Videos
|
Odisha

Jagannath Temple / ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଉଥିଲେ ଛତିଶଗଡ଼ ଯୁବକ, ଧରିଲା ପୋଲିସ

Sushanta Sahoo
Browse all articles by Sushanta Sahoo
·11 months ago·2 min read
ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଉଥିଲେ ଛତିଶଗଡ଼ ଯୁବକ, ଧରିଲା ପୋଲିସ

Key Points

କେବେ ଶ୍ରୀମନ୍ଦିର ଭିତରକୁ ସ୍ପାଏ କ୍ୟାମେରା ଚଷମା ପିନ୍ଧି ପଶୁଛନ୍ତି ତ କେବେ ମନ୍ଦିର ଉପରେ ଚକ୍କର କାଟୁଛି ଡ୍ରୋନ୍ । ଶୁକ୍ରବାର ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଉଥିବା ଜଣଙ୍କୁ ଧରିବା ସହ ଡ୍ରୋନ୍‌କୁ ଜବତ କରିଛି ପୁରୀ ପୋଲିସ ।

ପୁରୀ: ମାନୁ ନାହାନ୍ତି କଟକଣା । କେବେ ଶ୍ରୀମନ୍ଦିର ଭିତରକୁ ସ୍ପାଏ କ୍ୟାମେରା ଚଷମା ପିନ୍ଧି ପଶୁଛନ୍ତି ତ କେବେ ମନ୍ଦିର ଉପରେ ଚକ୍କର କାଟୁଛି ଡ୍ରୋନ୍ । ଶୁକ୍ରବାର ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଉଥିବା ଜଣଙ୍କୁ ଧରିବା ସହ ଡ୍ରୋନ୍‌କୁ ଜବତ କରିଛି ପୁରୀ ପୋଲିସ ।


ଏଥିସହ ପଢ଼ନ୍ତୁ: ଦୁଇ ଦିନରେ ଦୁଇଥର ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଉଡିଲାଣି ଡ୍ରୋନ୍


ପୁରୀ ଏସ୍‌ପି ପ୍ରତୀକ ସିଂହଙ୍କ ନିର୍ଦ୍ଦେଶରେ ସିଂହଦ୍ଵାର ଥାନା ପୋଲିସ ଓ ପୁରୀ ପୋଲିସର ଟିମ୍‌ ଡ୍ରୋନ୍‌ଟିକୁ ଜବତ କରିଛି । ଶନି ମନ୍ଦିର ଗଳିରୁ ଡ୍ରୋନ୍ ଜବତ ସହ ଡ୍ରୋନ୍ ଉଡ଼ାଉଥିବା ଯୁବକଙ୍କୁ ପୋଲିସ ଧରିଛି । ପୋଲିସ ଧରିଥିବା ଯୁବକ ଜଣଙ୍କ ଛତିଶଗଡ଼ର ଦୁର୍ଗା ପ୍ରସାଦ ଯାଦବ । ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସନ୍ଧ୍ୟାରେ ଶ୍ରୀମନ୍ଦିର ପରିକ୍ରମା ପରିସରରେ ଡ୍ରୋନ୍ ଉଡ଼ୁଥିବା ଦେଖିବାକୁ ମିଳିଥିଲା । ପୁରୀ ଏସ୍‌ପିଙ୍କ ନଜର ପଡ଼ିଥିଲା ଡ୍ରୋନ୍ ଉପରେ । ସଙ୍ଗେ ସଙ୍ଗେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ ପୁରୀ ଏସ୍‌ପି ପ୍ରତୀକ ସିଂହ । ଆଉ ସିଂହଦ୍ୱାର ଥାନା ପୋଲିସ ଓ ପୁରୀ ପୋଲିସର ଏକ ବିଶେଷ ଟିମ୍‌ ଡ୍ରୋନ୍ ଜବତ ସହ ଜଣଙ୍କୁ ଅଟକ ରଖିଛି ।


ଏଥିସହ ପଢ଼ନ୍ତୁ: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଦେଖିଲେ ଖସାଇଦେବ ଆଣ୍ଟି ଡ୍ରୋନ୍ ସିଷ୍ଟମ୍


ଶ୍ରୀମନ୍ଦିର ଉପର ଓ ଏହାର ପରିସର ନୋ ଫ୍ଲାଇଂ ଜୋନ୍ ହୋଇଥିବାରୁ ଡ୍ରୋନ୍ ଉଡ଼ାଇବା ନିଷେଧ ଅଟେ । କିନ୍ତୁ ଅନେକ ସମୟରେ ଏହି କଟକଣା ବା ନିୟମକୁ ନ ମାନି ଅନେକ ଡ୍ରୋନ୍ ମନ୍ଦିର ଉପରେ ଉଡ଼ୁଛି । ଏବେ ଧରା ପଡ଼ିଥିବା ଯୁବକଙ୍କ ବିରୋଧରେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୁରୀ ପୋଲିସ ।


ଗତ ମାସରେ ମଧ୍ୟ ଶ୍ରୀମନ୍ଦିର ଉପରେ ଦୁଇ ଦୁଇଥର ଡ୍ରୋନ୍ ଉଡ଼ିଥିଲା । ପ୍ରାୟ ୧୦ ମିନିଟ ଧରି ଶ୍ରୀମନ୍ଦିର ଉପରି ଭାଗରେ ଡ୍ରୋନ୍ ଚକ୍କର କାଟିିଥିଲା । ଶ୍ରୀମନ୍ଦିର ନୀଳଚକ୍ର ଉପରିଭାଗରେ ଡ୍ରୋନ୍ ଉଡ଼ିଥିଲା । ଏକ ଡ୍ରୋନ୍ ଶ୍ରୀମନ୍ଦିର ଉପରେ ବାରମ୍ବାର ପଇଁତରା ମାରିଥିଲା । ସବୁ କଟକଣା ସତ୍ତ୍ୱେ ଚଳିତ ବର୍ଷ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ୧୦ରୁ ଅଧିକ ଥର ଉଡ଼ିଲାଣି ଡ୍ରୋନ୍ ।


ବିଗତ ଦେଢ଼ ବର୍ଷ ମଧ୍ୟରେ ଶ୍ରୀମନ୍ଦିର ସୁରକ୍ଷା ବାହିନୀ, ରକ୍ଷକ ଭ୍ୟାନ, ଜେଟିପି ମୁତୟନ ପରେ ବି ଡ୍ରୋନ୍ ବାରମ୍ବାର ଉଡ଼ୁଥିବା ବେଳେ ପୋଲିସକୁ ସେତେଟା ସଫଳତା ମିଳି ପାରୁନି । ପ୍ରତ୍ୟେକ ଥର କେବଳ ଡ୍ରୋନ୍ ଜବତ ଏବଂ ଉଡ଼ାଇଥିବା ବ୍ୟକ୍ତିକୁ ନୋଟିସରେ ସୀମିତ ରହି ଯାଉଛି ପୋଲିସର କାର୍ଯ୍ୟାନୁଷ୍ଠାନ । ଏବେ ଏ ଦିଗରେ ପୋଲିସ ଦୃଢ଼ ପଦକ୍ଷେପ ନେବାକୁ ଦାବି ହେଉଛି ।

Related Topics

Explore more stories