Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଜ୍ୟରେ ଯଥେଷ୍ଟ ପରିମାଣରେ ମହଜୁଦ ଅଛି ରନ୍ଧନ ଗ୍ୟାସ୍

Odisha

Not panic about LPG / ରାଜ୍ୟରେ ଯଥେଷ୍ଟ ପରିମାଣରେ ମହଜୁଦ ଅଛି ରନ୍ଧନ ଗ୍ୟାସ୍

Bikash Mohanty
Browse all articles by Bikash Mohanty
·1 month ago·2 min read
ରାଜ୍ୟରେ ଯଥେଷ୍ଟ ପରିମାଣରେ ମହଜୁଦ ଅଛି ରନ୍ଧନ ଗ୍ୟାସ୍
LPG

Key Points

ରାଜ୍ୟରେ ଯଥେଷ୍ଟ ଏଲ୍‌ପିଜି ଉପଲବ୍ଧ : ମୁଖ୍ୟ ସଚିବ
ଲୋକଙ୍କୁ ଚିନ୍ତିତ ନହେବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପରାମର୍ଶ
ଯୋଗାଣ ସ୍ବାଭାବିକ ସ୍ଥିତିରେ: ଆଇଓସିଏଲ୍
ରାଜ୍ୟରେ ଯଥେଷ୍ଟ ପରିମାଣରେ ମହଜୁଦ ଅଛି ରନ୍ଧନ ଗ୍ୟାସ୍ । ଲୋକଙ୍କୁ ଚିନ୍ତିତ ନହେବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପରାମର୍ଶ ଦେଇଛନ୍ତି।  LPG, ପେଟ୍ରୋଲ ଓ ଡିଜେଲ ଉପଲବ୍ଧତା ନେଇ ବୈଠକ ପରେ ସୂଚନା । ଲୋକସେବା ଭବନରେ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ଖାଦ୍ୟ ଯୋଗାଣ ବିଭାଗ ସହ ତୈଳ ବିତରଣ କମ୍ପାନିର ବୈଠକ । ପେଟ୍ରୋଲ ଓ ଡିଜେଲ ଯୋଗାଣ ନେଇ ସମସ୍ୟା ନଥିବା କହିଲେ ତୈଳ କମ୍ପାନି । ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନା ଗୁଡ଼ିକୁ ଗ୍ୟାସ୍ ଯୋଗାଣରେ ନାହିଁ ସମସ୍ୟା । ଯୋଗାଣ ଶୃଙ୍ଖଳ ସନ୍ତୁଳନ ବଜାୟ ରଖିବାକୁ ତୈଳ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ତାଣ୍ଡବ ମଧ୍ୟରେ ମୁଣ୍ଡ ଟେକିଛି ବଡ଼ ଧରଣର ଶକ୍ତି ସଂକଟ। ଭାରତ ମଧ୍ୟ ଏହି ସମସ୍ୟାରୁ ବର୍ଷିପାରିନାହିଁ। ଯୋଗାଣ ବାଟ ବନ୍ଦ ଯୋଗୁ ମଧ୍ୟପ୍ରାଚ୍ୟରୁ ଆସି ପାରୁ ନାହିଁ ଗ୍ୟାସ୍। ଏଭଳି ସ୍ଥିତିରେ ଦେଶରେ ଦେଖାଦେଇଛି ଭୟଙ୍କର ଏଲ୍‌ପିଜି ସଙ୍କଟ । ସାଧାରଣ ଖାଉଟି ବେହାଲ। ଓଡ଼ିଶା କଥା ଯଦି ବିଚାରକୁ ନିଆଯାଏ କେବଳ ଭୁବନେଶ୍ଵର ନୁହେଁ, ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଏଲ୍‌ପିଜି ପାଇଁ ଖାଉଟି ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି।  ପର୍ଯ୍ୟାପ୍ତ ଗାସ୍ ମହଜୁଦ ଅଛି। ଯୋଗାଣ ଶୃଙ୍ଖଳ ବ୍ୟାହତ ହୋଇନି। ସରକାରଙ୍କ ବାରମ୍ବାର ଏଭଳି ଆଶ୍ୱାସନା ସତ୍ତ୍ୱେ ଲୋକେ ନଛୋଡ଼ବନ୍ଧା। ଛାନିଆ ହୋଇ ଗ୍ୟାସ୍ ଏଜେନ୍ସି ପାଖକୁ ଦୌଡୁଛନ୍ତି। ସକାଳୁ ଲମ୍ବା ଲାଇନ୍ ଲଗାଉଛନ୍ତି। ଆବଶ୍ୟକତା ନ ଥାଇ ବୁକିଂ କରୁଛନ୍ତି। ‘ଆଗକୁ ଗ୍ୟାସ୍ ସଙ୍କଟ ହେବ', ଏହି ଭୟ ଆଉ ଗୁଜବ ଚାରିଆଡେ ଖେଳିଗଲାଣି। ଆଉ ଏହାର ଫଳ, ଏଲ୍‌ପିଜିର କୃତ୍ରିମ ଅଭାବ । ଗ୍ୟାସ୍ ଏଜେନ୍ସି ଆଗରେ ଭିଡ଼ ଆଉ ହୋହଲା।

