Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଘାସୀରାମ ମାଝିଙ୍କୁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

Odisha

Bypoll To Nuapada Assembly Seat / ଘାସୀରାମ ମାଝିଙ୍କୁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ଘାସୀରାମ ମାଝିଙ୍କୁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

Key Points

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ ।


ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଘାସିରାମ ମାଝୀ ନୂଆପଡ଼ା ପାଇଁ କଂଗ୍ରେସ ପ୍ରାର୍ଥୀ । AICC ପକ୍ଷରୁ ଘାସିରାମଙ୍କ ପ୍ରାର୍ଥୀତ୍ୱ ଘୋଷଣା ।


ଘାସୀରାମ ୨୦୨୪ ନିର୍ବାଚନ ବେଳେ କଂଗ୍ରେସର ଆଶାୟୀ ପ୍ରାର୍ଥୀ ଥିଲେ । କିନ୍ତୁ ତାଙ୍କୁ ଟିକେଟ ନଦେଇ ତତ୍କାଳିନ ପିସିସି ସଭାପତି ଶରତ ପଟ୍ଟନାୟକ ସେହି ଆସନରୁ ଲଢ଼ିଲେ । ଯାହାଫଳରେ ଘାସୀରାମ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଲେ । ସେହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ୬୧ ହଜାର ୮୨୨ ଭୋଟ ପାଇ ବିଜୟ ହୋଇଥିବା ବେଳେ ଘାସୀରାମ ସ୍ୱାଧୀନ ଭାବେ ୫୦ ହଜାର ୯୪୧ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ । ଆଉ କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକ ମାତ୍ର ୧୫ ହଜାର ୫୦୧ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ । ସେପଟେ ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ୪୪ ହଜାର ୮୧୪ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।


ଏଥିସହ ପଢ଼ନ୍ତୁ: ପୀତବାସଙ୍କୁ ଗୁଳି ପରେ ୫୦ରୁ ଅଧିକ CCTV ଘାଣ୍ଟିଲାଣି ପୋଲିସ, ଆସିଲା X-ray ରିପୋର୍ଟ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୦୧୯ ନିର୍ବାଚନ ବେଳେ ମଧ୍ୟ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ଘାସୀରାମ । ସେତେବେଳେ ସେ ୪୫ ହଜାର ୩୧୭ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଆଉ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ଠାରୁ ପରାଜିତ ହୋଇଥିଲେ । ସ୍ୱର୍ଗତ ଢୋଲକିଆ ୬୫ ହଜାର ୬୪୭ ଭୋଟ ପାଇ ବିଜୟୀ ହୋଇଥିଲେ ।


ସେହିଭଳି ୨୦୧୪ ନିର୍ବାଚନ ବେଳେ ମଧ୍ୟ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ଘାସୀରାମ । ସେତେବେଳେ ସେ ୩୯ ହଜାର ୬୫୪ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା ବେଳେ ବିଜେପି ପ୍ରାର୍ଥୀ ବସନ୍ତ କୁମାର ପଣ୍ଡା ୫୫ ହଜାର ୮୧୭ ଭୋଟ ପାଇ ବିଜୟୀ ହୋଇଥିଲେ । ଆଉ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ୪୬ ହଜାର ୨୦୭ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ ।


ମୋଟାମୋଟି ଦେଖିବାକୁ ଗଲେ ଘାସୀରାମଙ୍କର ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳିରେ ନିଜସ୍ୱ ଭୋଟ ରହିଛି । ସେ ସବୁବେଳେ କଡ଼ା ଫାଇଟ୍ ଦେଇ ଆସିଛନ୍ତି । ତେଣୁ ଏଥର ତାଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରିଛି ।

Sponsored
Bypoll To Nuapada Assembly Seat: Congress announces Ghasiram Majhi as Nuapada MLA candidate | Argus News