Chilika Lake / କୁହୁଡ଼ି ପାଇଁ ଚିଲିକାରେ ଦିନ ୧୧ଟା ପର୍ଯ୍ୟନ୍ତ ଡଙ୍ଗା ଚଳାଚଳ ବନ୍ଦ
·6 months ago·2 min read

Key Points
ଚିଲିକାରେ ୧୧ଟା ଯାଏଁ ଡଙ୍ଗା ମନା ।
କୁହୁଡ଼ି ପାଇଁ ଚିଲିକାରେ ଦିନ ୧୧ଟା ପର୍ଯ୍ୟନ୍ତ ଡଙ୍ଗା ଚଳାଚଳ ଉପରେ କଟକଣା ।
ଯାତ୍ରୀବାହୀ ଡଙ୍ଗା, ମାଲବାହୀ ଡଙ୍ଗା ଓ ଭସାପୋଲ ସମ୍ପୂର୍ଣ୍ଣ ନିଷେଧ ।

କୁହୁଡ଼ି ପାଇଁ କଟକଣା । ଚିଲିକାରେ ସମସ୍ତ ପ୍ରକାର ପରିବହନକୁ ଦିନ ୧୧ଯାଏଁ ବନ୍ଦ କଲେ ଜିଲ୍ଲାପାଳ । ଏ ନେଇ ପୁରୀ ଏସପି ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ଚିଠି । ଯାତ୍ରୀବାହୀ ଡ଼ଙ୍ଗା, ମାଲବାହୀ ଡ଼ଙ୍ଗା କିମ୍ବା ଭସାପୋଲକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି ।
ସୂଚନାନୁଯାୟୀ ଚିଲିକା ପର୍ଯ୍ୟଟକଙ୍କ ପାଇଁ ସତର୍କ ସୂଚନା । ଚିଲିକା ଯିବାକୁ ଚିନ୍ତା କରୁଥିଲେ ଜାଣିରଖନ୍ତୁ ଏହି ଖବର । କୁହୁଡ଼ି ପାଇଁ ଚିଲିକାରେ ଡଙ୍ଗା ଚଳାଚଳକୁ ନେଇ ଲାଗିଲା କଟକଣା । ଗୁରୁବାର ଅଘଟଣ ପରେ ପୁରୀ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ଦିନ ୧୧ଟା ପର୍ଯ୍ୟନ୍ତ ଚିଲିକାରେ କୌଣସି ପ୍ରକାର ଡଙ୍ଗା ଚାଲିବନି। ପର୍ଯ୍ୟଟକଙ୍କ ବୋଟ୍, ଛୋଟ ମଟର, ମାଲ ବାହୀ ଡଙ୍ଗା ଓ ଭସାପୋଲ ସବୁକିଛିରେ କଟକଣା ଲଗାଇଛନ୍ତି ପୁରୀ ଜିଲ୍ଲାପାଳ। ପ୍ରବଳ କୁହୁଡ଼ିରେ ଚିଲିକା ଅଞ୍ଚଳରେ ଦୃଶ୍ୟମାନତା କମୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି କଡ଼ା ପଦକ୍ଷେପ ନିଆଯାଇଛି।
କୁହୁଡ଼ି ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ। ଘନ କୁହୁଡ଼ି ସମୟରେ କୌଣସି ବି ପରିବହନ ଯେପରି ନ ହୁଏ ତାକୁ ନଜର ରଖିବେ ପୋଲିସ ଓ ସ୍ଥାନୀୟ ପ୍ରଶାସନ। ଏନେଇ ସ୍ଥାନୀୟ ଲୋକଙ୍କୁ ଡାକ ବାଜି ଯନ୍ତ୍ର ଦ୍ଵାରା ସଚେତନ କରାଇଛନ୍ତି ସ୍ଥାନୀୟ ବିଡିଓ ।
ଏଥିସହ ପଢ଼ନ୍ତୁ: ସରକାରୀ ଚାକିରି ନାଁରେ କୋଟି କୋଟି ଟଙ୍କାର ବଡ଼ ଠକେଇ
ଗତକାଲି କୁହୁଡ଼ି ଯୋଗୁଁ ଏକ ଭସାପୋଲ ଚିଲିକା ମଝିରେ ଫସିଥିଲା । ସେଥିରୁ ଖସିପଡ଼ି ଜଣେ ବ୍ୟକ୍ତିଙ୍କ ଜୀବନ ମଧ୍ୟ ଚାଲି ଯାଇଥିଲା । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ଏ କଡ଼ା ନିଷ୍ପତ୍ତିକୁ ଅମାନ୍ୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏ ନେଇ ପୁରୀ ଏସପି, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ପୁରୀ ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଓ କୋଣାର୍କ ପର୍ଯ୍ୟଟନ ଉନ୍ନୟନ ଅଧିକାରୀଙ୍କୁ ଚିଠି ହୋଇଛି ।
ସେପଟେ ଏଥର ଓଡ଼ିଶାରେ ଶୀତ ପ୍ରବଳ ଥରାଇଲାଣି । ଶୀତ ଯେମିତିକୁ କୁହୁଡ଼ି ବି ସେମିତି ପିଛା ଛାଡ଼ୁନି । ପାଣିପାଗ ବିଭାଗର ବିସ୍ତାରିତ ଆକଳନ କହୁଛି, ଜାନୁଆରୀ ମାସରେ ବି ଜୋର ଶୀତ ସମ୍ଭାବନା ରହିଛି ଓଡ଼ିଶାରେ । ବର୍ତ୍ତମାନ ରାତି ତାପମାତ୍ରା ଦୁଇଦିନ ପାଇଁ ସାମୟିକ ଭାବେ କମିବ । ରାତି ତାପମାତ୍ରା ପୁଣି ୨ରୁ ୩ ଡିଗ୍ରୀ ବଢ଼ିପାରେ । ୨-୩ ଦିନ ଅପରିବର୍ତ୍ତିତ ରହିବା ପରେ ପୁଣି ରାତି ତାପମାତ୍ରା ଖସିବ । ଶୀତ ବଢ଼ିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories