Pitabas Panda Case / ସୁପାରୀ ଦେଇ ମାରିଦେଲେ କି ପୀତବାସଙ୍କୁ ? ୫୦ରୁ ଅଧିକ CCTV ଯାଞ୍ଚ ହେଲାଣି

Key Points
ସବୁ ଦିଗକୁ ପୋଲିସ ତଦନ୍ତ କରୁଛି, ୬ଟି ଟିମରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।
ଗଞ୍ଜାମ ଆଇନଜୀବୀ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଭେଟି ଦୋଷୀଙ୍କୁ ଖୁବଶୀଘ୍ର ଗିରଫ ଦାବି କରିଛନ୍ତି ।
ବ୍ରହ୍ମପୁର ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣାର ରହସ୍ୟରୁ ହଟିନି ପରଦା । କିଏ ଓ କାହିଁକି ମାରିଲା ତାକୁ ନେଇ ଚାଲିଛି ତନାଘନା । ଏହା ଭିତରେ ଗୋଟିଏ ପରେ ଗୋଟିଏ ତଥ୍ୟା ଆସୁଛି ସାମ୍ନାକୁ । ୫୦ରୁ ଅଧିକ ସିସିଟିଭି ଫୁଟେଜକୁ ନେଇ ଚାଲିଛି ତଦନ୍ତ । ଏସ୍ପି କହିଲେ, ସୁପାରି ଦେଇ ପୀତବାସଙ୍କୁ ହତ୍ୟା କରାଯାଇଥିବା ସନ୍ଦେହକୁ ଏଡ଼ାଇ ଦିଆଯାଇନପାରେ ।
ଘଟଣା ଦିନ ଧଳାସାର୍ଟ ପିନ୍ଧି ବାଇକରେ ଆସିଥିଲେ ଦୁଇ ଜଣ ବ୍ୟକ୍ତି। ମୁଣ୍ଡରେ ହେଲମେଟ୍ ଥିଲା। ପଏଣ୍ଟ ଜିରୋରୁ ଦେଶୀ ବନ୍ଧୁକରେ ଫାୟାରିଂ କରି ଫେରାର ହୋଇଗଲେ ଦୃବୁର୍ତ୍ତ। ତେବେ ଗୁଳିମାଡ଼ ପରେ ପୀତବାସଙ୍କ ଗାଡିର ଡିକି କେମିତି ଖୋଲିଲା ତାକୁ ନେଇ ସସପେନ୍ସ ବଢୁଛି।
ଏହାସହ ପଢ଼ନ୍ତୁ:- ରାଗିନୀ ଦାଶଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା, ହେଲେ କାହିଁକି ? କ'ଣ କରିଛନ୍ତି ସେ...
📱 Get Argus News App
✨ସୁପାରି ଦେଇ ପୀତବାସଙ୍କୁ ହତ୍ୟା କରାଯାଇଥିବା ସନ୍ଦେହକୁ ଏଡ଼ାଇ ଦିଆଯାଇନପାରେ ବୋଲି କହିଛନ୍ତି ବ୍ରହ୍ମପରୁର ଏସପି । ଏହାସହ SP କହିଛନ୍ତି ଘଟଣାରେ ୬ଟି ଟିମ ଗଠନ ହୋଇଛି, ୫୦ରୁ ଅଧିକ CCTV ଯାଞ୍ଚ ହୋଇଛି। ଫୋନ୍ କଲ ମଧ୍ୟ ଯାଞ୍ଚ ହେଉଛି।
ଅନ୍ୟପଟେ ଘଟଣାରେ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ଦେଇଛନ୍ତି ବଡ଼ ବୟାନ। ସହର ଭିତରେ ଏବଂ ସହର ବାହାରେ ମଧ୍ୟ CCTV ଫୁଟେଜ ଯାଞ୍ଚ କରାଯାଇଛି । ସବୁ ଦିଗକୁ ପୋଲିସ ତଦନ୍ତ କରୁଛି, ୬ଟି ଟିମରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଗଞ୍ଜାମ ଆଇନଜୀବୀ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଭେଟି ଦୋଷୀଙ୍କୁ ଖୁବଶୀଘ୍ର ଗିରଫ ଦାବି କରିଛନ୍ତି ।
ତେବେ ଘଟଣାକୁ ଏହାରି ଭିତରେ ୩୬ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଦୋଷୀ କିଏ, କିଏ ଦେଇଥିଲେ ସୁପାରୀ ? କାହା ପ୍ରରୋଚନାରେ ହୋଇଥିଲା ହତ୍ୟାକାଣ୍ଡ ? ହତ୍ୟାକାଣ୍ଡର ମୂଳକୁ କେବେ ପହଂଚୁଛି ପୋଲିସ, ତାରି ଉପରେ ସମସ୍ତଙ୍କ ନଜର ।
ତେବେ ଏହି ଘଟଣାରେ ସାରାରାଜ୍ୟରେ ପ୍ରତିବାଦ ଦେଖିବାକୁ ମିଳିଛି । ଆଇନଜୀବୀ ବୁଧବାର କଲମ ଛାଡ଼ ଆନ୍ଦୋଳନ କରିଛନ୍ତି । ବ୍ରହ୍ମପୁର, ଭୁବନେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ପାଟଣାଗଡ଼, କନ୍ଧମାଳ ଆଦି ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରିଛନ୍ତି ଆଇନଜୀବୀ । ସେମାନଙ୍କ ଦାବି ହେଉଛି- ୪୮ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ, ମୃତ ଆଇନଜୀବୀଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ, ତଦନ୍ତ ପାଇଁ ଉଚ୍ଚସ୍ତରୀୟ ବିଚାର ବିଭାଗୀୟ କମିସନ ଗଠନ ପାଇଁ ପରିଷଦ ତରଫରୁ ଦାବି କରାଯାଇଛି ।
ଏହାସହ ପଢ଼ନ୍ତୁ:- ସତରେ IPS ଅଧିକାରୀଙ୍କ ଉପରେ କ'ଣ ଏତେ ଚାପ ଥାଏ ? ଶେଷରେ ଜୀବନ ହାରିବାକୁ ପଡ଼େ !
କେଉଁ ପରିସ୍ଥିତିରେ ଆଇନଜୀବୀଙ୍କୁ ହତ୍ୟା କରାଯାଇଥିଲା, ଏହା ପଛର କାରଣ ଓ ଷଡଯନ୍ତ୍ର ପ୍ରସଙ୍ଗରେ ବିଚାର ବିଭାଗୀୟ କମିସନ ଦ୍ବାରା ତଦନ୍ତ କରି ତିନି ମାସ ଭିତରେ ରିପୋର୍ଟ ଦାଖଲ କରାଯାଉ ବୋଲି ଦାବି ହୋଇଛି ।
ସେପଟେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି । କହିଲେ, ଦୋଷୀ ଯିଏ ବି ହେଉନା କାହିଁକି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଘଟଣା ଯିଏ ଘଟାଇଛି, ଘଟଣା ପଛରେ ଯିଏ ଷଡ଼ଯନ୍ତ୍ର କରିଛି କାହାରିକୁ ଛଡାଯିବ ନାହିଁ । ପୋଲିସ ଅନେକ ସୁରାକ ପାଇଲାଣି ଆହୁରି ଅନୁସନ୍ଧାନ ଚାଲିଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଡାକି ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ ।
Related Topics
Explore more stories