକରେ ନିଆଗଲା ବଡ଼ ନିଷ୍ପତ୍ତି । ନିୟମ ନ ମାନିଲେ ଲାଇସେନ୍ସ ରଦ୍ଦ ହେବ । ସେପଟେ ଏବେ ବି ରାଜ୍ୟରେ ଗୁଟୁଖାର ଚାଲିଛି କଳାବଜାରୀ । ଚଢା ଦରରେ ବିକ୍ରି ହେଉଛି ଗୁଟୁଖା ।

କ୍ୟାନସର ବିରୋଧରେ ବଡ଼ ଲଢେଇ । ରାଜ୍ୟରେ ଗୁଟଖା ବନ୍ଦ ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଏନେଇ ପ୍ରାଶାସନିକ ସ୍ତରରେ ନିର୍ଦ୍ଦେଶ ପରେ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ମଧ୍ୟ ରାଜଧାନୀରେ ଗୁଟଖା ବନ୍ଦ ନିୟମକୁ କଡ଼ାକଡ଼ି କରାଯାଇଛି । ବିଏମସି ଠାରୁ ଲାଇସେନ୍ସ ପାଇଥିବା କୌଣସି ବି ଭେଣ୍ଡିଂ ଜୋନ୍ କିମ୍ବା ଓମ୍‌ଫେଡ୍‌ ବୁଥରେ ଗୁଟଖା ବିକ୍ରିର ଅଭିଯୋଗ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜରିମାନା ଆଦାୟ ସହିତ ଲାଇସେନ୍ସକୁ ବାତିଲ କରାଯିବ ।

ସେହିପରି ଏନଫୋର୍ସମେଣ୍ଟ ଟିମ୍‌ର ଚଢ଼ାଉକୁ ଜୋରଦାର କରାଯିବ, ରାଜଧାନୀର ଛକ ବଜାରରେ ଗୁଟଖାକୁ ପ୍ରୋତ୍ସାହିତ କଲା ଭଳି ଲାଗିଥିବା ହୋର୍ଡିଂ ସବୁକୁ ହଟାଯିବ । ସମ୍ପୃକ୍ତ ଏଜେନ୍ସି ଉପରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସିର ୩୮ ତମ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

କୋରାପୁଟ ଜିଲ୍ଲାର ବାଣିଜ୍ୟ କାରବାର ଗନ୍ତାଘର କୁହା ଯାଉଥିବା ଜୟପୁର ସହର । ଏଠାରେ ଖୁଲମଖୁଲା ବିକ୍ରି ହେଉଛି ପାନ ପୁଡ଼ିଆ ଓ ଗୁଟଖା । ସବୁ ଦୋକାନରେ ଓହଳିଛି ନାମୀଦାମି କମ୍ପାନୀର ମାଳମାଳ ଗୁଟଖା । କଟକଣା ସତ୍ତ୍ବେ ବଜାରରେ ବିକ୍ରି ହେଉଛି ଗୁଟଖା ଓ ପାନ ମସଲା । କିଛି ଅସୁଧା ବ୍ୟବସାୟୀ ଗୁଟଖା ଉପରେ ରୋକ ଲାଗିବାର ଫାଇଦା ଉଠାଇ କଳାବଜାରୀ କରି ମାଲେମାଲ ହେଉଛନ୍ତି । ଗୁଟଖା ଏବେ ସମାଜ ପାଇଁ ସାଜିଛି ଚିନ୍ତାର କାରଣ । ମୁଖଗହ୍ୱର କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଚିଛି । ଆଉ ଏସବୁ ଭିତରେ ଆକ୍ସନ ମୋଡ଼କୁ ଆସିଛନ୍ତି ସରକାର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
BMC to Remove Gutkha Ads from Bhubaneswar, Strict Action Planned | Argus News