Hotel Mystery / ଗାର୍ଲଫ୍ରେଣ୍ଡ ସହ OYOକୁ ଆସିଥିଲେ...ଖାଇପିଇ ଶୋଇଲେ..ସକାଳୁ ପ୍ରେମିକ ସଫା
·4 months ago·2 min read

Key Points
ଏକ ଓୟୋ ରୁମରେ ଦୁଇଜଣ ଥିଲେ କିନ୍ତୁ ସକାଳୁ ଯୁବକଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭୁବନେଶ୍ୱରର ଏକ ହୋଟେଲ୍ ରୁମରୁ ସନ୍ଦେହଜନକ ଅବସ୍ଥାରେ ମିଳିଛି ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ।
ଓଡ଼ିଶା: ସକାଳୁ ସକାଳୁ ରାଜଧାନୀରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ଯାହା ଶୁଣିଲେ ଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ ଲାଗିବ। ହୋଟେଲରୁ ମିଳିଲା ଯୁବକଙ୍କ ମୃତଦେହ ।
ସେ ପୁଣି ପ୍ରେମିକାଙ୍କ ସାଥୀରେ ଥିଲେ। ଏକ ଓୟୋ ରୁମରେ ଦୁଇଜଣ ଥିଲେ କିନ୍ତୁ ସକାଳୁ ଯୁବକଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭୁବନେଶ୍ୱରର ଏକ ହୋଟେଲ୍ ରୁମରୁ ସନ୍ଦେହଜନକ ଅବସ୍ଥାରେ ମିଳିଛି ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ।
ମୃତ ଯୁବକ ହେଲେ ବିବୁନା ପ୍ରଧାନ। କମିଶନରେଟ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।
ଖବର ଅନୁଯାୟୀ, ନିଜ ଗାର୍ଲଫ୍ରେଣ୍ଡ ସହ ହୋଟେଲ୍ ଆସିଥିଲେ ବିବୁନା ପ୍ରଧାନ । ସେଠାରେ ଖାଦ୍ୟ ଖାଇବା ପରେ ଉଭୟ ଶୋଇବାକୁ ଯାଇଥିଲେ । ହେଲେ ଶୁକ୍ରବାର ଦିନ ହଠାତ୍ ଲିଙ୍ଗରାଜ ଥାନା ପୋଲିସକୁ ଆସିଥିଲା ଫୋନ୍ କଲ୍ । ଯେଉଁଥିରେ ହୋଟେଲରେ ଜଣେ ଯୁବକ ସନ୍ଦେହ ଜନକ ଅବସ୍ଥାରେ ପଡିଥିବାର ଖବର ଆସିଥିଲା । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ନେଇଥିଲା । ହେଲେ ସେଠାରେ ଡାକ୍ତର ଉକ୍ତ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି ।
ପଢ଼ନ୍ତୁ ଏହି ଖବର: ପୁଲିସ ନିକଟରେ ବୟାନ ଅଦାଲତରେ ସାକ୍ଷ୍ୟ ଭାବେ ଗ୍ରହଣୀୟ ନୁହେଁ: ହାଇକୋର୍ଟ
ତେବେ ଏଇଠି ହିଁ ଘଟଣାରେ ଆସିଛି ଟ୍ୱିଷ୍ଟ । ଯୁବକଙ୍କ ସାଥିରେ ଥିବା ଯୁବତୀ ଜଣଙ୍କର ପତ୍ତା ମିଳୁନି। ସକାଳୁ ସକାଳୁ ହୋଟେଲରୁ ଯୁବତୀ ଜଣଙ୍କ ଗାଏବ ହୋଇଯାଇଛନ୍ତି । ଯୁବତୀଙ୍କ ସଂପର୍କରେ ହୋଟେଲରେ କୌଣସି ସଠିକ୍ ତଥ୍ୟ ନାହିଁ । ସେ କୁଆଡେ ଯାଇଛନ୍ତି । ସେନେଇ ମଧ୍ୟ ହୋଟେଲ କର୍ମଚାରୀଙ୍କ ଜଣାଇନାହାନ୍ତି । ତେବେ କମିଶନରେଟ ପୋଲିସ ଘଟଣାସ୍ଥଳରୁ ଛାନଭିନ ଆରମ୍ଭ କରିଛି। ଏହାସହ ହୋଟେଲ ପରିସରରେ ଥିବା ସିସିଟିଭି ଫୁଟେଜକୁ ମଧ୍ୟ ତନତନ କରି ଯାଞ୍ଚ କରୁଛି। ଗୁରୁବାର ରାତିରେ ହୋଟେଲ ରୁମରେ କଣ ଘଟିଲା । ତାକୁ ନେଇ ମଧ୍ୟ ଖୋଳତାଡ ଜାରି ରଖିଛି କମିଶନରେଟ ପୋଲିସ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories