|
logo
Live
Argus News App
GET APP

Argus News - ଚଳିତବର୍ଷ ଇଣ୍ଡୋନେସିଆକୁ ଐତିହାସିକ କଟକ ବାଲିଯାତ୍ରାର ସହଯୋଗୀ ରାଷ୍ଟ୍ର ଘୋଷଣା

Odisha

Historic Baliyatra Cuttack / ଚଳିତବର୍ଷ ଇଣ୍ଡୋନେସିଆକୁ ଐତିହାସିକ କଟକ ବାଲିଯାତ୍ରାର ସହଯୋଗୀ ରାଷ୍ଟ୍ର ଘୋଷଣା

Sushanta Sahoo
Browse all articles by Sushanta Sahoo
·5 months ago·2 min read
ଚଳିତବର୍ଷ ଇଣ୍ଡୋନେସିଆକୁ ଐତିହାସିକ କଟକ ବାଲିଯାତ୍ରାର ସହଯୋଗୀ ରାଷ୍ଟ୍ର ଘୋଷଣା

Key Points

ଓଡ଼ିଶାର ସର୍ବବୃହତ ତଥା ଦକ୍ଷିଣପୂର୍ବ ଏସିଆର ବୃହତ ବାଣିଜ୍ୟ ମେଳା ଓ ସାଂସ୍କୃତିକ ମେଳାର ସହଯୋଗୀ ରାଷ୍ଟ୍ର ଭାବେ ଇଣ୍ଡୋନେସିଆ ନାଁ ଘୋଷଣା କରାଯାଇଛି । ପୁରାତନ କଳିଙ୍ଗ ଏବେର ଓଡ଼ିଶା ସହ କାଳ କାଳରୁ ରହିଛି ଇଣ୍ଡୋନେସିଆ (ବାଲି)ର ସମ୍ପର୍କ ।
କଟକ: ନଭେମ୍ବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଐତିହାସିକ କଟକ ବାଲିଯାତ୍ରା । ଓଡ଼ିଶାର ସର୍ବବୃହତ ତଥା ଦକ୍ଷିଣପୂର୍ବ ଏସିଆର ବୃହତ ବାଣିଜ୍ୟ ମେଳା ଓ ସାଂସ୍କୃତିକ ମେଳାର ସହଯୋଗୀ ରାଷ୍ଟ୍ର ଭାବେ ଇଣ୍ଡୋନେସିଆ ନାଁ ଘୋଷଣା କରାଯାଇଛି ।

ପୁରାତନ କଳିଙ୍ଗ ଏବେର ଓଡ଼ିଶା ସହ କାଳ କାଳରୁ ରହିଛି ଇଣ୍ଡୋନେସିଆ (ବାଲି)ର ସମ୍ପର୍କ । ନୌବାଣିଜ୍ୟର ସ୍ଵର୍ଣ୍ଣିଂମ ଇତିହାସ ସହ ଓଡ଼ିଶାର କଳା ସଂସ୍କୃତିର ସମ୍ପର୍କ ମଧ୍ୟ ଇଣ୍ଡୋନେସିଆ ସହ ରହିଛି । ଯାହାକୁ ନେଇ ଐତିହାସିକ କଟକ ବାଲିଯାତ୍ରାର ପ୍ରଥମ ସହଯୋଗୀ ରାଷ୍ଟ୍ର ଭାବେ ଇଣ୍ଡୋନେସିଆକୁ ଚୟନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କଟକର ଅତିରିକ୍ତ ଜିଲ୍ଲାପାଳ ଶିବୋ ଟପ୍ପୋ ।

ଏଥିସହ ପଢ଼ନ୍ତୁ: ପ୍ରଥମ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଭାବେ ଐତିହାସିକ କଟକ ବାଲିଯାତ୍ରା ସହ ଯୋଡ଼ି ହେଲା ଅର୍ଗସ ନ୍ୟୁଜ୍

ଐତିହାସିକ କଟକ ବାଲିଯାତ୍ରାରେ ଇଣ୍ଡୋନେସିଆ ସହ ସହଭାଗୀତା ପାରମ୍ପାରିକ ବାଣିଜ୍ୟ ସମ୍ପର୍କକୁ ଆଉଥରେ ଯୋଡ଼ିବ । ମନେ ପକାଇବ କଳିଙ୍ଗ ସହ ବାଲି ଦ୍ଵୀପର ପୁରୁଣା ସ୍ମୃତି । ଏଥିସହ ବାଲିଯାତ୍ରାରେ ଭାଗ ନେବେ ଇଣ୍ଡୋନେସିଆରୁ ଆସିଥିବା ଅତିଥି ।

