|
logo
Live
Argus News App
GET APP

Argus News - HP ଗ୍ୟାସ ଷ୍ଟେସନ୍ ସାମ୍ନାରେ ଲାଗିଛି ଲମ୍ବା ଲାଇନ୍: ୨୫ ଦିନ ହେଲା ଗ୍ୟାସ୍ ବୁକ୍ ଥିଲେ ବି ମିଳୁନି ଗ୍ୟାସ୍

Odisha

LPG Crisis / HP ଗ୍ୟାସ ଷ୍ଟେସନ୍ ସାମ୍ନାରେ ଲାଗିଛି ଲମ୍ବା ଲାଇନ୍: ୨୫ ଦିନ ହେଲା ଗ୍ୟାସ୍ ବୁକ୍ ଥିଲେ ବି ମିଳୁନି ଗ୍ୟାସ୍

Rashmita Mishra
Browse all articles by Rashmita Mishra
·3 weeks ago·2 min read
HP ଗ୍ୟାସ ଷ୍ଟେସନ୍ ସାମ୍ନାରେ ଲାଗିଛି ଲମ୍ବା ଲାଇନ୍: ୨୫ ଦିନ ହେଲା ଗ୍ୟାସ୍ ବୁକ୍ ଥିଲେ ବି ମିଳୁନି ଗ୍ୟାସ୍
LPG Crisis

Key Points

ଯୁଦ୍ଧ ମାଡ଼ ରାଜଧାନୀରେ ଗ୍ୟାସ ପାଇଁ ହାହାକାର !
HP ଗ୍ୟାସ ଷ୍ଟେସନ୍ ସାମ୍ନାରେ ଲାଗିଛି ଲମ୍ବା ଲାଇନ୍ ।
୨୫ ଦିନ ହେଲା ଗ୍ୟାସ୍ ବୁକ୍ ଥିଲେ ବି ମିଳୁନି ଗ୍ୟାସ୍ । 


ରାଜଧାନୀରେ ଗ୍ୟାସ ସଙ୍କଟ । ରୋଷେଇ ଘରେ ଆମେରିକା-ଇରାନ ଯୁଦ୍ଧର ପ୍ରଭାବ । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭାରତୀୟ ରୋଷେଇଶାଳ ଉପରେ ଶକ୍ତ ଚାପୁଡ଼ା ମାରିଛି । ଏହା ଦ୍ବାରା ଦେଶର କୋଟିକୋଟି ଲୋକ ଆର୍ଥିକ ପ୍ରଭାବିତ ହୋଇଛନ୍ତି । ଆଉ ବର୍ତ୍ତମାନ ରାଜଧାନୀରେ ଗ୍ୟାସ ସିଲିଣ୍ଡର ପାଇଁ ରାତିରୁ ଲମ୍ବା ଲାଇନରେ ବସିଛନ୍ତି ଗ୍ରାହକ ।

ଖଣ୍ଡଗିରି ଲିଙ୍ଗରାଜ HP ଗ୍ୟାସ ଷ୍ଟେସନ୍ ସାମ୍ନାରେ ଲାଗିଛି ଲମ୍ବା ଲାଇନ୍ । ୨୦ -୨୫ ଦିନ ହେଲା ଗ୍ୟାସ ବୁକ୍ କରି ଥିଲେ ବି ଗ୍ୟାସ ଡେଲିଭରୀ ହୋଇ ପାରିନି । ଘରେ ରୋଷେଇ ପାଇଁ ଗ୍ୟାସ ନାହିଁ । ପ୍ରବଳ ହଇରାଣ ହେଉଛନ୍ତି ଗ୍ରାହକ । ଗ୍ରାହକ ଅଭିଯୋଗ କରିଛନ୍ତି ତାଙ୍କୁ ହୋମ୍ ଡେଲିଭରୀ ମିଳିବା ବନ୍ଦ ହୋଇଯାଇଛି । କିଛି ଗ୍ରାହକ କାଠ ଚୁଲାରେ ରୋଷେଇ କରୁଛନ୍ତି ।

