|
logo
Live
Argus News App
GET APP

Argus News - ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ନୂଆ ଜୀବନ ଦେଲା ମଲା କୁକୁର; ନଦୀକୁ ଡେଇଁ ଜୀବନ ହାରିବାକୁ କରୁଥିଲେ ଉଦ୍ୟମ

Odisha

Miracle in Gajapati / ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ନୂଆ ଜୀବନ ଦେଲା ମଲା କୁକୁର; ନଦୀକୁ ଡେଇଁ ଜୀବନ ହାରିବାକୁ କରୁଥିଲେ ଉଦ୍ୟମ

Sushanta Sahoo
Browse all articles by Sushanta Sahoo
·1 month ago·2 min read
ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ନୂଆ ଜୀବନ ଦେଲା ମଲା କୁକୁର; ନଦୀକୁ ଡେଇଁ ଜୀବନ ହାରିବାକୁ କରୁଥିଲେ ଉଦ୍ୟମ
Dead Dog Saves Class 8 Student from Death

Key Points

ସଂଯୋଗକୁ ପୋଲରୁ ନଦୀକୁ ଡେଇଁ ପଡ଼ିଥିବା ଛାତ୍ରୀ ଜଣଙ୍କ ସେହି ବସ୍ତି ଉପରେ ଖସି ପଡ଼ିଥିଲେ । ଫଳରେ ସେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ସୁଉଚ୍ଚ ପୋଲରୁ ତଳକୁ ଡେଇଁଥିବାରୁ ଛାତ୍ରୀଙ୍କ ଦେହରେ ଗଭୀର ଆଘାତ ଲାଗିଛି ।
ପାରଳାଖେମୁଣ୍ଡି (ଗଜପତି): କଥାରେ ଅଛି ରଖେ ହରି ତ ମାରେ କିଏ । ଆଉ ଏ କଥା ଏବେ ସତ ସାବ୍ୟସ୍ତ ହୋଇଛି । ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ନଦୀକୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରିଥିଲେ । ଆଉ ସୌଭାଗ୍ୟବଶତଃ ମଲା କୁକୁର ପାଇଁ ସେ ନୂଆ ଜୀବନ ପାଇଛନ୍ତି ।

ମଲା କୁକୁର ପାଇଁ ଏଭଳି ଚମତ୍କାର ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ । ସୂଚନା ଅନୁସାରେ, ପାରଳାଖେମୁଣ୍ଡି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଏଥିସହ ପଢ଼ନ୍ତୁ: ରାଜଧାନୀରେ ଛାତ୍ରୀଙ୍କୁ ୫ ଘଣ୍ଟା ଅପହରଣ; ବାଇକ୍‌ରେ ଆସି ଉଠାଇନେଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି ଠାରୁ ଆନ୍ଧ୍ରକୁ ସଂଯୋଗ କରୁଥିବା ମହେନ୍ଦ୍ରତନୟା ନଦୀ ଉପରେ ଥିବା ପୋଲରେ ସାଇକେଲ୍ ଥୋଇ ତଳକୁ ଡେଇଁ ପଡ଼ିଥିଲେ ଛାତ୍ରୀ ଜଣଙ୍କ । ନଦୀରେ ପାଣି ନଥିବାରୁ ପୋଲ ତଳ କଂକ୍ରିଟ ଉପରେ ପଡ଼ିଥିଲେ । ହେଲେ ପୂର୍ବରୁ କେହି ଜଣେ ଏକ କୁକୁରର ମୃତଦେହକୁ ଅଖାରେ ବାନ୍ଧି ସେଇଠି ଫିଙ୍ଗିଥିଲେ ।

ଆଉ ସଂଯୋଗକୁ ପୋଲରୁ ନଦୀକୁ ଡେଇଁ ପଡ଼ିଥିବା ଛାତ୍ରୀ ଜଣଙ୍କ ସେହି ବସ୍ତି ଉପରେ ଖସି ପଡ଼ିଥିଲେ । ଫଳରେ ସେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ସୁଉଚ୍ଚ ପୋଲରୁ ତଳକୁ ଡେଇଁଥିବାରୁ ଛାତ୍ରୀଙ୍କ ଦେହରେ ଗଭୀର ଆଘାତ ଲାଗିଛି । ସେହି ରାସ୍ତା ଦେଇ ଯାଉଥିବା ଲୋକେ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

ଏଥିସହ ପଢ଼ନ୍ତୁ: ଭଦ୍ରକରେ ପୁଣି ମାତିଲେ ଲୁଟେରା; ଝରକା ତାଡ଼ି ଲୁଟିନେଲେ ସୁନା ଅଳଙ୍କାର

ଏବେ ଛାତ୍ରୀ ଜଣଙ୍କ ଅବସ୍ଥା ସ୍ଥିର ରହିଛି । ଅଷ୍ଟମ ଶ୍ରେଣୀ ଛାତ୍ରୀ ଜଣଙ୍କ ମହେନ୍ଦ୍ରତନୟା ପୋଲ ଉପରୁ ଡେଇଁବା ସମୟରେ ସେହି ରାସ୍ତା ଦେଇ ଯାଉଥିବା ଜଣେ ମହିଳା ଦେଖି ପାଟି କରିଥିଲେ । ମହିଳାଙ୍କ ପାଟିଶୁଣି ସେହି ରାସ୍ତାରେ ଯାଉଥିବା ଲୋକେ ଦୌଡ଼ି ଆସି ଛାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲ୍ ନେଇଥିଲେ ।

ଛାତ୍ରୀଙ୍କୁ ଉଦ୍ଧାର ସମୟରେ ପୋଲ ତଳେ ଅଖାରେ କୁକୁରର ମୃତଦେହ ବନ୍ଧା ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । ତେଣୁ ମଲା କୁକୁର ପାଇଁ ଛାତ୍ରୀ ଜଣଙ୍କ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚି ଯାଇଥିବା କୁହାଯାଉଛି । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କଲେ ତାହା ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Miracle in Gajapati: ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ନୂଆ ଜୀବନ ଦେଲା ମଲା କୁକୁର; ନଦୀକୁ ଡେଇଁ ଜୀବନ ହାରିବାକୁ କରୁଥିଲେ ଉଦ୍ୟମ | Argus News