Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

skill devlopment / ଭୁବନେଶ୍ବରରେ ପୂର୍ବ ଭାରତର ଦକ୍ଷତା ମହାକୁମ୍ଭ,5 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରୁ ଭାଗନେବେ ଛାତ୍ରଛାତ୍ରୀ

Bikash Mohanty
Browse all articles by Bikash Mohanty
·4 months ago·2 min read
ଭୁବନେଶ୍ବରରେ ପୂର୍ବ ଭାରତର ଦକ୍ଷତା ମହାକୁମ୍ଭ,5 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରୁ ଭାଗନେବେ ଛାତ୍ରଛାତ୍ରୀ
Sdi

Key Points

ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ଦକ୍ଷତାର ମହାକୁମ୍ଭ
4 ଦିନ ଧରି ଚାଲିବ ପୂର୍ବ ଭାରତର ଦକ୍ଷତା ମହାକୁମ୍ଭ
5 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରୁ ଭାଗନେବେ ଛାତ୍ରଛାତ୍ରୀ 
ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଦକ୍ଷତାର ମହାକୁମ୍ଭ । ସ୍କିଲ ଅଲମ୍ପିକ ଭାବେ ବିବେଚିତ World Skill ପ୍ରତିଯୋଗିତା ପାଇଁ ହେଉଥିବା India Skill ପ୍ରତିଯୋଗିତା ର ପୂର୍ବ ଭାରତ ରାଜ୍ୟ ଗୁଡ଼ିକର ଯୁବକ ମାନେ ଓଡ଼ିଶା ମାଟିରେ ଦେଖାଇବେ ନିଜର ଦକ୍ଷତା । Ministry of Skill Development and Entrepreneurship ଅଧୀନରେ NSDC ଦ୍ୱାରା ଆୟୋଜିତ ଏହି ଉଚ୍ଚ ଅଭିଳାଷୀ skill ଅଲମ୍ପିକ ଆୟୋଜିତ ହେଉଛି SDI Bhubaneswar Campus ରେ ।

ଗୌହାଟୀ , ଗାନ୍ଧିନଗର, ହ୍ରାଇଦ୍ରାବାଦ ପରେ ଏବେ ଓଡ଼ିଶା ପାଳି। ଆଜି ଠାରୁ 2 ମାର୍ଚ୍ଚ ଯାଏ 4 ଦିନ ଧରି ରାଜ୍ୟ ରାଜଧାନୀରେ ଆୟୋଜିତ ହେବ ପୂର୍ବ ଭାରତର ଦକ୍ଷତା ମହାକୁମ୍ଭ। 5 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରୁ ଭାଗନେବେ 230 ବଛା ବଛା ପ୍ରତିଯୋଗୀ। ଭୁବନେଶ୍ବର ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ୍ ପରିସରରେ 37 ପ୍ରକାରର ଦକ୍ଷତାକୁ ନେଇ ହେବ ଜୋରଦାର ପ୍ରତିଯୋଗୀତା। ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ଓଡିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ-ନିକୋବାର ଦ୍ୱୀପପୁଞ୍ଜ ରୁ ଆସିଥିବା ୨୩୦ ଜଣ ପ୍ରତିଯୋଗୀ ନିଜ ନିଜ ଦକ୍ଷତାର ପ୍ରଦର୍ଶନ କରିବେ। 3D ଡିଜିଟାଲ ଗେମ୍ ଆର୍ଟ, କ୍ଲାଉଡ୍ କମ୍ପ୍ୟୁଟିଂ, ସାଇବର ସୁରକ୍ଷାରୁ ଆରମ୍ଭ କରି ବ୍ୟୁଟି ଥେରାପି, ପ୍ଲମ୍ବିଂ ଓ ରିନ୍ୟୁଏବଲ ଏନର୍ଜି ଆଦି ବିଭିନ୍ନ କ୍ଷେତ୍ରରେ ପ୍ରଯୁକ୍ତିମୂଳକ କୌଶଳ ପ୍ରଦର୍ଶନ କରିବେ ପ୍ରତିଯୋଗୀ।

ପୂର୍ବ ଭାରତ ସମେତ ଦେଶର 4ଟି ରିଜିଅନରୁ ଚୟନ ହେବାକୁ ଥିବା ପ୍ରତିଭାମାନେ ଜାତୀୟସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ। ସେଥିରେ ଯେଉଁମାନେ ବିଜୟୀ ହେବ ଚୀନର ସାଂଘାଇରେ 22ରୁ 27 ସେପ୍ଟେମ୍ବର ଯାଏ ଆୟୋଜିତ ହେବାକୁ ଥିବା ଓ୍ବାର୍ଲଡ ସ୍କିଲ ପ୍ରତିଯୋଗୀତାରେ ଭାରତରୁ ପ୍ରତିନିଧିତ୍ବ କରିବେ। ଶୁକ୍ରବାର ଭୁବନେଶ୍ବର ସ୍ଥିତ ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟରେ ଇଣ୍ଡିଆ ସ୍କିଲ ଇଷ୍ଟର୍ଣ୍ଣ ରିଜିଅନର ପ୍ରତିଯୋଗୀତା ଉଦଘାଟିତ ହେବ। ରାଜ୍ୟ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହାର ଉଦଘାଟନ କରିବେ। ପ୍ରତିଯୋଗୀତାରେ 6ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 230 ପ୍ରତିଯୋଗୀ ଭାବନେବାକୁ ଥିବା ବେଳେ ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ସର୍ବାଧିକ 70 ପ୍ରତିଯୋଗୀ ରହିଛନ୍ତି। ପ୍ରତିଯୋଗୀଙ୍କ ମଧ୍ୟରେ 27 % ଝିଅ ଥିବାବେଳେ 34% ଆଇଟିଆଇରୁ ଉତ୍ତୀର୍ଣ୍ଣ ପ୍ରତିଯୋଗୀ ଅଛନ୍ତି। ମାର୍ଚ୍ଚ 2 ତାରିଖରେ ପ୍ରତିଯୋଗୀତା ଉଦଯାପିତ ହେବ। ପୂର୍ବରୁ ଅନ୍ୟ 3 ଟି ରିଜିଅନରେ ପ୍ରତିଯୋଗୀତା ଶେଷ ହୋଇସାରିଛି। ଏବେ ପାଳି ପୂର୍ବ ଭାରତର।

ଭୁବନେଶ୍ବରରେ ପ୍ରଥମ ଥର ପାଇଁ ଏଭଳି ଧରଣର ଦକ୍ଷତା ପ୍ରତିଯୋଗୀତାର ଆୟୋଜନ ହେଉଥିବା ବେଳେ ଓଡ଼ିଶାର ପ୍ରତିଯୋଗୀଙ୍କ ପାଇଁ ଆଣିଦେଇଛି ବଡ଼ ସୁଯୋଗ। ଏଥିସହ ଯେଉଁ ଉଦ୍ଦେଶ୍ୟ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ମୋଦି ସରକାର ଓଡ଼ିଶାର ଖୋର୍ଦ୍ଧା ଗଡ଼ରେ -ବରୁଣେଇ ପାହାଡ଼ ପାଖରେ ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ୍ ଭୁବନେଶ୍ୱର କ୍ୟାମ୍ପସର ପ୍ରତିଷ୍ଠା କରିଥିଲେ ତାହା ଆଜି ଜାତୀୟ ସ୍ତରର ଦକ୍ଷତା ବିକାଶର ମୁଖଶାଳାର ଭୂମିକା ନେଉଛି ।ପ୍ରଧାନମନ୍ତ୍ରୀ କୁହନ୍ତି ପୂର୍ବୋଦୟରୁ ହେବ ପୂର୍ବ ଭାରତର ବିକାଶ - ଏହି ଦିଗରେ ଶିକ୍ଷାମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ତିଆରି 47 ଏକର ଜାଗାରେ ନିର୍ମିତ SDI Bhubaneswar ପୂର୍ବ ଭାରତର ଦକ୍ଷତା ବିକାଶର ନେତୃତ୍ୱ ନେଉଛି ବୋଲି Skill Ecosystem leaders ମାନଙ୍କର ମତ

ଏଥିସହ ପଢ଼ନ୍ତୁ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଜନ ଦ୍ୱାରା ଆଗକୁ ବଢୁଛି ଏସଡିଆଇ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
skill devlopment | Skill Conclave Begins Today in Bhubaneswar, Odisha Capital | Argus News