Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭଦ୍ରକରେ ପୁଣି ମାତିଲେ ଲୁଟେରା; ଝରକା ତାଡ଼ି ଲୁଟିନେଲେ ସୁନା ଅଳଙ୍କାର

Odisha

Gold Loot / ଭଦ୍ରକରେ ପୁଣି ମାତିଲେ ଲୁଟେରା; ଝରକା ତାଡ଼ି ଲୁଟିନେଲେ ସୁନା ଅଳଙ୍କାର

Debashree Debasmita Sahoo
Browse all articles by Debashree Debasmita Sahoo
·2 months ago·2 min read
ଭଦ୍ରକରେ ପୁଣି ମାତିଲେ ଲୁଟେରା; ଝରକା ତାଡ଼ି ଲୁଟିନେଲେ ସୁନା ଅଳଙ୍କାର
Loot In Bhadrak

Key Points

ଝିଅ ବାହାଘର ପାଇଁ ସାଇତିଥିଲେ ସମ୍ପତ୍ତି
ହେଲେ ଘରେ କଳା କନା ବୁଲାଇଲେ ଚୋର
କେହି ନଥିବାର ସୁଯୋଗ ନେଇ ଲୁଟିନେଲେ

ଝିଅ ବିବାହ ଘର ପାଇଁ ରଖିଥିଲେ ଟଙ୍କା ଓ ସୁନା ଅଳଙ୍କାର । ଘରେ କେହି ନଥିବା ସୁଯୋଗ ନେଇ ଘରେ କଳା କନା ବୁଲାଇଛନ୍ତି ଚୋର । ରାତି ଅଧରେ ଝରକା ତାଡ଼ି ସୁନା ଗହଣାକୁ ଦୁର୍ବୃତ୍ତ ଲୁଟିନେଇଛନ୍ତି । ଘଟଣା ଜଣାପଡ଼ିବା ପରେ ଦମ୍ପତ୍ତି ଭାଙ୍ଗିପଡ଼ିଛନ୍ତି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ଭଦ୍ରକ ସହରରେ କିଛି ମାସ ବ୍ୟବଧାନ ପରେ ପୁଣି ମାତିଲେ ଲୁଟେରା ।

ଭଦ୍ରକ ଟାଉନ ଥାନା ଅଧୀନସ୍ଥ ମଠସାହିର ଗୌରହରି ସାହୁଙ୍କ ଘରର ଝରକା ତାଡି ଦୁର୍ବୃତ୍ତମାନେ ୧୫ ଭରିରୁ ଅଧିକ ଓଜନର ସୁନା ଅଳଙ୍କାର ସମେତ ନଗଦ ୧ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଗୌରହରି ଘରେ ଥିବାବେଳେ ତାଙ୍କ ପତ୍ନୀ ମେଡିକାଲ କେସ୍‌ରେ ବାଲେଶ୍ଵର ଯାଇଥିଲେ । ରାତିରେ ଗୌରହରି ଏକାକୀ ଥିବା ବେଳେ ଦୁର୍ବୃତ୍ତମାନେ ଘରର ଝରକାର ଗ୍ରୀଲ ତାଡ଼ିବା ସହ ଘର ଭିତରେ ପ୍ରବେଶ କରି ଲୁହା ଆଲମିରାରେ ଥିବା ଅଳଙ୍କାର ଓ ନଗଦ ଟଙ୍କା ନେଇ ଯାଇଛନ୍ତି ।

ଅନ୍ୟ ଏକ କୋଠରୀରେ ଶୋଇଥିବା ବେଳେ ଗୌରହରି କିଛି ଜାଣିପାରିନଥିଲେ । ସକାଳୁ ଝରକା ତଡ଼ାଯାଇଥିବା ନେଇ ପଡ଼ୋଶୀ ଦେଖିବା ପରେ ଚୋରି ନେଇ ଜଣାପଡ଼ିଥିଲା । ଝିଅ ବାହାଘର ପାଇଁ କିଣିଥିବା ଅଳଙ୍କାର ଓ ସାଇତି ଥିବା ଟଙ୍କା ଦୁର୍ବୃତ୍ତ ନେଇଯାଇଥିବାରୁ ଭାଙ୍ଗି ପଡ଼ିଛନ୍ତି ଦମ୍ପତି । ଏ ନେଇ ଟାଉନ ଥାନାରେ ଅଭିଯୋଗ ହେବା ପରେ ଘଟଣାସ୍ଥଳରେ ଟାଉନ ଥାନା ଅଧିକାରୀଙ୍କ ସମେତ ସାଇଣ୍ଟିଫିକ୍ ଟିମ ପକ୍ଷରୁ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରାଯାଇଛି ।

ଲୁଟର ଶିକାର ହୋଇଥିବା ମହିଳା ବିନୋଦିନୀ ସାହୁ କହିଛନ୍ତି, "୫ ମାସ ତଳେ ନଗଦ ୫ ଭରି ସୁନା ଅଳଙ୍କାର କିଣିଥିଲୁ । ହେଲେ ଚୋରମାନେ ସବୁ ଲୁଟିନେଇଛନ୍ତି ।" ଦୁର୍ବୃତ୍ତ ୪ଟି ସୁନା ଚେନ୍, ଗୋଟିଏ ନେକଲେସ, ଗୋଟିଏ ବାହୁଟି, ଗୋଟିଓ ଚୂଡ, ୭ ହଳ କାନଫୁଲ, ଗୋଟିଏ ମଙ୍ଗଳସୂତ୍ର, ଗୋଟିଏ ବଡ଼ ନେକଲେସ୍, ୪ଟି ମୁଦି ଆଦି ଚୋରି ହୋଇଥିବା ମହିଳା ଜଣକ କହିଛନ୍ତି । ଝିଅ ବାହାଘର ପାଇଁ ସୁନା ଅଳଙ୍କାର ସାଇତି ଥିବାରୁ ପୋଲିସ ଖୁବଶୀଘ୍ର ତାଙ୍କ ସୁନା ଗହଣା ଫେରିପାଇବାରେ ସାହାଯ୍ୟ କରି ଚୋରଙ୍କୁ ଧରୁ ବୋଲି ଦମ୍ପତ୍ତି ଦାବି କରିଛନ୍ତି ।

ଏଥିସହ ପଢନ୍ତୁ: ଧୋକ୍କା ଦେଲା ଅଲିଅଳି ଝିଅ; ପ୍ରେମିକକୁ ପଠାଇଲା ମାଆର ନ୍ୟୁଡ୍ ଫଟୋ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Gold Worth 22 lakhs looted at Mathasahi in Bhadrak | Argus News