ବାଲିଯାତ୍ରାର ସହଯୋଗୀ ରାଷ୍ଟ୍ର ଇଣ୍ଡୋନେସିଆ ପାଇଁ ବାଲିଯାତ୍ରା ପଡ଼ିଆରେ ସ୍ଵତନ୍ତ୍ର ପ୍ୟାଭିଲିୟନ ରହିବ । ଯେଉଁଠି ଇଣ୍ଡୋନେସିଆର ହସ୍ତଶିଳ୍ପ ସହ ଅନ୍ଯ କଳାକୃତି ଓ କାରିଗରୀ ପ୍ରଦର୍ଶନୀ କରାଯିବ । ବାଲିଯାତ୍ରାକୁ ବୁଲି ଆସୁଥିବା ଲୋକେ ଇଣ୍ଡୋନେସିଆର କଳା, ସଂସ୍କୃତି ଓ ପରମ୍ପରା ବାବଦରେ ଜାଣିପାରିବେ । ଏହାଦ୍ଵାରା ସାଂସ୍କୃତିକ ଭାବ ବିନିମୟ ହୋଇ ପାରିବ ।

ନଭେମ୍ବର ୫ କାର୍ତ୍ତିକ ପୂର୍ଣ୍ଣିମାରୁ ବାଲିଯାତ୍ରା ଆରମ୍ଭ ହୋଇ ୧୨ ତାରିଖରେ ସରିବ । ଉପର ବାଲିଯାତ୍ରା ପଡ଼ିଆ ସହ ତଳ ବାଲିଯାତ୍ରା ପଡ଼ିଆ ମୋଟ ୬୦ ଏକରରେ ଆୟୋଜିତ ହେବ ମେଳା । ୮ ଦିନ ବ୍ୟାପି ହେଉଥିବା ବାଲିଯାତ୍ରାରେ ଓଡ଼ିଶା ସହ ଦେଶର କୋଣ ଅନୁକୋଣର ବିଭିନ୍ନ ଷ୍ଟଲରେ ଦେଖିବାକୁ ମିଳିବ ବିବିଧ ଭାରତର ପ୍ରତିଛବି । ଯେଉଁଥିରେ ଇଣ୍ଡୋନେସିଆ ବି ଭାଗ ନେବ ।

ଏଥିସହ ପଢ଼ନ୍ତୁ: ବାଲିଯାତ୍ରାରେ ବହିକୁ ଗୁରୁତ୍ଵ, ୭୫ ହଜାର ଓଡ଼ିଆ ବହି ମାଗଣାରେ ବାଣ୍ଟିବ ପ୍ରଶାସନ

ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରାର ଉଦ୍‌ଘାଟନୀ ସମାରୋହରେ ଦକ୍ଷିଣପୂର୍ବ ଏସିଆ ଦେଶ ଗୁଡ଼ିକର ଅତିଥି ଭାଗ ନେବେ । ଇଣ୍ଡୋନେସିଆ, ଥାଇଲାଣ୍ଡ, ନେପାଳ, ଶ୍ରୀଲଙ୍କା ଏବଂ ଭୂଟାନ ଆଦି ଦେଶର କଳାକାର ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ।

ହଜାର ହଜାର ବର୍ଷର ପରମ୍ପରାକୁ ଉଜ୍ଜୀବିତ ରଖି କଟକର ମହାନଦୀ ପଠାରେ ଆୟୋଜିତ ହୁଏ ବାଲିଯାତ୍ରା । ଯାହାକି ଓଡ଼ିଶା ସହ ବାଲିର ସମ୍ପର୍କକୁ ପ୍ରତିଫଳିତ କରେ । ଦକ୍ଷିଣ-ଏସିଆର ଦେଶ ସହ ଓଡ଼଼ିଶାର ସୁଦୀର୍ଘ ସମ୍ପର୍କକୁ ମନେ ପକାଏ । ବାଲିଯାତ୍ରା ଆମକୁ ସେହି ନୌବାଣିଜ୍ୟ ଇତିହାସକୁ ଫେରାଇ ନିଏ । ବାଲିଯାତ୍ରା ମାଧ୍ୟମରେ ସୁଦୃଢ଼ ହୁଏ ସଂସ୍କୃତି, ପୁନର୍ଜୀବିତ ହୁଏ ପରମ୍ପରା, ଲୋକକଳାକୁ ମିଳେ ଆଦର, ଐତିହ୍ୟକୁ ମିଳେ ପରିଚୟ । ବାଲିଯାତ୍ରା କରେ କଳିଙ୍ଗର ଶୋଭା ବର୍ଦ୍ଧନ, ପର୍ଯ୍ୟଟନକୁ ଦିଏ ପ୍ରୋତ୍ସାହନ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Historic Baliyatra Cuttack: ଚଳିତବର୍ଷ ଇଣ୍ଡୋନେସିଆକୁ ଐତିହାସିକ କଟକ ବାଲିଯାତ୍ରାର ସହଯୋଗୀ ରାଷ୍ଟ୍ର ଘୋଷଣା | Argus News