ଇଣ୍ଡିଆନ ଅଏଲର ରାଜ୍ୟ ମୁଖ୍ୟ କମଲ ସିଲ୍ କହିଛନ୍ତି, ରାଜ୍ୟରେ ଏଲ୍‌ପିଜି ଯୋଗାଣ ସ୍ଥିତି ସ୍ବାଭାବିକ ରହିଛି। ସେଭଳି କୌଣସି ସମସ୍ୟା ନାହିଁ। ଘରୋଇ ବ୍ୟବହାର ଲାଗି ନିରକ୍ଷର ଏଲ୍‌ପିଜି ଯୋଗାଣ ଜାରି ରହିଛି। ଏ ନେଇ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ଲୋକେ ଯେଭଳି ଏଲ୍‌ପିଜି ପାଉଥିଲେ ସେଭଳି ଆଗକୁ ପାଇବେ। ଗୋଟିଏ ସିଲିଣ୍ଡର ଡେଲିଭରିର ୨୫ ଦିନ ପରେ ଗ୍ରାହକ ଆଉ ଏକ ସିଲିଣ୍ଡର ଲାଗି ବୁକିଂ କରିପାରିବେ । ଶିକ୍ଷା, ସ୍ବାସ୍ଥ୍ୟ ଭଳି ଅନ୍ୟ ଅତ୍ୟାବଶ୍ୟକ ସେବା କ୍ଷେତ୍ରରେ ମଧ୍ୟ ନନ୍ ଡୋମେଷ୍ଟିକ ଏଲ୍‌ପିଜି ଯୋଗାଣ ଜାରି ରହିଛି।

ରାଜ୍ୟ ପେଟ୍ରୋଲିୟମ ଡିଲର ଆସୋସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି, ଦେଶ ତଥା ରାଜ୍ୟରେ ଏବେ ୨୦ ଦିନରୁ ଊର୍ଦ୍ଧ୍ବ ସମୟ ଲାଗି ଏଲ୍‌ପିଜି ମହଜୁଦ ରହିଛି। ଯୋଗାଣ ସ୍ବାଭାବିକ ରହିଛି। ଯୋଗାଣ ଜାରି ନେଇ ସରକାର ମଧ୍ୟ ପ୍ରତିଶ୍ରୁତି ଦେଉଛନ୍ତି। ଏ କ୍ଷେତ୍ରରେ କୌଣସି ବିଭ୍ରାତିକର ଖବର ଉପରେ ବିଶ୍ଵାସ ନ ରଖି ଗ୍ରାହକ ନିଶ୍ଚିତ ରୁହନ୍ତୁ ।

ପଢନ୍ତୁ ଏହି ଖବର: HP ଗ୍ୟାସ ଷ୍ଟେସନ୍ ସାମ୍ନାରେ ଲାଗିଛି ଲମ୍ବା ଲାଇନ୍: ୨୫ ଦିନ ହେଲା ଗ୍ୟାସ୍ ବୁକ୍ ଥିଲେ ବି ମିଳୁନି ଗ୍ୟାସ୍
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Not panic about LPG | Cooking Gas Stock Sufficient in State: Chief Secretary Anu Garg Urges Public Not to Panic. | Argus News