Sarthak Missing / ଏହି କମ୍ପାନୀର ଜାହାଜରେ ଯିଏ ଯାଉଛି ସେ ଆଉ ଫେରୁ ନାହିଁ କାରଣ...

Key Points
ଡେଥ ସିପ୍ ସାର୍ଥକ ଥିବା ଜାହାଜରେ ୧୦ ଜଣଙ୍କୁ ହତ୍ୟା !
ଏହି କମ୍ପାନୀର ଜାହାଜରେ ଯିଏ ଯାଉଛି ସେ ଆଉ ଫେରୁ ନାହିଁ
ସାର୍ଥକ ଥିବା ଜାହାଜରେ ୧୦ ଜଣଙ୍କୁ ହତ୍ୟା... ଜାହାଜର ନାଁ ହେଉଛି ଡେଥ ସିପ୍ । ଏହି କମ୍ପାନୀର ଜାହାଜରେ ଯିଏ ଯାଉଛି ସେ ଆଉ ଫେରୁ ନାହିଁ । ହାଜାର ଭିତରେ ହତ୍ୟା, ଗାୟବ, ଷଡ଼ଯନ୍ତ୍ର । କିଏ ହଜି ଯାଉଛି ତ ପୁଣି କିଏ ଜୀବନହାରି ଦେଉଛି । ସମୁଦ୍ର ମଝିରୁ ଉଭେଇ ଯାଉଛନ୍ତି ଜାହାଜର କ୍ର୍ୟୁ ମେମ୍ବର। ଚାକରି ପାଇଁ ଯାଉଥିବା ଭେଣ୍ଡିଆ ଯୁବକ ଏହି ଜାହାଜରୁ ଆଉ ଘରକୁ ଫେରୁ ନାହାଁନ୍ତି । ଜାହାଜ ଭିତରୁ କେଉଁଆଡ଼େ ଉଭେଇ ଯାଉଛନ୍ତି ସମସ୍ତେ ? ଏପର୍ଯ୍ୟନ୍ତ ଏହି ଜାହାଜ କମ୍ପାନୀରୁ ୧୦ ଜଣ କ୍ର୍ୟୁଙ୍କର ମୃତ୍ୟୁ ହୋଇଗଲାଣି ! ଜାହାଜ କମ୍ପାନୀ ପାଖରେ କିନ୍ତୁ କାହାରି ମୃତ୍ୟୁର ସଠିକ ଉତ୍ତର ନାହିଁ ।
ଜାହାଜ ପରିଚାଳନା କମ୍ପାନୀର ନାଁ ହେଉଛି ଆଙ୍ଗ୍ଲୋ ଇଷ୍ଟର୍ଣ୍ଣ । ଏହି କମ୍ପାନୀ ବିଭିନ୍ନ ଜାହାଜର ପରିଚାଳନା ଦାୟିତ୍ବ ନେଇଥାଏ। ଏହି କମ୍ପାନୀ ଅଧିନରେ ରହିଛି ଶହ ଶହ ଜାହାଜ । କିନ୍ତୁ ଅଭିଯୋର ଲାଇନ ବି ପୁରା ଲମ୍ବା । ଅଭିଯୋଗ ରହିଛି ଏହି କମ୍ପାନୀର ଜାହାଜରେ ଯିଏ ଯାଏ ତାଙ୍କୁ ମାରି ଦିଆଯାଏ । ସେମିତି କିଛି ଏବେ ସାର୍ଥକଙ୍କ ସହ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।
ପଢନ୍ତୁ ଏହି ଖବର: ମିଳିଲାନି ସାର୍ଥକ, ସିଙ୍ଗାପୁରରୁ ନିରାଶ ହୋଇ ଫେରିଲେ ମା' ଓ ମାମୁଁ
ସବୁ ଜାହାଜର ପରିଚାଳନା ଦାୟିତ୍ବ ନେଇଛି ଆଙ୍ଗ୍ଲୋ ଇଷ୍ଟର୍ଣ୍ଣ କମ୍ପାନୀ । ସୂଚନା ମୁତାବକ ଜଣେ କି ଦୁଇ ଜଣ ନୁହେଁ । ସାର୍ଥକ ଗାୟବ ହେବା ପୂର୍ବରୁ ୧୦ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ଏହି ଆଙ୍ଗ୍ଲୋ ଇଷ୍ଟର୍ଣ୍ଣ କମ୍ପାନୀ ନାଁରେ । ଯେଉଁ ଜାହାଜ ଦାୟିତ୍ବରେ ଏହି କମ୍ପାନୀ ଆଙ୍ଗ୍ଲୋ ଇଷ୍ଟର୍ଣ୍ଣ ରହିଥାଏ ସେହି ଜାହଜରେ କ୍ର୍ୟୁ ମେମ୍ବରଙ୍କର ମୃତ୍ୟୁ ହୋଇଯାଏ । ପରେ କୁହାଯାଏ କି କ୍ର୍ୟୁମେମ୍ବର ଜୀବନହାରି ଦେଇଛନ୍ତି କି କୁଆଡ଼େ ଚାଲିଯାଇଛନ୍ତି ।
ଯଦି ଦେଖିବା ଅକ୍ଟୋବର ୨୦୨୧ରେ ଏହି କମ୍ପାନୀରେ ଥାର୍ଡ ଅଫିସର ଶିବମ ମଲ୍ଲିକଙ୍କ ମୃତ୍ୟୁ ହୋଇଗଲା । କିନ୍ତୁ କମ୍ପାନୀ ଶିବମଙ୍କ ମୃତ୍ୟୁକୁ ଜୀବନ ହାରିବା କହି କମ୍ପାନୀ ସବୁ ଦୋଷକୁ ଏଡ଼ାଇ ଦେଲା । ଆଉ ଏବେ ସାର୍ଥକ ଏହି କମ୍ପାନୀର ଜାହାଜରୁ କୁଆଡ଼େ ଉଭେଇ ଯାଇଛନ୍ତି । ଆଙ୍ଗ୍ଲୋ ଇଷ୍ଟର୍ଣ୍ଣ କମ୍ପାନୀ କିନ୍ତୁ କୌଣସି ପ୍ରକାରର ସୂଚନା ଦେଉ ନାହିଁ । ଯାହଜଟି ଯେତେବେଳେ ସିଙ୍ଗାପୋରେ ଥିଲା ସେତେବେଳେ ସାର୍ଥକ କେଉଁଆଡ଼େ ଚାଲିଯାଇଥିଲେ । ସିସି କ୍ୟାମେରା ଫୁଟେଜ ଅନୁସାରେ ସାର୍ଥକ ଘଟଣାଦିନ ଜାହାଜର ଡେକ ଏରିଆକୁ ଯାଇ ଗାୟବ ହୋଇ ଯାଇଥିଲେ। ହେଲେ ଏର୍ଯ୍ୟନ୍ତ ତାଙ୍କର କୌଣସି ପତା ମିଳୁ ନାହିଁ ।
ଏଥିସହ ପଢ଼ନ୍ତୁ: ସମୁଦ୍ର ମଝିରୁ ସାର୍ଥକ କୁଆଡ଼େ ହଜିଗଲେ ଏବେ ସାମ୍ନାକୁ ଆସୁଛି ସତ
📱 Get Argus News App
✨Related Topics
Explore more stories