|
logo
Live
Argus News App
GET APP

Argus News - ୫ ଦିନ ହେଲା ଖସୁଥିଲା ସୁନା-ରୁପା ଦାମ; ଟାରିଫ୍ ଡିଲ୍‌ ପରେ ପୁଣି ବଢ଼ିଲା

Business

Gold Rate Today / ୫ ଦିନ ହେଲା ଖସୁଥିଲା ସୁନା-ରୁପା ଦାମ; ଟାରିଫ୍ ଡିଲ୍‌ ପରେ ପୁଣି ବଢ଼ିଲା

Sushanta Sahoo
Browse all articles by Sushanta Sahoo
·1 month ago·2 min read
୫ ଦିନ ହେଲା ଖସୁଥିଲା ସୁନା-ରୁପା ଦାମ; ଟାରିଫ୍ ଡିଲ୍‌ ପରେ ପୁଣି ବଢ଼ିଲା
Gold and Silver Prices Rebound on MCX After Five-Day Decline

Key Points

ମଙ୍ଗଳବାର ସୁନା ଓ ରୁପା ମୂଲ୍ୟ ହ୍ରାସ୍‌ରେ ବ୍ରେକ୍ ଲାଗିଛି । ଏମସିଏକ୍ସ କାରବାର ଆରମ୍ଭରେ ସୁନା ଓ ରୁପା ଦର ପୁଣି ବଢ଼ିଛି ।
ମୁମ୍ବାଇ: ସୁନା ଓ ରୁପା ଦର ସର୍ବକାଳୀନ ରେକର୍ଡ ଛୁଇଁବା ପରେ ୫ ଦିନ ହେଲା ତଳକୁ ଖସୁଥିଲା । କିନ୍ତୁ ମଙ୍ଗଳବାର ସୁନା ଓ ରୁପା ମୂଲ୍ୟ ହ୍ରାସ୍‌ରେ ବ୍ରେକ୍ ଲାଗିଛି । ଏମସିଏକ୍ସ କାରବାର ଆରମ୍ଭରେ ସୁନା ଓ ରୁପା ଦର ପୁଣି ବଢ଼ିଛି ।

ରୁପା ସୋମବାର ହ୍ରାସ ପାଇ ପ୍ରତି କେଜି ୨ ଲକ୍ଷ ୨୫ ହଜାର ରହିଥିଲା । ଏବେ ଗୋଟିଏ ଝଟ୍‌କାରେ ରୁପା ଦର ୨୧ ହଜାର ଟଙ୍କା ବୃଦ୍ଧି ପାଇଛି । ସେହିଭଳି ସୁନା ମଧ୍ୟ କାରବାର ଆରମ୍ଭରୁ ୫ ହଜାର ଟଙ୍କା ମହଙ୍ଗା ହୋଇଛି ।

ଏଥିସହ ପଢ଼ନ୍ତୁ: ସରପଞ୍ଚ ହେବାକୁ ବାଟ ଓଗାଳୁଥିଲା ୩ ସନ୍ତାନ ନିୟମ; ଝିଅକୁ କେନାଲକୁ ଠେଲିଦେଲା ବାପା

କେତେ ବଢ଼ିଲା ରୁପା ?

ଆଜି ରୁପା ଦର କେଜି ପିଛା ୨୧ ହଜାର ଟଙ୍କା ବଢ଼ିଛି । ସୋମବାର ଏମସିଏକ୍ସରେ ରୁପା କେଜି ପିଛା ୨ ଲକ୍ଷ ୩୬ ହଜାର ୨୬୧ ଟଙ୍କା ରହିଥିଲା । ମଙ୍ଗଳବାର ବଜାର ଖୋଲିବା ମାତ୍ରେ ରୁପା କେଜି ପିଛା ୨ ଲକ୍ଷ ୫୭ ହଜାର ୪୮୦ ଟଙ୍କାରେ ପହଞ୍ଚିଛି ।

ମଙ୍ଗଳବାର ରୁପା ଦର ବୃଦ୍ଧି ସତ୍ତ୍ଵେ ସର୍ବକାଳୀନ ରେକର୍ଡ ଠାରୁ ବେଶ୍ ଶସ୍ତା ରହିଛି ରୁପା । ଜାନୁଆରୀ ୨୯ରେ ଏମସିଏକ୍ସରେ ରୁପା ଦର ପ୍ରଥମଥର ପାଇଁ ୪ ଲକ୍ଷ ଡେଇଁଥିଲା । କେଜି ପିଛା ୪ ଲକ୍ଷ ୩୦ ହଜାର ୪୮ ଟଙ୍କା ରହିଥିଲା ରୁପା ଦାମ । ତାହା ତୁଳନାରେ ଏବେ ରୁପା ୧ ଲକ୍ଷ ୬୨ ହଜାର ୫୬୮ ଟଙ୍କା ଶସ୍ତା ରହିଛି ।

ଏଥିସହ ପଢ଼ନ୍ତୁ: କାର୍‌ରୁ ନେଇ କପଡ଼ା ପର୍ଯ୍ୟନ୍ତ; ଟାରିଫ୍‌ରେ ୩୨ ପ୍ରତିଶତ ହ୍ରାସ୍ କଲା ଆମେରିକା

ସୁନା ବି ଚମକିଲା

ରୁପା ଭଳି ସୁନା ଦର ମଧ୍ୟ ବଢ଼ିଛି । ସୋମବାର ଏମସିଏକ୍ସରେ କାରବାର ବନ୍ଦ ସମୟରେ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୪୩ ହଜାର ୯୯୧ ଟଙ୍କା ରହିଥିଲା । ମଙ୍ଗଳବାର କାରବାର ଆରମ୍ଭରେ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୪୯ ହଜାର ୪୮୫ ଟଙ୍କାରେ ପହଞ୍ଚିଛି । ଅର୍ଥାତ ୧୦ ଗ୍ରାମ ପିଛା ସୁନା ଦର ୫ ହଜାର ଟଙ୍କା ବଢ଼ିଛି ।

ସୁନାର ସର୍ବକାଳୀନ ରେକର୍ଡ ଦର ୧ ଲକ୍ଷ ୯୨ ହଜାର ୯୬ ଟଙ୍କା ଛୁଇଁଥିଲା । ରୁପା ଭଳି ସୁନା ମଧ୍ୟ ଜାନୁଆରୀ ୨୯ରେ ସବୁଠୁ ମହଙ୍ଗା ଥିଲା । ୫ ଦିନ ଧରି ରୁପା ଓ ସୁନା ଦର ଖସି ଚାଲିଥିଲା । ସୁନା ସର୍ବକାଳୀନ ରେକର୍ଡ ଦର ଠାରୁ ଏବେ ୪୩ ହଜାର ୬୧୧ ଟଙ୍କା ଶସ୍ତା ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Gold Rate Today: ୫ ଦିନ ହେଲା ଖସୁଥିଲା ସୁନା-ରୁପା ଦାମ; ଟାରିଫ୍ ଡିଲ୍‌ ପରେ ପୁଣି ବଢ଼ିଲା | Argus News