|
logo
Live
Argus News App
GET APP

Argus News - କଟକଣା ଭିତରେ ସ୍ବାଭାବିକ ହେଉଛି କଟକ ସ୍ଥିତି, ଭାଇଚାରା ବଜାୟ ରଖିବାକୁ ଅପିଲ୍ କଲେ ଆଇନ ମନ୍ତ୍ରୀ

Odisha

Curfew in Cuttack / କଟକଣା ଭିତରେ ସ୍ବାଭାବିକ ହେଉଛି କଟକ ସ୍ଥିତି, ଭାଇଚାରା ବଜାୟ ରଖିବାକୁ ଅପିଲ୍ କଲେ ଆଇନ ମନ୍ତ୍ରୀ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
କଟକଣା ଭିତରେ ସ୍ବାଭାବିକ ହେଉଛି କଟକ ସ୍ଥିତି, ଭାଇଚାରା ବଜାୟ ରଖିବାକୁ ଅପିଲ୍ କଲେ ଆଇନ ମନ୍ତ୍ରୀ

Key Points

ଭାଇଚାରାର ସହର କଟକରେ କର୍ଫ୍ୟୁ କଟକଣା ଭିତରେ ସ୍ବାଭାବିକ ହେଉଛି ସ୍ଥିତି । ଆଇନ ଶୃଙ୍ଖଳା ADG ଚେତାବନୀ ଦେଇଛନ୍ତି ଯେ କୌଣସି ବି ଅପରାଧିକ କାର୍ଯ୍ୟକୁ ବରଦାସ୍ତ କରାଯିବନି । 

କଟକରେ ଲାଗିଛି କର୍ଫ୍ୟୁ । ବନ୍ଦ ରହିଛି ଇଣ୍ଟରନେଟ୍ । କଟକଣା ଭିତରେ ଭାଇଚାରାର ସହରରେ ସ୍ବାଭାବିକ ହେଉଛି ସ୍ଥିତି । ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି । ପ୍ରାୟ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ, ୫ କମ୍ପାନୀ ସିଏପିଏଫ୍ ଓ ଗୋଟିଏ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର କହିଛନ୍ତି, କୌଣସି ଅପରାଧିକ କାର୍ଯ୍ୟ ବରଦାସ୍ତ କରାଯିବ ନାହିଁ, କେହି ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ସେପଟେ ପୋଲିସ କମିଶନର କହିଛନ୍ତି ବିଶୃଙ୍ଖଳା ଘଟଣାରେ ଏବେ ସୁଦ୍ଧା ୮ ଜଣଙ୍କୁ ଗିରଫ କରିବା ସହ ୩ଟି ମାମଲା ରୁଜୁ ହୋଇଛି ।

ଅଧିକ ପଢ଼ନ୍ତୁ: କଟକରେ ଆଉ ୨୪ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍‌ କଟକଣା, ଆସନ୍ତାକାଲି ସନ୍ଧ୍ୟା ଯାଏଁ ରହିବ ବନ୍ଦ

ସେପଟେ କଟକ ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ପୋଲିସ ଉପଯୁକ୍ତ ପଦକ୍ଷେପ ନେଇଛି । ବିଶୃଙ୍ଖଳାକାରୀଙ୍କ ପାଇଁ କଠୋର ଶାସ୍ତି ବିଧାନ ହେବ । ମୁଖ୍ୟମନ୍ତ୍ରୀ ଶାନ୍ତି ପାଇଁ ଅପିଲ କରିଛନ୍ତି । ସମସ୍ତେ ଶାନ୍ତି ଶୃଙ୍ଖଳା ବଜାୟ ରଖନ୍ତୁ । ସମସ୍ତେ ନିଜର ଭାବାବେଗ ଚେତନାକୁ ସକାରାତ୍ମକ ଭାବେ ନିଅନ୍ତୁ । କଟକରେ ଭାଇଚାରା ବଜାୟ ରହୁ ବୋଲି ସେ କହିଛନ୍ତି ।


ସେପଟେ ବିଶୃଙ୍ଖଳାକୁ ନେଇ ବଡ଼ ବୟାନ ଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । କଟକ ବାହାରୁ କିଛି ଅସାମାଜିକ ଲୋକ ଆସି ସହରରେ ଅଶାନ୍ତି ସୃଷ୍ଟି କରିଥିଲେ । ସେମାନଙ୍କୁ ଚିହ୍ନଟ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ । ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଧାୟିକା ସୋଫିଆ ଫିର୍ଦ୍ଦୋସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କଟକରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ଦୃଷ୍ଟିରେ ରଖି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ଗୃହ ବିଭାଗ । କଟକରେ ଇଣ୍ଟରନେଟ୍ କଟକଣା ଆଉ ୨୪ ଘଣ୍ଟା ବୃଦ୍ଧି କରାଯାଇଛି । ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ସିଏମ୍‌ସି, ସିଡିଏ, ବୟାଳିଶି ମୌଜାରେ ଇଣ୍ଟରନେଟ୍ କଟକଣା ବଳବତ୍ତର ରହିବ । ସେହିପରି ଆଉ ୨୪ ଘଣ୍ଟା ପାଇଁ ହ୍ବାଟ୍‌ସ ଆପ୍‌, ଫେସବୁକ୍, ଏକ୍ସ, ଇନ୍‌ଷ୍ଟାଗ୍ରାମ ଭଳି ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟ ବନ୍ଦ ନିର୍ଦ୍ଦେଶ ଜାରି ହୋଇଛି ।


ସୂଚନା ଅନୁସାରେ କଟକରେ ଗୋଷ୍ଠୀ ବିବାଦ ପରେ ଗତକାଲି ସୋସିଆଲ ମିଡିଆ ଉପରେ କଟକଣା ଲଗାଇଥିଲା ଗୃହ ବିଭାଗ । ୨୪ ଘଣ୍ଟା ପାଇଁ କଟକରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା । ରବିବାର ସନ୍ଧ୍ୟା ୭ଟାରୁ ସୋମବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କଟକରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା । ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିଲା । ହ୍ବାଟସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ, ଏକ୍ସ, ସ୍ନାପଚାଟ୍ ଭଳି ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟ ୨୪ ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା ।

Sponsored
Curfew in Cuttack: କଟକଣା ଭିତରେ ସ୍ବାଭାବିକ ହେଉଛି କଟକ ସ୍ଥିତି, ଭାଇଚାରା ବଜାୟ ରଖିବାକୁ ଅପିଲ୍ କଲେ ଆଇନ ମନ୍ତ୍ରୀ | Argus News