Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Huge App Scam: ହ୍ୟୁଜ୍ ଆପ୍ ଠକେଇ ପଛରେ ପୂର୍ବତନ ସେନା କର୍ମଚାରୀ, ମାଷ୍ଟରମାଇଣ୍ଡକୁ ବାନ୍ଧିଲା ପୋଲିସ୍

Santosh Kumar Sahoo
Browse all articles by Santosh Kumar Sahoo
·10 months ago·1 min read
Huge App Scam: ହ୍ୟୁଜ୍ ଆପ୍ ଠକେଇ ପଛରେ ପୂର୍ବତନ ସେନା କର୍ମଚାରୀ, ମାଷ୍ଟରମାଇଣ୍ଡକୁ ବାନ୍ଧିଲା ପୋଲିସ୍

Key Points

ହ୍ୟୁଜ୍ ଆପରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଘଟଣା । ଆପ୍ ଚଲାଉଥିଲା ଅବସରପ୍ରାପ୍ତ ସେନା କର୍ମଚାରୀ । ମୁଖ୍ୟ ଅଭିଯୁକ୍ତକୁ ଭଦ୍ରକରୁ ବାନ୍ଧିଲା କଟକ ସାଇବର ଥାନା ପୋଲିସ।

ହ୍ୟୁଜ୍ ଆପ୍ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ପଛରେ ରହିଛନ୍ତି ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀ । ମୁଖ୍ୟ ଅଭିଯୁକ୍ତ ତଥା ପ୍ରମୋଟର ପାର୍ଥ ସାରଥି ଦାସକୁ ବାଲେଶ୍ବରରୁ ଗିରଫ କରି କୋର୍ଟ ଚାଲାଣ କରିଛି କଟକ ସାଇବର ଥାନା ପୋଲିସ ।


ମୁଖ୍ୟ ଅଭିଯୁକ୍ତ ପାର୍ଥ ସାରଥି ଦାସଙ୍କ ନିକଟରୁ ୬୮ ହଜାର ଟଙ୍କା, ୨ ଲକ୍ଷ ୫୧ ହଜାର ଟଙ୍କା ବ୍ୟାଙ୍କ ଡିପୋଜିଟ , ମୋବାଇଲ ଫୋନ ସହ କିଛି ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ କରାଯାଇଛି । ଜଗତସିଂହପୁର ନିଶ୍ଚିନ୍ତକୋଇଲି, କଟକର ଦରଘାବଜାର ଅଞ୍ଚଳର ୩୦୦ରୁ ଉର୍ଦ୍ଧ୍ବ ଲୋକ ଏହି ହ୍ୟୁଜ୍ ଆପ୍ ମାଧ୍ୟମରେ ଠକେଇର ଶିକାର ହୋଇଥିଲେ । ସେପଟେ ମାଷ୍ଟରମାଇଣ୍ଡ ଠକ ପାର୍ଥ ସାରଥୀକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ । ଏହା ପଛରେ ଆଉ କେଉଁମାନଙ୍କ ସଂପୃକ୍ତି ରହିଛି ସେମାନଙ୍କୁ ଧରିବାକୁ ଉଦ୍ୟମ କରୁଛି ପୋଲିସ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ: ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ନା, ପରିବାର ସହ ଦେଖିଲା ଭଳି କରିବାକୁ ଅପିଲ୍


ସୂଚନା ଅନୁସାରେ, ଲୋକଙ୍କୁ ୧୬ ହଜାର ୫୦୦ ଟଙ୍କା ବିନିଯୋଗ କରିବାକୁ କହି ପ୍ରଥମେ ପଞ୍ଜୀକୃତ କରୁଥିଲେ । ଭିଡିଓକୁ ଷ୍ଟାର ରେଟିଙ୍ଗ ଦେଲେ ଦିନକୁ ୪୧ ଟଙ୍କା ହିସାବରେ ମାସକୁ ଏହି ଟଙ୍କା ପ୍ରଦାନ କରୁଥିଲେ । ଏହି ଭଳି ବିଭିନ୍ନ ସ୍କିମରେ ସେ ଲୋକଙ୍କୁ ଯୋଡିଥିଲେ । ଲୋଭ ଜନ୍ମାଇବା ଲାଗି ପ୍ରାରମ୍ଭିକ ପର୍ଯ୍ୟାୟରେ ଲୋକଙ୍କୁ ଉପହାର ମଧ୍ୟ ଦେଉଥିଲେ । ତେବେ କିଛି ମାସ ଟଙ୍କା ପାଇଲା ପରେ ହଠାତ୍ ଅଗଷ୍ଟ ୧୫ ତାରିଖରେ ଏହି ଆପଟି ବନ୍ଦ ହୋଇଯାଇଥିଲା । ଏନେଇ କଟକ ସାଇବର ଥାନା ଏବଂ କ୍ରାଇମବ୍ରାଞ୍ଚରେ ଅଭିଯୋଗ ହୋଇଥିଲା ।

Sponsored