|
logo
Live
Argus News App
GET APP

Argus News - ଅର୍ଥନୈତିକ ସର୍ଭେ ରିପୋର୍ଟ, ବଢିଛି ମୁଣ୍ଡପିଛା ଆୟ

Odisha

Economic Survey Report / ଅର୍ଥନୈତିକ ସର୍ଭେ ରିପୋର୍ଟ, ବଢିଛି ମୁଣ୍ଡପିଛା ଆୟ

Bikash Mohanty
Browse all articles by Bikash Mohanty
·1 month ago·2 min read
ଅର୍ଥନୈତିକ ସର୍ଭେ ରିପୋର୍ଟ, ବଢିଛି ମୁଣ୍ଡପିଛା ଆୟ
Assembly session

Key Points

ଉପସ୍ଥାପିତ ହେଲା ୨୦୨୫-୨୬ର ଅର୍ଥନୈତିକ ସର୍ଭେ ରିପୋର୍ଟ
ବିଧାନସଭାରେ ଉପସ୍ଥାପିତ ହେଲା ରିପୋର୍ଟ
ଓଡ଼ିଶାର ବିକାଶ ବଢ଼ୁଛି, ଆଗଉଛି ଓଡ଼ିଶା
ଭୁବନେଶ୍ବର: ବିଧାନସଭାରେ ଉପସ୍ଥାପିତ ହେଲା ୨୦୨୫-୨୬ର ଅର୍ଥନୈତିକ ସର୍ଭେ ରିପୋର୍ଟ । ରାଜ୍ୟର ଆର୍ଥିକ ଅଭିବୃଦ୍ଧି ୭.୯ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି । ୨୦୨୫-୨୬ ରେ ରାଜ୍ୟର ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ପାଇ ୧ ଲକ୍ଷ ୮୬ ହଜାର ୭୬୧ ଟଙ୍କାରେ ପହଞ୍ଚିଛି । ଯାହାକି ଜାତୀୟ ହାରଠାରୁ ଅଧିକ । ସର୍ବଭାରତୀୟ ସ୍ତରରେ ଏହି ସମୟରେ ମୁଣ୍ଡ ପିଛା ଆୟ ୬.୯ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୯.୨ ପ୍ରତିଶତ ରହିଛି ।

ବର୍ତ୍ତମାନର ମୂଲ୍ୟରେ ଓଡିଶାର ଅର୍ଥନୀତିର ଆକାର ୨୦୨୫-୨୬ରେ ୯.୯ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହା ୨୦୨୪-୨୫ର ୯ ଲକ୍ଷ କୋଟି ଟଙ୍କାଠାରୁ ୯.୫% ବୃଦ୍ଧି ପାଇଛି । ୨୦୨୫-୨୬ରେ ବାସ୍ତବ ଆର୍ଥିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି। ଯାହା ୨୦୨୪-୨୫ର ୭.୨ ପ୍ରତିଶତ ବୃଦ୍ଧି ହାରଠାରୁ ଅଧିକ । ଏହା ମଧ୍ୟ ସର୍ବଭାରତୀୟ ସ୍ତରର ହାରାହାରି ଅଭିବୃଦ୍ଧି ହାର ୭. ୪ ପ୍ରତିଶତ ଠାରୁ ଅଧିକ । କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରର ଅବଦାନ ୨୦୨୫-୨୬ରେ ରାଜ୍ୟ ଅର୍ଥବ୍ୟବସ୍ଥାରେ ୧୯.୬ ପ୍ରତିଶତ ଆକଳନ କରାଯାଇଛି। ଯାହା ସର୍ବଭାରତୀୟ ସ୍ତରରେ ଥିବା ୧୬.୮ ପ୍ରତିଶତ ଠାରୁ ଅଧିକ । କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ 2025-26 ରେ 5.3% ଅଭିବୃଦ୍ଧି କରାଯାଇଛି । ଯାହା ସର୍ବ ଭାରତୀୟ ସ୍ତରରେ 3.1 ପ୍ରତିଶତ ଥିଲା ।

ଦେଖନ୍ତୁ ଏହି ଖବର: ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନ, ଆଗତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ
                                     
୨୦୨୫-୨୬ର ଅର୍ଥନୈତିକ ସର୍ଭେ ରିପୋର୍ଟରେ ବଢୁଛି ରାଜ୍ୟ ଅର୍ଥନୀତିର ଆକାର। ୨୦୨୫-୨୬ରେ ଓଡିଶାର ଜିଏସଡିପି ୯.୯ ଲକ୍ଷ କୋଟି ଟଙ୍କା ହେବା ଆକଳନ କରାଯାଉଛି।। ବାସ୍ତବ ଆର୍ଥିକ ବୃଦ୍ଧିହାର ୭.୯%, ଯାହା ଜାତୀୟ ହାରଠାରୁ ଅଧିକ। ରାଜ୍ୟରେ ସରକାରୀ ଓ ବେସରକାରୀ ପୁଞ୍ଜିନିବେଶର ବୃଦ୍ଧି ଘଟିଛି। ସେହିପରି ମୁଣ୍ଡପିଛା ଆୟ ୧ ଲକ୍ଷ ୮୬ ହଜାର ୭୬୧ ଟଙ୍କାକୁ ବୃଦ୍ଧି ହୋଇଛି। କୃଷି କ୍ଷେତ୍ରରେ ବି ରାଜ୍ୟ ସରକାରଙ୍କ ଭଲ ଉପଲବ୍ଧି ରହିଛି। ରାଜ୍ୟ ଅର୍ଥନୀତିରେ କୃଷିର ଅବଦାନ ୧୯.୬% ରହିଥିବା ବେଳେ ଖାଦ୍ୟଶସ୍ୟ ଉତ୍ପାଦନ ୧୫୦.୫ ଲକ୍ଷ ମେଟ୍ରିକ୍ ଟନ୍ ରହିଛି। ଧାନ, ମାଣ୍ଡିଆ କ୍ରୟ ବୃଦ୍ଧି; କୃଷକଙ୍କୁ ଉଚ୍ଚ ଏମଏସପି ଓ ସବସିଡି ଦିଆଯାଉଛି। ଫସଲ ବିବିଧକରଣ ଓ ଜଳସେଚନ କ୍ଷମତା ବୃଦ୍ଧି ଘଟିଛି। ଦୁଗ୍ଧ, ଅଣ୍ଡା ଓ ମାଛ ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଓଡିଶା ଦେଶର ଚତୁର୍ଥ ସର୍ବବୃହତ୍ ମତ୍ସ୍ୟ ଉତ୍ପାଦକ ସାମୁଦ୍ରିକ ରପ୍ତାନିରେ ବୃଦ୍ଧି ହୋଇଛି।

ଜିଏସଭିଏରେ ଶିଳ୍ପର ଅବଦାନ ୪୧.୩ ପ୍ରତିଶତ ରହିଛି। ୨୪୪ଟି ନୂଆ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ବ୍ୟବସାୟ ସୁଧାର ଓ ନୂତନ ଶିଳ୍ପ ନୀତି ପ୍ରବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ସେବା କ୍ଷେତ୍ର ଓ ଡିଜିଟାଲ ଉନ୍ନତି ହୋଇଛି। ସେବା କ୍ଷେତ୍ରର ବୃଦ୍ଧି ୯.୩ ପ୍ରତିଶତ ରହିଛି। ଆଇଟି, ଡାଟା ସେଣ୍ଟର, ଏଆଇ ଓ ସେମିକଣ୍ଡକ୍ଟର ନୀତି ଲାଗୁ ହୋଇଛି।  ରାଜ୍ୟରେ ବନ୍ଦର କ୍ଷମତା ବୃଦ୍ଧି ଘଟିଛି। ପାରାଦୀପ ପ୍ରମୁଖ ବନ୍ଦର ହୋଇଛି। ରେଳ ଓ ବିମାନ ସଂଯୋଗରେ ବି ବୃଦ୍ଧି ଘଟିଛି। ବିମାନ ଯାତ୍ରୀ ଓ ରେଳ ଯାତ୍ରୀ ସଂଖ୍ୟାରେ ବୃଦ୍ଧି ଘଟିଛି।

ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଓ ରାଜ୍ୟ ସ୍ୱାସ୍ଥ୍ୟ ବୀମା ଯୋଜନା ଲାଗୁ କରିଛନ୍ତି। ଶିକ୍ଷା ବଜେଟରେ ୩୮% ବୃଦ୍ଧି ହୋଇଛି।  ବିଦ୍ୟାଳୟ ଭିତ୍ତିଭୂମି ଓ ଡିଜିଟାଲ ସୁବିଧା ବୃଦ୍ଧି କରିଛନ୍ତି। ବିଶ୍ୱ କୌଶଳ କେନ୍ଦ୍ର ମାଧ୍ୟମରେ ଉଚ୍ଚ ନିଯୁକ୍ତି ହାର ବଢିଛି।  ମହିଳାଙ୍କୁ ସୁଭଦ୍ରା ଓ ଲକ୍ଷପତି ଦିଦି ଯୋଜନା ମାଧ୍ୟମରେ ଆର୍ଥିକ ସ୍ୱାଧୀନତା ଦିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତିରେ ଉନ୍ନତି ଘଟିଛି। ଉଚ୍ଚ ଶିକ୍ଷାରେ ୩୪ ପ୍ରତିଶତ ଅନୁସଚିତ ଜାତି ଓ ଜନଜାତୀଙ୍କୁ ଭତ୍ତି କରାଯାଇଛି। 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Economic Survey Report: ଅର୍ଥନୈତିକ ସର୍ଭେ ରିପୋର୍ଟ, ବଢିଛି ମୁଣ୍ଡପିଛା ଆୟ | Argus News