Pradeep Majhi / ମହଙ୍ଗା ପଡ଼ିଲା 'ଗୁଳି କରିଦେବି' ମନ୍ତବ୍ୟ; ପ୍ରଦୀପ ମାଝୀଙ୍କ ନାଁରେ ଥାନାରେ ଏତଲା
·4 months ago·2 min read

Key Points
ପ୍ରଦୀପ ମାଝୀଙ୍କ ଉକ୍ତ ବୟାନ ଏବେ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । 'ଗୁଳି କରିଦେବି' ବୟାନକୁ ନେଇ ଫସିଛନ୍ତି ପ୍ରଦୀପ ମାଝୀ । ତାଙ୍କ ବିରୋଧରେ ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀ ଥାନାରେ ଏତଲା ଦେଇଛନ୍ତି ।
ନବରଙ୍ଗପୁର: ତୁଣ୍ଡ ବୋଲ ମାନିଲାନି, ସମସ୍ତଙ୍କ ଆଗରେ କହିଦେଲେ- "ଗୁଳି କରିଦେବି" । ପ୍ରଦୀପ ମାଝୀଙ୍କ ଉକ୍ତ ବୟାନ ଏବେ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । 'ଗୁଳି କରିଦେବି' ବୟାନକୁ ନେଇ ଫସିଛନ୍ତି ପ୍ରଦୀପ ମାଝୀ । ତାଙ୍କ ବିରୋଧରେ ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀ ଥାନାରେ ଏତଲା ଦେଇଛନ୍ତି ।
ଗତ ନଭେମ୍ବର ୨୦ ତାରିଖରେ ପ୍ରେସର କୁକୁର ଫାଟି କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ କାକଡ଼ି ସେମଳା ସ୍କୁଲର ଛାତ୍ର ଧନେଶ୍ୱର ଭତ୍ରା ଆହତ ହୋଇଥିଲେ । ସେହି ଘଟଣାରେ ୨୮ ତାରିଖ ରାତିରେ ସ୍କୁଲ୍ ପାଚେରୀ ଡେଇଁ ଆହତ ଛାତ୍ରକୁ ଆଣି ଉନ୍ନତ ଚିକିତ୍ସ ପାଇ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଥିଲେ । ଆଉ ସେହି ସମୟରେ ଜିଲ୍ଲାପାଳଙ୍କ ଆଗରେ ପ୍ରଦୀପ ମାଝୀ ଜିଲ୍ଲା ମଙ୍ଗ ଅଧିକାରୀଙ୍କୁ କହିଥିଲେ, "ଗୁଳି କରିଦେବି ।"
ଏଥିସହ ପଢ଼ନ୍ତୁ: ୪ ବର୍ଷରେ ୧୬୮ ନକଲି ମେଡିସିନ ଜବତ; ଛୁଆଙ୍କ ଜ୍ଵର ସିରପ୍ ପାରାସିଟାମଲ୍ ବି ଡୁପ୍ଲିକେଟ୍
ଯାହାକୁ ନେଇ ନବରଙ୍ଗପୁର ଥାନାରେ ପ୍ରଦୀପ ମାଝୀଙ୍କ ବିରୋଧରେ ଏତଲା ଦେଇଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା । ସରକାରୀ କାର୍ଯ୍ୟରେ ଥିବା ବେଳେ ଜିଲ୍ଲାପାଳ ତଥା ଅନ୍ୟ ସରକାରୀ ଅଧିକାରୀଙ୍କ ସମ୍ମୁଖରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଗୁଳି କରିବା ନେଇ ଧମକ ଦେଇଛନ୍ତି । ଏହା ତାଙ୍କ ସାମାଜିକ ପ୍ରତିଷ୍ଠା ପ୍ରତି ଆଞ୍ଚ ଆଣିଥିବା ଏବଂ ମାନସିକ ସ୍ତରରେ ନିର୍ଯାତନା ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ।
ଏଥିସହ ବିଭିନ୍ନ ସମୟରେ ପ୍ରଦୀପ ମାଝୀ ତାଙ୍କ ବିରୋଧରେ ମିଥ୍ୟା ଦୁର୍ନୀତି ଅଭିଯୋଗ ଆଣି ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ହଇରାଣ କରୁଥିବା ଏତଲାରେ ଦର୍ଶାଇଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ । 'ଗୁଳି କରିଦେବି' ମନ୍ତବ୍ୟକୁ ନେଇ ପ୍ରଦୀପ ମାଝୀ ଫସୁଥିବା ବେଳେ ଶାସକ ବିରୋଧୀ ବି ମୁହାଁମୁହିଁ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ବିଜେପି ପ୍ରଦୀପ ମାଝୀଙ୍କ ବୟାନକୁ ନିନ୍ଦା କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି ।
ଏଥିସହ ପଢ଼ନ୍ତୁ: ମେଡିକାଲ୍ କଲେଜ ପ୍ରତିଷ୍ଠାକୁ ବିତିଲାଣି ୭ ବର୍ଷ; ନାହାନ୍ତି ହୃଦ୍ରୋଗ ଡାକ୍ତର, ଲୋକଙ୍କୁ ମିଳୁନି ଚିକିତ୍ସା
ନବରଙ୍ଗପୁର ଥାନା କେସ ନମ୍ବର -୪୭୮/୨୫ରେ ସରକାରୀ କର୍ମଚାରୀଙ୍କୁ ସରକାରୀ କାର୍ଯ୍ୟରେ ବାଧା ଦେବା ଓ ଜୀବନରେ ମାରିବାକୁ ଧମକ ଦେବା ନେଇ ଏତଲା ରୁଜୁ ହୋଇଛି । ଭାରତୀୟ ନ୍ୟାୟ ସଂହିତାର ଧାରା- ୧୬୨ (୨), ୨୨୧, ୩୫୧ (୩)ରେ ଏତଲା ରୁଜୁ କରି ତଦନ୍ତ କରୁଛ ପୋଲିସ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories