|
logo
Live
Argus News App
GET APP

Argus News - ୪ ବର୍ଷରେ ୧୬୮ ନକଲି ମେଡିସିନ ଜବତ; ଛୁଆଙ୍କ ଜ୍ଵର ସିରପ୍ ପାରାସିଟାମଲ୍‌ ବି ଡୁପ୍ଲିକେଟ୍

Odisha

Fake medicines in Odisha / ୪ ବର୍ଷରେ ୧୬୮ ନକଲି ମେଡିସିନ ଜବତ; ଛୁଆଙ୍କ ଜ୍ଵର ସିରପ୍ ପାରାସିଟାମଲ୍‌ ବି ଡୁପ୍ଲିକେଟ୍

Sushanta Sahoo
Browse all articles by Sushanta Sahoo
·4 months ago·2 min read
୪ ବର୍ଷରେ ୧୬୮ ନକଲି ମେଡିସିନ ଜବତ; ଛୁଆଙ୍କ ଜ୍ଵର ସିରପ୍ ପାରାସିଟାମଲ୍‌ ବି ଡୁପ୍ଲିକେଟ୍
Fake medicines in Odisha

Key Points

୪ ବର୍ଷରେ ୧୬୮ ନକଲି ମେଡିସିନ୍ ଜବତ ହେଲାଣି । ବିଧାନସଭାରେ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ଆସିଛି ସାଂଘାତିକ ତଥ୍ୟ ।
ଭୁବନେଶ୍ଵର: ମାର୍କେଟରେ ବୁଲୁଛି ପୁଳା ପୁଳା ନକଲି ମେଡିସିନ୍ । ୪ ବର୍ଷରେ ୧୬୮ ନକଲି ମେଡିସିନ୍ ଜବତ ହେଲାଣି । ବିଧାନସଭାରେ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ଆସିଛି ସାଂଘାତିକ ତଥ୍ୟ । ଡ୍ରଗ୍ସ କଣ୍ଟ୍ରୋଲର କହିଲେ, ନକଲି ମେଡିସିନ୍‌କୁ ରୋକିବା ପାଇଁ ସାରା ରାଜ୍ୟରେ ଜାରି ରହିଛି ସ୍ପେଶାଲ ଡ୍ରାଇଭ୍ ।

ଆପଣ ଖାଉଥିବା ମେଡିସିନ୍ ଅସଲି ତ ? ଔଷଧ ନାଁରେ ଆପଣ ଖାଉ ନାହାନ୍ତି ତ ବିଷ ? କାରଣ ଓଡ଼ିଶା ବଜାରରେ ବୁଲୁଛି ପୁଳା ପୁଳା ମେଡିସିନ୍ । ନକଲି ମେଡିସିନ୍ ତାଲିକାରେ ରହିଛି ଆପଣ ଦୈନଦିନ ବ୍ୟବହାର କରୁଥିବା Telma 40, Pan 40, O2, Zerodal SP, Raniti, Paracetamol Pediatric syrup, Amlokind, Paracetamol tablet, Pantaprazol, Livocetizine, Pantap-40, Clavam 625, Rabeprazole ଭଳି ମେଡିସିନ୍ ।

ଏଥିସହ ପଢ଼ନ୍ତୁ: ମେଡିକାଲ୍ କଲେଜ ପ୍ରତିଷ୍ଠାକୁ ବିତିଲାଣି ୭ ବର୍ଷ; ନାହାନ୍ତି ହୃଦ୍‌ରୋଗ ଡାକ୍ତର, ଲୋକଙ୍କୁ ମିଳୁନି ଚିକିତ୍ସା

ବିଶ୍ଵାସ ହେଉ ନଥିଲେ ବି ଏହା ସତ । ସ୍ଵାସ୍ଥ୍ୟ ବିଭାଗର ତଥ୍ୟ କହୁଛି ୪ ବର୍ଷରେ ଚିହ୍ନଟ ହୋଇଛି ୧୬୮ ନକଲି ଔଷଧ । ସେହିପରି ଜବତ ହୋଇଛି ୩୮୮ଟି ନିମ୍ନ ମାନର ମେଡିସିନ୍ । ଯାହାକି ଆବଶ୍ୟକୀୟ ଗୁଣବତ୍ତା ଏବଂ ପ୍ରଭାବଶାଳୀ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛି ।

