Koraput Coffee / ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ପ୍ରଶଂସା କଲେ ମୋଦି
·5 months ago·2 min read

Key Points
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାର କୋରାପୁଟ କଫି ଅତ୍ୟନ୍ତ ସ୍ବାଦିଷ୍ଟ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାର କୋରାପୁଟ କଫି ଅତ୍ୟନ୍ତ ସ୍ବାଦିଷ୍ଟ। କୋରାପୁଟ କଫି ହେଉଛି ଓଡ଼ିଶାର ଗୌରବ। ଚାକିରି ଛାଡ଼ି କଫି ଚାଷରେ ଅନେକ ଲୋକ ମନ ବଳାଉଛନ୍ତି। କଫି ଚାଷରେ ମହିଳାଙ୍କ ସହଭାଗିତାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଆଜିର ସମୟରେ କୋରାପୁଟ କଫିରୁ ବହୁ ଲାଭ ମିଳୁଛି।
ସେହିପରି ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ଛଟ୍ ପର୍ବର ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଛଟ୍ ପର୍ବ ହିଁ ଏକତାର ପ୍ରତୀକ ଅଟେ। ସମାଜର ପ୍ରତ୍ୟେକ ବର୍ଗ ଛଟ ଘାଟରେ ଏକାଠି ଠିଆ ହୋଇଛନ୍ତି, ଯାହା ଭାରତର ସାମାଜିକ ଏକତାର ସବୁଠାରୁ ସୁନ୍ଦର ଉଦାହରଣ। ସେ ସମସ୍ତ ଦେଶବାସୀଙ୍କୁ ବାର୍ତ୍ତା ଦେଇଥିଲେ ଯେ, ସେମାନେ ଦେଶ କିମ୍ବା ବିଶ୍ୱର ଯେଉଁଠାରେ ଥାଆନ୍ତୁ ନା କାହିଁକି, ସେମାନେ ଏହି ମହାନ ଛଟ ପର୍ବରେ ଅଂଶଗ୍ରହଣ କରିବା ଏବଂ ଏହାକୁ ଅନୁଭବ କରିବା ଉଚିତ। ସେ ବିଶେଷକରି ବିହାର, ଝାଡ଼ଖଣ୍ଡ ଏବଂ ପୂର୍ବାଞ୍ଚଳର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ଅପରେଶନ ସିନ୍ଦୂର କଥା କହିବା ସହ ସ୍ବଦେଶୀ ଉତ୍ପାଦ କିଣିବାକୁ ଜନସାଧାରଣଙ୍କୁ ଆହ୍ବାନ ବି ଦେଇଛନ୍ତି। GSTକୁ ନେଇ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ରହିଛି। ବଜାରରେ ସ୍ବଦେଶୀ ଜିନିଷ ପ୍ରତି ଆଗ୍ରହ ବଢିବାରେ ଲାଗିଛି କହିଛନ୍ତି ପ୍ରଧାନମନ୍ତ୍ରୀ।
ଏହାସହ ପଢ଼ନ୍ତୁ:ବାତ୍ୟା ପ୍ରଭାବ, ଉପକୂଳରେ ବର୍ଷିଲାଣି... ଆଗକୁ ଆହୁରି ବର୍ଷିବ !
ବାତ୍ୟା ମୋନ୍ଥାକୁ ନେଇ ବଡ଼ ଅପଡେଟ୍ । ଗଭୀର ଅବପାତରେ ପରିଣତ ହେଲା ଅବପାତ । ଏବେ ବଳ ଗୋଟାଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି 'ମୋନ୍ଥା' । ବାତ୍ୟାର ସ୍ଥିତି କଥା କହିଲେ, ଏବେ ଏହା ଆନ୍ଧ୍ରପ୍ରଦେଶର କାକିନାଡ଼ାଠାରୁ ୮୦୦ରୁ ଅଧିକ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣ ପୂର୍ବରେ ଏବଂ ଓଡିଶାର ଗୋପାଳପୁରଠାରୁ ୯୦୦ରୁ ଅଧିକ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣପୂର୍ବରେ କେନ୍ଦ୍ରୀଭୂତ ରହିଛି । ପୂର୍ବକେନ୍ଦ୍ରୀୟ ଆରବସାଗର ଉପରେ ଥିବା ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଗତି କରିଛି।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ପୂର୍ବକେନ୍ଦ୍ରୀୟ ଆରବ ସାଗର ଦେଇ ପ୍ରାୟ ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ଅଛି । 'ମୋନ୍ଥା' । ଆସନ୍ତାକାଲି ସାମୁଦ୍ରିକ ଝଡ଼ବାତ୍ୟା ଓ ୨୮ ତାରିଖରେ ‘ଭୀଷଣ ବାତ୍ୟା’ର ରୂପ ନେବାର ସମ୍ଭାବନା ରହିଛି । ଆନ୍ଧ୍ରପ୍ରଦେଶ ଉପକୂଳ କଳିଙ୍ଗପଟ୍ଟନମ୍ ଓ ମଚ୍ଛଲିପଟ୍ଟନମ୍ ମଧ୍ୟରେ କାକିନାଡ଼ା ପାଖାପାଖି ବାତ୍ୟା ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ୨୮ ସନ୍ଧ୍ୟା ଓ ରାତ୍ରି ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ । ଏହି ସମୟରେ ପବନ ବେଗ ରହିପାରେ ଘଣ୍ଟା ପ୍ରତି ୯୦ରୁ ୧୧୦ କିଲୋମିଟର ।
ଅନ୍ୟପଟେ ବାତ୍ୟା ପ୍ରଭାବରେ ଆସନ୍ତାକାଲିଠୁ ଓଡ଼ିଶାରେ ବର୍ଷା ଓ ପବନ ବହିବ । ୩ ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୨୮ ଓ ୨୯ ତାରିଖରେ ବର୍ଷା ସହ ଝଟକା ପବନ ବୋହିବ । ଦକ୍ଷିଣ ଓ ଉପକୂଳ ଓଡ଼ିଶାର ୧୫ ଜିଲ୍ଲାରେ ଅଧିକ ପ୍ରଭାବ ପଡ଼ିପାରେ । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲା ଅଧିକ ପ୍ରଭାବିତ ହେବ । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, କଟକ, ଖୋର୍ଦ୍ଧା ଜିଲ୍ଲାରେ ବି ପ୍ରଭାବ ପଡ଼ିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମାଲକାନଗିରି ଓ କୋରାପୁଟରେ ମଧ୍ୟ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories