Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Odisha Assembly / ବିଧାନସଭାକୁ ଆଜି ବି ଚଳାଇ ଦେଲେନି ବିରୋଧୀ, ୪ଟା ଯାଏଁ ମୁଲତବି

Sushanta Sahoo
Browse all articles by Sushanta Sahoo
·9 months ago·2 min read
ବିଧାନସଭାକୁ ଆଜି ବି ଚଳାଇ ଦେଲେନି ବିରୋଧୀ, ୪ଟା ଯାଏଁ ମୁଲତବି

Key Points

ଶୁକ୍ରବାର ଭଳି ଶନିବାର ବିଧାନସଭାରେ ଦେଖା ଦେଇଛି ଅଚଳାବସ୍ଥା । ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ପରେ ଗୃହରେ ହୋହଲ୍ଲା କରିଥିଲେ ବିରୋଧୀ ସଦସ୍ୟ ।

ଭୁବନେଶ୍ଵର: ପୁଣି ହଟ୍ଟଗୋଳ, ଗୃହ ହେଲା ମୁଲତବି । ଶୁକ୍ରବାର ଭଳି ଶନିବାର ବିଧାନସଭାରେ ଦେଖା ଦେଇଛି ଅଚଳାବସ୍ଥା । ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ପରେ ଗୃହରେ ହୋହଲ୍ଲା କରିଥିଲେ ବିରୋଧୀ ସଦସ୍ୟ । ଫଳରେ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ।


ଗତକାଲି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମାର୍ଦ୍ଧରେ ମାତ୍ର ୪ ମିନିଟ୍ ଚାଲିବା ପରେ ଅପରାହ୍ଣ ୪ଟା ଯାଏଁ ମୁଲତବି ରଖିଥିଲେ ବାଚସ୍ପତି । ଅପରାହ୍ଣରେ ବି ହଟ୍ଟଗୋଳ ଲାଗି ରହିବାରୁ ବାଚସ୍ପତି ପୁଣି ଥରେ ଗୃହକୁ ମୁଲତବି କରିଥିଲେ । ଶନିବାର ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଛି । ଦ୍ଵିତୀୟ ଦିନ ଭଳି ତୃତୀୟ ଦିନ ମଧ୍ୟ ପ୍ରଶ୍ନକାଳ ଓ ଶୂନ୍ୟକାଳ ଧୋଇ ଯାଇଛି ।


ଏଥିସହ ପଢ଼ନ୍ତୁ: ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ଦେହାନ୍ତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଶନିବାର ବିଜେଡି ବିଧାୟକ ସାର ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିବାରୁ ମୁଲତବି ହୋଇଛି ଗୃହ । ସାର ପ୍ରସଙ୍ଗରେ କଂଗ୍ରେସ ବିଧାନସଭାରେ ମୁଲତବି ପ୍ରସ୍ତାବ ଆଣିଥିବା ବେଳେ ବିଜେଡି ସମାନ ପ୍ରସଙ୍ଗରେ ହଟ୍ଟଗୋଳ କରିଛି । ଯାହାକୁ ନେଇ ବିଜେପି କହିଛି, 'ସାର ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଥିଲେ । ବିଜେଡି-କଂଗ୍ରେସ ଦୁଇ ବିରୋଧୀ ମିଶି ଗୃହକୁ ଚଳାଇ ଦେଉ ନାହାନ୍ତି ।'


ଶନିବାର ଗୃହ ଆରମ୍ଭରୁ ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୋକ ପ୍ରସ୍ତାବକୁବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ସମର୍ଥନ କରିଥିଲେ । ଏହା ପରେ ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା ପରେ ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ବାଚସ୍ପତିଙ୍କ ପୋଡ଼ିୟମ୍ ତଳକୁ ଯାଇ ନାରାବାଜି କରିଥିଲେ ବିଜେଡି ବିଧାୟକ । ଆସନକୁ ଯିବାକୁ ବିଧାୟକଙ୍କୁ ବାଚସ୍ପତି ଅନୁରୋଧ କରିଥିଲେ ମଧ୍ୟ ଶୁଣିନଥିଲେ । ଫଳରେ ବାଚସ୍ପତି ଗୃହକୁ ମୁଲତବି ରଖିଛନ୍ତି ।


Related Topics

Explore more stories

Sponsored