|
logo
Live
Argus News App
GET APP

Argus News - ବାଲିଯାତ୍ରାରେ ବହିକୁ ଗୁରୁତ୍ଵ, ୭୫ ହଜାର ଓଡ଼ିଆ ବହି ମାଗଣାରେ ବାଣ୍ଟିବ ପ୍ରଶାସନ

Odisha

Historic Baliyatra Cuttack / ବାଲିଯାତ୍ରାରେ ବହିକୁ ଗୁରୁତ୍ଵ, ୭୫ ହଜାର ଓଡ଼ିଆ ବହି ମାଗଣାରେ ବାଣ୍ଟିବ ପ୍ରଶାସନ

Sushanta Sahoo
Browse all articles by Sushanta Sahoo
·5 months ago·2 min read
ବାଲିଯାତ୍ରାରେ ବହିକୁ ଗୁରୁତ୍ଵ, ୭୫ ହଜାର ଓଡ଼ିଆ ବହି ମାଗଣାରେ ବାଣ୍ଟିବ ପ୍ରଶାସନ

Key Points

ଜିଲ୍ଲା ପ୍ରଶାସନ ପକ୍ଷରୁ ୭୫ ହଜାର ବହି କିଣା ଯାଇଛି । ଏସବୁ ବହିକୁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣାରେ ବାଲିଯାତ୍ରାରେ ବଣ୍ଟନ କରାଯିବ । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ।

କଟକ: ସମୟ ବଦଳିଛି କିନ୍ତୁ ବଞ୍ଚି ରହିଛି ସେହି ପରମ୍ପରା । ହଜାର ହଜାର ବର୍ଷର ସଂସ୍କୃତି ଓ ପରମ୍ପରାକୁ ନେଇ କଟକର ମହାନଦୀ ପଠାରେ ଆୟୋଜିତ ହେଉଛି ଐତିହାସିକ ବାଲିଯାତ୍ରା । ଡିଜିଟାଲ୍ ଯୁଗରେ ଧିରେ ଧିରେ ଯୁବପିଢ଼ି ବହିରୁ ମୁହଁ ଫେରାଇ ନେଉଥିବା ବେଳେ କଟକ ଜିଲ୍ଲା ପ୍ରଶାସନ ନେଇଛି ନୂଆ ପଦକ୍ଷେପ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ୭୫ ହଜାର ବହି କିଣା ଯାଇଛି । ଏସବୁ ବହିକୁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣାରେ ବାଲିଯାତ୍ରାରେ ବଣ୍ଟନ କରାଯିବ । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ । ଜିଲ୍ଲା ପ୍ରଶାସନ ପକ୍ଷରୁ ୭୫ ହଜାର ବହି କିଣା ଯାଇଛି । ଏସବୁ ବହିକୁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣାରେ ବାଲିଯାତ୍ରାରେ ବଣ୍ଟନ କରାଯିବ । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ । ଜିଲ୍ଲାପାଳ କହିଛନ୍ତି, "ପ୍ରଶାସନ ୭୫ ହଜାର ବହି କିଣିଥିବା ବେଳେ ଲୋକମାନେ ମଧ୍ୟ ଓଡ଼ିଆ ବହି ଦେଇ ପାରିବେ । ଏଥିପାଇଁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ସିଏମସି କାର୍ଯ୍ୟାଳୟ ଓ ଅନ୍ୟ ସରକାରୀ ଅଫିସ୍‌ରେ ପୁସ୍ତକ ସଂଗ୍ରହ କେନ୍ଦ୍ର ଖୋଲା ଯାଇଛି ।"


ଏଥିସହ ପଢ଼ନ୍ତୁ: ପ୍ରଥମ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଭାବେ ଐତିହାସିକ କଟକ ବାଲିଯାତ୍ରା ସହ ଯୋଡ଼ି ହେଲା ଅର୍ଗସ ନ୍ୟୁଜ୍

ଚଳିତବର୍ଷ ଐତିହାସିକ ବାଲିଯାତ୍ରା କଟକ ଇନ୍ କଟକର ଥିମ୍ "ଓଡ଼ିଆ ଭାଷା, ଓଡ଼ିଆ ସାହିତ୍ୟ" ରହିଛି । ଆଉ ବାଲିଯାତ୍ରା ସମୟରେ ଓଡ଼ିଆ ଭାଷାର ବ୍ୟବହାର ପରିଧି ବୃଦ୍ଧି ସହ ସମାଜ ଉପରେ ବଡ଼ ପ୍ରଭାବ ପକାଇବାକୁ ଯୋଜନା କରିଛି ଜିଲ୍ଲା ପ୍ରଶାସନ । ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣାରେ ବହି ବଣ୍ଟନ କରାଯିବ । ଜିଲ୍ଲା ପ୍ରଶାସନ ୭୫ ହଜାର ବହି କିଣିଥିବା ବେଳେ ଲୋକ ମାନେ ଓଡ଼ିଆ ବହି ଦାନ କରୁଛନ୍ତି ।

ଯେ କୌଣସି ବ୍ୟକ୍ତି ଚାହିଁଲେ ଜିଲ୍ଲା ପ୍ରଶାସନକୁ ଓଡ଼ିଆ ବହି ଦେଇ ପାରିବେ । ଏଥିପାଇଁ ପ୍ରଶାସନ ଏକ ଆପ୍ଲିକେସନ୍ ତିଆରି କରିଛି । ବହି ଦେଲା ପରେ ହ୍ଵାଟ୍ସଆପ୍‌ରେ ପ୍ରଶାସନ କୃତଜ୍ଞତା ଜଣାଇ ଆପଣଙ୍କୁ ଏକ ସାର୍ଟିଫିକେଟ୍ ଦେବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ । ବହିଗୁଡ଼ିକୁ ସଂଗ୍ରହ କରିବା ପରେ ବାଲିଯାତ୍ରାରେ ସ୍ୱତନ୍ତ୍ର ଷ୍ଟଲ କରାଯାଇ ପ୍ରଶାସନ ପକ୍ଷରୁ ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପ୍ରଦାନ କରାଯିବ ।

ଏଥିସହ ପଢ଼ନ୍ତୁ: ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ପ୍ରଶଂସା କଲେ ମୋଦି

ଏଭଳି କରିବା ଦ୍ଵାରା ବହି ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ିବ । ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ହୋଇ ପାରିବ । କଟକରେ ଲୋକଙ୍କ ଠାରୁ ବହି ସଂଗ୍ରହଣ ରବିବାର ଠାରୁ ଆରମ୍ଭ ହୋଇଥିବା ବେଳେ ଲୋକେ ୩ ହଜାର ପୁସ୍ତକ ପ୍ରଦାନ କରିଛନ୍ତି । ଲୋକେ ପ୍ରଦାନ କରୁଥିବା ବହିକୁ ମଧ୍ୟ ପ୍ରଶାସନ ବାଲିଯାତ୍ରା ସମୟରେ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପ୍ରଦାନ କରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Historic Baliyatra Cuttack: ବାଲିଯାତ୍ରାରେ ବହିକୁ ଗୁରୁତ୍ଵ, ୭୫ ହଜାର ଓଡ଼ିଆ ବହି ମାଗଣାରେ ବାଣ୍ଟିବ ପ୍ରଶାସନ | Argus News