ଆଉ କିଛି ଗ୍ରାହକ ଖୁଚୁରା ଗ୍ୟାସ ଲିଟର ପିଛା ୧୧୦ ଟଙ୍କା ଦେଇ କଳା ବଜାରରୁ କିଣୁଛନ୍ତି । କିଛି ଗ୍ରାହକଙ୍କୁ ଗୋଦାମ ଯାଇ ଗ୍ୟାସ ଆଣିବାକୁ କୁହାଯାଉଥିବା ବେଳେ ଅନ୍ୟ ଗ୍ରାହକଙ୍କୁ ରାତିରୁ ଲମ୍ବା ଲାଇନ୍ ରେ ଠିଆ ହେବାକୁ ଗ୍ୟାସ ଡିଷ୍ଟ୍ରିବ୍ୟୁଟର ପକ୍ଷରୁ କୁହାଯାଉଛି । ମୋଟାମୋଟି ଭାବେ ଗ୍ୟାସ ମିଳୁନଥିବା ଦେଖା ଯାଇଛି ।
ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ଶନିବାର ବୃଦ୍ଧି ପାଇଛି । ସାରା ଦେଶରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୬୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ଆଜି ଠାରୁ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ୧୧୫ ଟଙ୍କା ବୃଦ୍ଧି କରାଯାଇଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ସରକାରଙ୍କୁ ଦେଶରେ ଏଲ୍‌ପିଜି ଅଭାବ ଚିନ୍ତା ଘାରିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଜରୁରିକାଳୀନ ନିୟମରେ ଦିଆଯାଇଥିବା କ୍ଷମତା ବ୍ୟବହାର କରି ଏଲ୍‌ପିଜି ଉତ୍ପାଦନ ବଢ଼ାଇବାକୁ ତୈଳ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଦେଶର ଅଧିକାଂଶ ପରିବାରରେ ଏଲ୍‌ପିଜିକୁ ରୋଷେଇ ଘରେ ବ୍ୟବହାର କରାଯାଉଛି। ତେଣୁ ତାହାର ନିରବଚ୍ଛିନ୍ନ ଯୋଗାଣ ନିହାତି ଜରୁରି । ଏହାକୁ ଦୃଷ୍ଟିରେ ରଖି ଏଲ୍‌ପିଜି ଉତ୍ପାଦନ ପାଇଁ ପ୍ରୋପେନ୍‌ ଓ ବ୍ୟୁଟେନ୍‌ ‌ଗ୍ୟାସ୍‌ ବ୍ୟବହାର କରିବାକୁ ‌ତୈଳ ବିଶୋଧନ କମ୍ପାନିଗୁଡ଼ିକୁ କୁହାଯାଇଛି। ଅନ୍ୟ କୌଣସି ପେଟ୍ରୋ ରସାୟନ ସାମଗ୍ରୀ ଉତ୍ପାଦନରେ ଏହି ଦୁଇ ଗ୍ୟାସ୍‌ ବ୍ୟବହାର କରିବାକୁ ବାରଣ କରାଯାଇଛି ।

ପଢନ୍ତୁ ଏହି ଖବର: ଯୁଦ୍ଧ ଯୋଗୁଁ ଏଲ୍‌ପିଜି ସିଲିଣ୍ଡରର ଅଭାବ: ବନ୍ଦ ହେବ ସବୁ ରେଷ୍ଟୁରାଣ୍ଟ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
LPG Crisis: HP ଗ୍ୟାସ ଷ୍ଟେସନ୍ ସାମ୍ନାରେ ଲାଗିଛି ଲମ୍ବା ଲାଇନ୍: ୨୫ ଦିନ ହେଲା ଗ୍ୟାସ୍ ବୁକ୍ ଥିଲେ ବି ମିଳୁନି ଗ୍ୟାସ୍ | Argus News