Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Road Accident / ବ୍ରିଜ ଉପରୁ ୨୦ ଫୁଟ୍‌ ତଳକୁ ଓଲଟିଲା ଲୁହା ଛଡ଼ ବୋଝେଇ ଟ୍ରଲର

Rashmita Mishra
Browse all articles by Rashmita Mishra
·5 months ago·2 min read
ବ୍ରିଜ ଉପରୁ ୨୦ ଫୁଟ୍‌ ତଳକୁ ଓଲଟିଲା ଲୁହା ଛଡ଼ ବୋଝେଇ ଟ୍ରଲର
bridge accident news

Key Points

ବ୍ରିଜ ଉପରୁ ୨୦ ଫୁଟ୍‌ ତଳକୁ ଓଲଟିଲା ଲୁହା ଛଡ଼ ବୋଝେଇ ଟ୍ରଲର
ଡ୍ରାଇଭର ଗୁରୁତର ଆହତ, ବ୍ରହ୍ମପୁର MKCGକୁ ସ୍ଥାନାନ୍ତର
ଖଲ୍ଲିକୋଟ ଥାନା ୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟିରେ ଦୁର୍ଘଟଣା

ବ୍ରିଜ ଉପରୁ ୨୦ ଫୁଟ ତଳକୁ ଓଲଟିଲା ଲୁହା ଛଡ଼ ବୋଝେଇ ଟ୍ରଲର । ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟିରେ ସଡ଼କ ଦୁର୍ଘଟଣା । ବ୍ରିଜ ଉପରୁ ୨୦ ଫୁଟ ତଳକୁ ଓଲଟି ପଡ଼ିଲା ଲୁହା ଛଡ଼ ବୋଝେଇ ଟ୍ରଲର ।

ସୂଚନାନୁଯାୟୀ ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣାଟି ଘଟିଛି । ବ୍ରିଜ ଉପରୁ ୨୦ ଫୁଟ ତଳକୁ ଓଲଟି ପଡ଼ିଲା ଲୁହା ଛଡ଼ ବୋଝେଇ ଟ୍ରଲର । ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ଟ୍ରଲର ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପ୍ରଥମେ ନିକଟସ୍ଥ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରି ପରେ ବ୍ରହ୍ମପୁର ଏମ କେ ସି ଜିକୁ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଗତ ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ଲୁହା ଛଡ଼ ବୋଝେଇ ଟ୍ରଲର ହଠାତ୍ ୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ବ୍ରିଜ ଉପରେ ଭାରସାମ୍ୟ ହରାଇ ପ୍ରାୟ ୨୦ ଫୁଟ ତଳକୁ ଓଲଟି ପଡିଥିଲା । ଯାହା ଫଳରେ ଟ୍ରଲରଟି ଚୁରମାର ହୋଇଯାଇ ଭାଙ୍ଗି ଯାଇଥିବା ବେଳେ ଟ୍ରଲର ଡ୍ରାଇଭର ଗୁରୁତର ଆହତ ହୋଇଥିଲେ ।

ପଢ଼ନ୍ତୁ ଏହି ଖବର: ସତ୍ୟବ୍ରତ ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ଦିନେଶର ଆତ୍ମ ସମର୍ପଣ

ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ତେବେ ଭୁବନେଶ୍ୱରରୁ ଆସିକାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଟ୍ରଲରଟି ପଡ଼ିଥିବା ବେଳେ କ୍ରେନ ସାହାଯ୍ୟରେ ରାସ୍ତାରୁ ଟ୍ରଲର ଟିକୁ ବାହାର କରାଯାଇଛି ।

ସେପଟେ ଟ୍ରାଫିକ ନିୟନ୍ତ୍ରଣ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଦୁଇ ଦିନ ପୂର୍ବରୁ ସେହି ସ୍ଥାନରେ ଏକ ପେପର ରୋଲ ବୋଝେଇ ଟ୍ରକ ଓଲଟିଥିଲା। ବାରମ୍ବାର ଏହି ସ୍ଥାନରେ ବିଭିନ୍ନ ସମୟରେ ଦୂର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Road Accident | Iron Rod-Laden Trailer Overturns 20 Feet Below Bridge, Major Accident | Argus News