ଗତ ୪ ବର୍ଷରେ ଅଢ଼େଇ କୋଟିର ଊର୍ଦ୍ଧ୍ୱ ଟଙ୍କାର ନକଲି ମେଡିସିନ ଜବତ କରିଛନ୍ତି ସରକାର ।
ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, "ନକଲି ମେଡିସିନ୍ କେଉଁଠୁ ଆସୁଛି ତାହାର ଖୋଳତାଡ଼ ହେଉଛି । ଆଗକୁ ଚଢ଼ାଉକୁ ଆହୁରି ଜୋରଦାର କରିବ ସ୍ଵାସ୍ଥ୍ୟ ବିଭାଗ ।"

ତଥ୍ୟ କହୁଛି, କୋଭିଡ୍ ସମୟରେ ସର୍ବାଧିକ ବଢ଼ିଛି ନକଲି ମେଡିସିନ୍ କାରବାର । ନିକଟରେ କଟକରୁ ଜବତ ନକଲି ମେଡିସିନର ଚେର ହିମାଚଳ ପ୍ରଦେଶରେ ବାହାରିଥିଲା । ଅନ୍ୟପଟେ କୁହାଯାଉଛି, ଏବେ ଅଫଲାଇନ ଅପେକ୍ଷା ଅନଲାଇନରେ ମେଡିସିନ୍ କାରବାର ବଢ଼ିଥିବାରୁ ନକଲି ମେଡିସିନ୍ ମାର୍କେଟକୁ ପଶିବା ସହଜ ହେଉଛି ।

ଏଥିସହ ପଢ଼ନ୍ତୁ: ଇମ୍ରାନ ଜୀବିତ ନା ମୃତ ? ଅନେକ ଚର୍ଚ୍ଚାର ୨ ସପ୍ତାହ ପରେ ଜେଲ୍‌ରେ ଭେଟିବାକୁ ଗଲେ ଭଉଣୀ

ଦୋକାନ ଓ ଷ୍ଟୋର୍ ଗୁଡ଼ିକରେ ୫ରୁ ୧୦ ପ୍ରତିଶତ ରିହାତି ମିଳୁଥିବା ବେଳେ ଅନଲାଇନରେ ମିଳୁଛି ୨୦ ପ୍ରତିଶତରୁ ଅଧିକ ରିହାତି । ଆଉ ଏହି ରିହାତି ଲୋଭରେ ପଡ଼ି ଅଧିକରୁ ଅଧିକ ରୋଗୀ ଅନଲାଇନକୁ ବାଛୁଛନ୍ତି । ଯାହାକୁ ନେଇ ଡ୍ରଗ୍ସ କଣ୍ଟ୍ରୋଲର କହିଛନ୍ତି, "ନକଲି ଔଷଧକୁ
ରୋକିବା ପାଇଁ ସାରା ରାଜ୍ୟରେ ସ୍ପେଶାଲ ଡ୍ରାଇଭ୍ ଜାରି ରହିବ ।"

ସେପଟେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ରାଜ୍ୟ କେମିଷ୍ଟ ଓ ଡ୍ରଗିଷ୍ଟ ସଂଘ । ଯେଉଁମାନଙ୍କ ନିକଟରୁ ନକଲି ଓ ଅପମିଶ୍ରିତ ଔଷଧ ଧରା ପଡ଼ିଥିଲା ସେମାନଙ୍କୁ ସଂଘ ବୟକଟ୍ କରିଛି । ଏଭଳି ନକଲି ଔଷଧ ମାର୍କେଟକୁ ଆସୁଥିବା ଖବର ପରେ ବିନା ପ୍ରେସସ୍କ୍ରିପସନରେ ମେଡିସିନ ନ ଖାଇବା ପାଇଁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ପ୍ରଶ୍ନ ଏତେ ପରିମାଣର ନକଲି ଔଷଧ ଆସୁଛି କେଉଁଠୁ ? ନକଲି ଔଷଧ ରାକେଟର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ? କାହିଁକି ମୂଳ ପର୍ଯ୍ୟନ୍ତ ପହଞ୍ଚି ପାରୁନି ପୋଲିସ ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fake medicines in Odisha: ୪ ବର୍ଷରେ ୧୬୮ ନକଲି ମେଡିସିନ ଜବତ; ଛୁଆଙ୍କ ଜ୍ଵର ସିରପ୍ ପାରାସିଟାମଲ୍‌ ବି ଡୁପ୍ଲିକେଟ୍ | Argus News