|
logo
Live
Argus News App
GET APP

Argus News - କଟକରେ ଆଉ ୨୪ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍‌ କଟକଣା, ଆସନ୍ତାକାଲି ସନ୍ଧ୍ୟା ଯାଏଁ ରହିବ ବନ୍ଦ

Odisha

Internet Shutdown in Cuttack / କଟକରେ ଆଉ ୨୪ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍‌ କଟକଣା, ଆସନ୍ତାକାଲି ସନ୍ଧ୍ୟା ଯାଏଁ ରହିବ ବନ୍ଦ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
କଟକରେ ଆଉ ୨୪ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍‌ କଟକଣା, ଆସନ୍ତାକାଲି ସନ୍ଧ୍ୟା ଯାଏଁ ରହିବ ବନ୍ଦ

Key Points

କଟକରେ ଇଣ୍ଟରନେଟ୍ କଟକଣା ଆଉ ୨୪ ଘଣ୍ଟା ବୃଦ୍ଧି । ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର । ସିଏମ୍‌ସି, ସିଡିଏ, ବୟାଳିଶି ମୌଜାରେ କଟକଣା ବଳବତ୍ତର ।

କଟକରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ଦୃଷ୍ଟିରେ ରଖି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ଗୃହ ବିଭାଗ । କଟକରେ ଇଣ୍ଟରନେଟ୍ କଟକଣା ଆଉ ୨୪ ଘଣ୍ଟା ବୃଦ୍ଧି କରାଯାଇଛି । ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ସିଏମ୍‌ସି, ସିଡିଏ, ବୟାଳିଶି ମୌଜାରେ ଇଣ୍ଟରନେଟ୍ କଟକଣା ବଳବତ୍ତର ରହିବ । ସେହିପରି ଆଉ ୨୪ ଘଣ୍ଟା ପାଇଁ ହ୍ବାଟ୍‌ସ ଆପ୍‌, ଫେସବୁକ୍, ଏକ୍ସ, ଇନ୍‌ଷ୍ଟାଗ୍ରାମ ଭଳି ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟ ବନ୍ଦ ନିର୍ଦ୍ଦେଶ ଜାରି ହୋଇଛି ।


ଅଧିକ ପଢ଼ନ୍ତୁ: ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ, ୧୪ରେ ହେବ ଭୋଟ୍ ଗଣତି


ସୂଚନା ଅନୁସାରେ କଟକରେ ଗୋଷ୍ଠୀ ବିବାଦ ପରେ ଗତକାଲି ସୋସିଆଲ ମିଡିଆ ଉପରେ କଟକଣା ଲଗାଇଥିଲା ଗୃହ ବିଭାଗ । ୨୪ ଘଣ୍ଟା ପାଇଁ କଟକରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା । ରବିବାର ସନ୍ଧ୍ୟା ୭ଟାରୁ ସୋମବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କଟକରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା । ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିଲା । ହ୍ବାଟସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ, ଏକ୍ସ, ସ୍ନାପଚାଟ୍ ଭଳି ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟ ୨୪ ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ଗତକାଲିଠୁ ୩୬ ଘଣ୍ଟା ପାଇଁ କଟକରେ କମିଶନରେଟ୍ ପୋଲିସ୍ ପକ୍ଷରୁ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି କଟକ ସହରର ଏକାଧିକ ଥାନା ଅଞ୍ଚଳରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି । ରବିବାର ରାତି ୧୦ଟାରୁ ଆସନ୍ତା ୩୬ ଘଣ୍ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ଦରଘା ବଜାର, ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟଥାନା, ପୁରୀଘାଟ, ଲାଲବାଗ, ବିଡ଼ାନାସୀ, ମର୍କତନଗର ଥାନା, ସିଡିଏ ଫେଜ୍‌-୨, ମାଲଗୋଦାମ, ବାଦାମବାଡ଼ି ଥାନା, ଜଗତପୁର, ବୟାଳିଶିମୌଜା ଓ କଟକ ସଦର ଥାନା ଅଞ୍ଚଳରେ ଆଗାମୀ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଜାରି ରହିବ । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଥିଲେ ପୋଲିସ୍ କମିଶନର ।


କଟକଣା ଭିତରେ ଭାଇଚାରାର ସହରରେ ସ୍ବାଭାବିକ ହେଉଛି ସ୍ଥିତି । ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି । ପ୍ରାୟ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ, ୫ କମ୍ପାନୀ ସିଏପିଏଫ୍ ଓ ଗୋଟିଏ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର କହିଛନ୍ତି, କୌଣସି ଅପରାଧିକ କାର୍ଯ୍ୟ ବରଦାସ୍ତ କରାଯିବ ନାହିଁ, କେହି ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ସେପଟେ ପୋଲିସ କମିଶନର କହିଛନ୍ତି ବିଶୃଙ୍ଖଳା ଘଟଣାରେ ଏବେ ସୁଦ୍ଧା ୮ ଜଣଙ୍କୁ ଗିରଫ କରିବା ସହ ୩ଟି ମାମଲା ରୁଜୁ ହୋଇଛି ।


Sponsored
Internet Shutdown in Cuttack: କଟକରେ ଆଉ ୨୪ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍‌ କଟକଣା, ଆସନ୍ତାକାଲି ସନ୍ଧ୍ୟା ଯାଏଁ ରହିବ ବନ୍ଦ | Argus News