Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Gold Price / ଡରାଉଛି ସୁନା, ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମକୁ ଲକ୍ଷେ ୨୪ ହଜାର

Banajyotshna Ray
Browse all articles by Banajyotshna Ray
·9 months ago·2 min read
ଡରାଉଛି ସୁନା, ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମକୁ ଲକ୍ଷେ ୨୪ ହଜାର

Key Points

ଦୀପାବଳି ଓ ଧନତେରାସ ପୂର୍ବରୁ ଆକାଶ ଛୁଆଁ ସୁନା ଦର। ଚିନ୍ତାରେ ଗ୍ରାହକ।

ପାଖେଇ ଆସିଲାଣି ଦୀପାବଳି ଓ ଧନତେରାସ। ହେଲେ ଚିନ୍ତାରେ ପଡ଼ିଛନ୍ତି ଲୋକେ। ସୁନାଦର ଗ୍ରାହକଙ୍କ ଚିନ୍ତା ବଢାଇଛି। ଗତ ତିନି ଦିନ ହେଲାଣି ସୁନା ଦର ମଧ୍ୟ ଲଗାତାର ଭାବେ ବଢ଼ୁଛି ।  ଦିନକୁ ଦିନ ନୂଆ ରେକର୍ଡ ଭାଙ୍ଗୁଛି ସୁନା ରେଟ୍। ସୁନା କିଣିବା ଏବେ ସାଧାରଣ ଲୋକଙ୍କ ପାଇଁ ସାତ ସପନ ପାଲଟିଲାଣୀ। ଘରୋଇ ଓ ବିଶ୍ବ ବଜାରରେ ସୁନା ଓ ରୂପା ରେଟ୍ ଲକ୍ଷେ ପାର୍ କରି ସାରିଲାଣୀ। ଆଜି ଅକ୍ଟୋବର ୯ ତାରିଖରେ ଭୁବନେଶ୍ଵର ବଜାରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୧ଲକ୍ଷ ୨୪ ହଜାର ୨୦ ଟଙ୍କା (୧୨୪୦୨୦) ରହିଥିବା ବେଳେ ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୧ ଲକ୍ଷ ୧୩ ହଜାର ୮୦୦ (୧୧୩୮୦୦) ଟଙ୍କା ରହିଛି।ଖାଲି ସୁନା ନୁହେଁ ବରଂ ରୂପା ଦର ମଧ୍ୟ ଆକାଶଛୁଆଁ ହୋଇ ଏକ ଗ୍ରାମ କୁ ୧୭୧ ଟଙ୍କା ରେ ପହଞ୍ଚିଛି।


ଏପଟେ ଆଗକୁ ଦୀପାବଳି ଓ ଧନତେରାସ ଥିବାରୁ ମାଲାବାର ଗୋଲ୍ଡ ଆଣ୍ଡ ଜୁଏଲାର୍ସ ଗ୍ରାହକ ଙ୍କ ପାଇଁ ଅଫର୍ ପ୍ରଦାନ କରୁଥିବା ବେଳେ ଦରରେ ଅହେତୁକ ବୃଦ୍ଧି ଗ୍ରାହକ ଙ୍କ ଉପରେ ପ୍ରଭାବ ପକାଇଛି।ଗ୍ରାହକ ଙ୍କ କହିବା ମୁତାବକ ବିବାହ, ବ୍ରତଘର ଆସିଲେ ବିଧି ରକ୍ଷା ପାଇଁ ସୁନା କିଣିବାକୁ ପଡେ ।କିନ୍ତୁ ଅଚାନକ ଏହି ଦର ବୃଦ୍ଧି ପକେଟକୁ ବାଧିବା ସହ ଆବଶ୍ୟକତା ପାଇଁ ବାଧ୍ୟ ହୋଇ ଏହି ଦର ରେ ସୁନା କିଣିବାକୁ ପଡୁଛି ବୋଲି କହିଛନ୍ତି ଗ୍ରାହକ ।


ଏଥିସହ ପଢ଼ନ୍ତୁ: ୯ ମାସରେ ୪୯% ବଢ଼ିଲାଣି ସୁନା ଦର, ରୂପା ମୂଲ୍ୟ ୬୦% ବୃଦ୍ଧି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଚଳିତ ସପ୍ତାହର ସୋମବାର ୨୨ କ୍ୟାରେଟ୍‌ ସୁନା ଦର ୧୨୫୦ ଟଙ୍କା, ମଙ୍ଗଳବାର ୧୧୫୦ ଟଙ୍କା ଓ ବୁଧବାର ୧୭୫୦ ଟଙ୍କା ବଢ଼ିଛି। ସେହି ସମୟରେ ୨୪ କ୍ୟାରେଟ୍ ସୁନା ଦର ଏହି ତିନି ଦିନରେ ଯଥାକ୍ରମେ ୧୩୭୦ ଟଙ୍କା, ୧୨୫୦ ଟଙ୍କା ଓ ୧୯୧୦ ଟଙ୍କା ବୃଦ୍ଧି ପାଇଛି। ତିନି ଦିନରେ ୨୨ କ୍ୟାରେଟ୍‌ ସୁନା ଦର ୪୫୦୦ ଟଙ୍କା ଓ ୨୪ କ୍ୟାରେଟ୍‌ ସୁନା ଦାମ୍ ୪୫୩୦ ଟଙ୍କା ବଢ଼ିଛି। ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୪୦୦୦ ଡଲାରରୁ ଅଧିକ ହେବା ଏବଂ ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ରହୁଥିବାରୁ ସୁନା ଓ ରୁପା ମହଙ୍ଗା ହେଉଛି। କେବଳ ଓଡ଼ିଶା ନୁହେଁ ସାରା ବିଶ୍ବରେ ସୁନା ଦର ବଢ଼ୁଛି। ୨୦୨୫ରେ ବର୍ତ୍ତମାନ ସୁଦ୍ଧା ସୁନା ମୂଲ୍ୟ ୫୬ ପ୍ରତିଶତ ଓ ରୁପା ଦରରେ ୬୯ ପ୍ରତିଶତର ବୃଦ୍ଧି ହୋଇଛି। ଗୋଟିଏ ପଟେ ନିବେଶକମାନଙ୍କ ଲାଗି ଏହି ଦୁଇ ଧାତୁ ବେଶ୍ ଆକର୍ଷଣୀୟ ହୋଇଥିବା ବେଳେ ଗହଣା ବିକ୍ରେତା ଓ ଗ୍ରାହକମାନଙ୍କ ପାଇଁ ଏହାର ଦର ଚିନ୍ତାର କାରଣ ପାଲଟିଛି। ଏଭଳି ଚଢ଼ା ଦରରେ ଗହଣା କିଣିବା ଅନେକ ଗ୍ରାହକଙ୍କ ପାଇଁ କଷ୍ଟକର ହୋଇପଡ଼ିଛି।


ଅନ୍ୟପଟେ ରୁପା ଦର ନିଆଁ ଲାଗିବା ଭଳି ବଢ଼ିଚାଲିଛି । ବୁଧବାର ଭୁବନେଶ୍ବରରେ ରୁପା କେଜି ୨୯୦୦ ଟଙ୍କା ବୃଦ୍ଧି ପାଇ ୧,୭୦,୦୦୦ ଟଙ୍କା ହୋଇଛି । ଖୁବ୍‌ କମ୍ ସମୟ ଭିତରେ ରୁପାରେ ଏଭଳି ବଡ଼ ଧରଣର ବୃଦ୍ଧି ଘଟିଛି । କେବଳ ଚଳିତ ମାସର ପ୍ରଥମ ସପ୍ତାହରେ ରୁପା ମୂଲ୍ୟରେ ପ୍ରାୟ ୧୧ ହଜାର ଟଙ୍କାର ବୃଦ୍ଧି ହୋଇଥିବାରୁ ତାହା ଏଭଳି ଚିନ୍ତାଜନକ ସ୍ତରକୁ ବୃଦ୍ଧି ପାଇଛି ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories

Sponsored
Gold Price | Gold Prices Soar: 22-Carat Gold Nears ₹24 Lakh per 10 Grams | Argus News | Argus News