Sarthak Missing / ମିଳିଲାନି ସାର୍ଥକ, ସିଙ୍ଗାପୁରରୁ ନିରାଶ ହୋଇ ଫେରିଲେ ମା' ଓ ମାମୁଁ
·1 month ago·2 min read

Key Points
ସିଙ୍ଗାପୁରରୁ ଓଡ଼ିଶା ଫେରିଲେ ନିଖୋଜ ସାର୍ଥକଙ୍କ ପରିବାର
ପୁଅକୁ ନ ପାଇ ନିରାଶ ହୋଇ ଭୁବନେଶ୍ବର ଆସିଲେ ମାଆ ଓ ମାମୁଁ
ଏ ପର୍ଯ୍ୟନ୍ତ ମିଳିପାରିନି ସାର୍ଥକଙ୍କ ଖୋଜଖବର

ସିଙ୍ଗାପୁରରରୁ ଓଡ଼ିଶା ଫେରିଲେ ନିଖୋଜ ନାବିକ ସାର୍ଥକ ମହାପାତ୍ରଙ୍କ ପରିବାର।।ନିଖୋଜ ଓଡିଆ ମର୍ଚ୍ଚାଣ୍ଟ ନାଭି କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କର ମିଳୁନି କୌଣସି ଖୋଜ୍ ଖବର । ସାର୍ଥକଙ୍କ ମାଆ ଓ ମାମୁ ନିରାଶ ହୋଇ ଫେରିଛନ୍ତି । ଖୋଜିବା ପାଇଁ ସିଙ୍ଗାପୁର ଯାଇଥିଲେ, କିନ୍ତୁ ମାଆ ଓ ମାମୁ ଆଜି ଖାଲି ହାତରେ ଓଡ଼ିଶା ଫେରିଛନ୍ତି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।
ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କ ନିଖୋଜ ଘଟଣା ରହସ୍ୟ ହେବାରେ ଲାଗିଛି । ଅଭିଯୋଗ ଆସିଛି ଯେ କେବଳ ସାର୍ଥକ ନୁହନ୍ତି, ‘ନିଉ ଜର୍ସି’ ଜାହାଜରୁ ଆହୁରି ଅନେକ ନାବିକ ପୂର୍ବରୁ ଗାଏବ୍ ହୋଇଛନ୍ତି । ସାର୍ଥକ ଗାଏବ୍ ହେବାର ୧୫ ଦିନ ପୂର୍ବରୁ ଉକ୍ତ ଜାହାଜରେ ତାଙ୍କୁ ନିର୍ଯାତନା ଦିଆଯାଉଥିଲା । ଖାଇବା ପାଇଁ କ୍ୟାଣ୍ଟିନ୍କୁ ଛଡ଼ା ଯାଉନଥିଲା । କ୍ୟାବିନ୍କୁ ଖାଦ୍ୟ ପଠାଯାଉଥିଲା । ସାର୍ଥକଙ୍କ ସନ୍ଧାନରେ ଯାଇଥିବା ପରିବାର ଲୋକଙ୍କୁ ସିପିଂ କମ୍ପାନୀ ‘ଆଙ୍ଗେ୍ଲା-ଇଷ୍ଟର୍ଣ୍ଣ’ କର୍ତ୍ତୃପକ୍ଷ ଆଦୌ ସହଯୋଗ କରୁନାହାନ୍ତି ।
ତାଙ୍କ ମାମୁ ସନ୍ତୋଷ କୁମାର ସାହୁ କହିଛନ୍ତି, ପଶ୍ଚିମବଙ୍ଗରେ ସିପିଂ ସଂସ୍ଥାର ଏକ କାର୍ଯ୍ୟାଳୟ ଅଛି । ସେଠାରୁ ଏସ୍ ଦାସଗୁପ୍ତା ନାମକ ଜଣେ ଅଧିକାରୀ ଆମ ସହ ସିଙ୍ଗାପୁର ଆସିଛନ୍ତି । ସେ ଆମକୁ ଆଦୌ ସହଯୋଗ କରୁନାହାନ୍ତି । ସିପିଂ ସଂସ୍ଥା ଅଧିକାରୀଙ୍କୁ ଆମକୁ ମାତ୍ର ୨ ଘଣ୍ଟା ପାଇଁ ଜାହାଜରେ ଚଢ଼ିବାକୁ ଅନୁମତି ଦେଲେ । କେବଳ ସାର୍ଥକଙ୍କ କ୍ୟାବିନ୍ ଭିତରକୁ ନେଇଗଲେ । କ୍ୟାବିନ୍ରୁ ସାର୍ଥକର କିଛି ସାମଗ୍ରୀ ଗାଏବ୍ ଥିଲା । ସିସି କ୍ୟାମେରା ଫୁଟେଜ୍ ଅନୁସାରେ ସାର୍ଥକ ଘଟଣାଦିନ ଜାହାଜର ଯେଉଁ ଡେକ୍ ଏରିଆକୁ ଯାଇ ଗାଏବ୍ ହୋଇଯାଇଥିଲା ।
ପଢ଼ନ୍ତୁ ଏହି ଖବର: ଜାହାଜରେ ଫିଜିକାଲ୍ ସର୍ଚ୍ଚ ପାଇଁ ପରିବାର ଲୋକଙ୍କୁ ସହଯୋଗ କଲାନି ଜାହାଜ କମ୍ପାନୀ
ସେଠାକୁ ଯିବାବେଳେ ଆମକୁ ବାରଣ କରାଗଲା । ଆମେ ନେହୁରା ହେବାରୁ ସିପିଂ ସଂସ୍ଥା ଅଧିକାରୀ ଆମକୁ ଧମକ ଦେଲେ । କହିଲେ, ଯଦି ଏମିତି ଜବରଦସ୍ତି କରିବେ । ଆମେ ଜାହାଜରୁ ଓହ୍ଲାଇଦେବୁ ।ସାର୍ଥକଙ୍କ ମା’ ରଶ୍ମିତା ଅଭିଯୋଗ କରିଛନ୍ତି ଯେ ଜାହାଜର ଆଇନଜୀବୀମାନେ ଆମ କଥା ଆଦୌ ଶୁଣୁନାହାନ୍ତି । ସେପଟେ ପୁଅକୁ ୧୫ ଦିନ ଧରି ଖାଇବା ପିଇବାରେ ହଇରାଣ କରାଯାଉଥିଲା । ଏହାର ଅର୍ଥ, ମୋ ପୁଅ ସହ ନିଶ୍ଚିତ ଭାବେ କିଛି ଅଘଟଣ ଘଟିଛି । ନଚେତ୍, ମଝି ଦରିଆରେ ଅନ୍ୟ ନାବିକମାନେ ତା’କୁ ନିର୍ଯାତନା ଦେଇଛନ୍ତି । ନିରପେକ୍ଷ ତଦନ୍ତ କଲେ, ସତ ସାମ୍ନାକୁ ଆସିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories