Odisha Govt / ଦିବ୍ୟାଙ୍ଗଙ୍କ ପାଇଁ 5% ସଂରକ୍ଷଣ; ଭୂମିହୀନଙ୍କୁ ଜମି,ବାସହୀନଙ୍କୁ ପକ୍କା ଘର ଦେବେ ସରକାର

Key Points
ଦିବ୍ୟାଙ୍ଗଙ୍କ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ
ଭୂମିହୀନଙ୍କୁ ଜମି
ବାସହୀନଙ୍କୁ ପକ୍କା ଘର ଦେବେ ସରକାର
ଦିବ୍ୟାଙ୍ଗଙ୍କ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ । ଦାରିଦ୍ର୍ୟ ଦୂରୀକରଣ ଓ ଜୀବନ ଜୀବିକା ଯୋଜନା ଅଧୀନରେ ସରକାରୀ ବିଭାଗ ନିଜର ବାର୍ଷିକ ବଜେଟରେ ଅତିକମରେ ଦିବ୍ୟାଙ୍ଗଙ୍କ ପାଇଁ 5 ପ୍ରତିଶତ ସଂରକ୍ଷଣ ରଖିବେ । 41ଟି ବିଭାଗକୁ ଏହା କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦିଆଯାଇଛି ।
ରାଜ୍ୟରେ ଏବେ 12 ଲକ୍ଷ 44 ହଜାର ଦିବ୍ୟାଙ୍ଗ ରହିଛନ୍ତି । ଭୂମିହୀନ ଦିବ୍ୟାଙ୍ଗମାନଙ୍କୁ ଜମି ଯୋଗାଇବା ଏବଂ ବାସହୀନ ଦିବ୍ୟାଙ୍ଗମାନଙ୍କୁ ପକ୍କା ଘର ନିର୍ମାଣ ସମେତ ଦିବ୍ୟାଙ୍ଗମାନଙ୍କ ପାଇଁ ଉଦ୍ୟୋଗ, ଦକ୍ଷତା ବିକାଶ ଏବଂ ଆତ୍ମନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପର୍ଯ୍ୟାପ୍ତ ବଜେଟ୍ ରଖାଯିବ ।
ଆହୁରି ପଢନ୍ତୁ ବିଧାନସଭାକୁ ଆଜି ବି ଚଳାଇ ଦେଲେନି ବିରୋଧୀ, ୪ଟା ଯାଏଁ ମୁଲତବି
📱 Get Argus News App
✨ବିଭାଗ ଗୁଡିକ ନିଜ ନିଜ କ୍ଷେତ୍ରରେ ଦିବ୍ୟାଙ୍ଗମାନଙ୍କ ଜୀବିକା ପ୍ରୋତ୍ସାହନ ସହିତ ଜଡିତ ସଫଳତାର କାହାଣୀ ଏବଂ ସର୍ବୋତ୍ତମ ଅଭ୍ୟାସଗୁଡ଼ିକୁ ଚିହ୍ନଟ କରି ଡକ୍ୟୁମେଣ୍ଟ କରିବେ ।
ଏନେଇ ନୋଡାଲ ଅଫିସର ନିଯୁକ୍ତି ପାଇଁ ନିର୍ଦ୍ଦେଶ ଉକ୍ତ ଅଧିକାରୀଙ୍କ ବିଷୟରେ ସାମାଜିକ ସୁରକ୍ଷା ବିଭାଗକୁ ଦିଆଯିବ ସୂଚନା । ଦିବ୍ୟାଙ୍ଗଙ୍କ ପାଇଁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବେ ନୋଡାଲ ଅଧିକାରୀ । "ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ" ମାର୍ଗଦର୍ଶିକା ନୀତି ଅନୁଯାୟୀ, "କୌଣସି ଦିବ୍ୟାଙ୍ଗ ବ୍ୟକ୍ତି ପଛରେ ନପଡ଼ିବା" ନିଶ୍ଚିତ କରିବା ପାଇଁ ସାମୂହିକ ପ୍ରତିବଦ୍ଧତାକୁ ପୁନଃସ୍ଥାପନ କରିବେ ।
Related Topics
Explore more stories