Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରଥମ ଥର ୧ ଲକ୍ଷ ଟପିଲା ୨୨ କ୍ୟାରେଟ୍ ସୁନା ଦର, ୯ ଦିନରେ ବଢ଼ିଲାଣି ୫ ହଜାର

Santosh Kumar Sahoo
Browse all articles by Santosh Kumar Sahoo
·10 months ago·1 min read
ପ୍ରଥମ ଥର ୧ ଲକ୍ଷ ଟପିଲା ୨୨ କ୍ୟାରେଟ୍ ସୁନା ଦର, ୯ ଦିନରେ ବଢ଼ିଲାଣି ୫ ହଜାର

Key Points

ପୂର୍ବର ସବୁ ରେକର୍ଡ ଭାଙ୍ଗିଲା ସୁନା ଦର । ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ଲକ୍ଷେ ହଜାରେ ୧୦୦ ଟଙ୍କାରେ ପହଞ୍ଚିଲା । ୯ ଦିନରେ ସୁନା ୫ ହଜାର ମହଙ୍ଗା ।


ଭାଙ୍ଗିଲା ପୂର୍ବର ସବୁ ରେକର୍ଡ । ସୁନା ଓ ରୂପା ଦରରେ ବଡ଼ ପରିବର୍ତ୍ତନ । ପୁଣି ଉପରମୁହାଁ ସୁନା ଦର । ପ୍ରଥମ ଥର ପାଇଁ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ଟଙ୍କା ପାର ହୋଇଛି । ଭୁବନେଶ୍ବରରେ ପ୍ରଥମ ଥର ପାଇଁ ୨୨ କ୍ରାରେଟ୍‌ ସୁନା ଦର ୧ ଲକ୍ଷ ୧ ହଜାର ୧୦୦ ଟଙ୍କାରେ ପହଞ୍ଚିଛି । ସେହିପରି ୨୪ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୧୩୬୦ ଟଙ୍କା ବୃଦ୍ଧି ପାଇଛି। ୧ ଲକ୍ଷ ୮ ହଜାର ୯୩୦ ଟଙ୍କା ଛୁଇଁଛି ୨୪ କ୍ୟାରେଟ ସୁନା ଦର।


ଚଳିତ ମାସ ଗତ ୪ ତାରିଖରେ ୨୨ କ୍ୟାରେଟ୍ ସୁନା ଦର ଭୁବନେଶ୍ବରରେ ୧୦ ଗ୍ରାମ ପିଛା ୧୦୦ ଟଙ୍କା କମିଥିଲା । ଏହାକୁ ଛାଡ଼ିଦେଲେ ଅନ୍ୟ ଦିନ ଗୁଡ଼ିକରେ ସୁନା ଦର ବଢ଼ିଛି । ଏଥିଯୋଗୁ ସେପ୍ଟେମ୍ବର ମାସର ପ୍ରଥମ ୯ ଦିନରେ ସୁନା ଦର ଭୁବନେଶ୍ବରରେ ପ୍ରାୟ ୫ ହଜାର ଟଙ୍କା ମହଙ୍ଗା ହୋଇଛି ।


ସେହିପରି ୨୪ କ୍ୟାରେଟ ସୁନା ଦର ମଧ୍ୟ ୧୦ ଗ୍ରାମ ପିଛା ୧୩୬୦ ଟଙ୍କା ବଢ଼ିଛି । ସେହିପରି ରୂପା ଓ ଚାନ୍ଦିର ଦର ମଧ୍ୟ ବୃଦ୍ଧି ପାଇଛି । ମଙ୍ଗଳବାର ଭୁବନେଶ୍ବର ବଜାରରେ କିଲୋଗ୍ରାମ ପିଛା ରୂପା ଦର ୨ ହଜାର ଟଙ୍କା ବୃଦ୍ଧି ଘଟି ୧ ଲକ୍ଷ ୪୦ ହଜାରରେ ପହଞ୍ଚିଛି । ବର୍ଦ୍ଧିତ ଦର ସହିତ ଗଢା ମୂଲ୍ୟ ଓ ଜିଏସଟି ମିଶାଇଲେ ଗ୍ରାହକଙ୍କୁ ଗହଣା କିଣିବା ବହୁ ମହଙ୍ଗା ପଡୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
22-Carat Gold Price Crosses ₹1 Lakh for First Time in Bhubaneswar | Argus News