Satyabrata Murder / ସତ୍ୟବ୍ରତ ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ଦିନେଶର ଆତ୍ମ ସମର୍ପଣ
·5 months ago·2 min read

Key Points
ସତ୍ୟବ୍ରତ ହତ୍ୟାକାଣ୍ଡ ମାମଲା
ଅଭିଯୁକ୍ତ ଦିନେଶ ଜଗତସିଂହପୁରରେ କଲା ଆତ୍ମସମର୍ପଣ
ଦିନେଶ ଓ ଲିଜାକୁ ଝାଳବୁହା ଜେରା

ଭୁବନେଶ୍ୱର ନୀଳାଦ୍ରି ବିହାର ସତ୍ୟବ୍ରତ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ହତ୍ୟାକାରୀ ଦିନେଶ ଜଗତସିଂହପୁର ସଦର ଥାନାରେ ଆତ୍ମସମର୍ପଣ କରିଛି । ତ୍ରିକୋଣୀୟ ପ୍ରେମକୁ ନେଇ ଘଟିଥିବା ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦିନେଶ ନାୟକର ଘର ଜଗତସିଂହପୁର ଜିଲା ବାଲିକୁଦା ଥାନା ଅରିଲୋ ଗାଁରେ । ଗତକାଲି ରାତିରେ ଦିନେଶ ଚାଲି ଚାଲି ଆସି ଜଗତସିଂହପୁର ସଦର ଥାନାରେ ସରେଣ୍ଡର କରିଥିଲେ । ମୁଖ୍ୟ ଅଭିଯୁକ୍ତ ଦିନେଶ ନାୟକକୁ କଡା ସୁରକ୍ଷା ବଳୟରେ ଜଗତସିଂହପୁର ରୁ ଭୁବନେଶ୍ୱର ଆଣିଥିଲା କମିସନରେଟ ପୋଲିସ। ଚନ୍ଦ୍ରଶେଖରପୁର ଥାନାରେ ଅଟକ ରଖି ରାତି ତମାମ ଜେରା କରିଥିଲା ପୋଲିସ। ପ୍ରଥମେ ଦିନେଶ କୁ ଜେରା କରା ଯାଇଥିଲା ପରେ ପ୍ରେମିକା ଲିଜା ସହ ମୁହାଁ ମୁହିଁ ଜେରା କରା ଯାଇଛି।
ରାଜଧାନୀ ରେ ବହୁ ଚର୍ଚିତ ଡ୍ରାଇଭର ସତ୍ୟବ୍ରତ ପ୍ରଧାନଙ୍କୁ ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ସାଙ୍ଘାତିକ ସିସି ଟିଭି ଫୁଟେଜ | ଗତ 09 ତାରିଖ ରାତି 1.31ମିନିଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରାଣ ବିକଳରେ ଦୌଡୁଛନ୍ତି ସତ୍ୟବ୍ରତ । ଅନ୍ଧାର ରାତିରେ ଜିବନ ବଞ୍ଚାଇବା ପାଇଁ ଏଥିଲା ଶେଷ ପ୍ରୟାସ | ଆଉ ଏକ ସିସିଟିଭି ଭିଜୁଆଲରେ ରାତି 1. 42 ମିନିଟରେ ପ୍ରେମିକା ଲିଜା ଓ ପ୍ରଥମ ପ୍ରେମିକ ଦିନେଶ ଏଣେ ତେଣେ ଘୁରି ବୁଲୁଛନ୍ତି | ସତ୍ୟବ୍ରତ ଗଲେ କୁଆଡେ ଗଳି କନ୍ଦିରେ ଖୋଜୁଛନ୍ତି ହତ୍ୟାକାରୀ ପ୍ରେମୀ ଯୁଗଳ। ଜବତ ସିସିଟିଭିକୁ ପୋଲିସ ଏବେ ଯାଞ୍ଚ କରୁଛି।
ପଢ଼ନ୍ତୁ ଏହି ଖବର: ସତ୍ୟବ୍ରତ ହତ୍ୟା ଘଟଣା: ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ ଦିନେଶ
ସେପଟେ ଦୁର୍ଘଟଣା ହୋଇଥିବା ସତ୍ୟବ୍ରତଙ୍କ କାରକୁ ନେଇ ମଧ୍ୟ ଛାନଭିନ ଚଳାଇଛି ପୋଲିସ | ସତ୍ୟବ୍ରତଙ୍କୁ ହତ୍ୟା କରାଯାଇଥିବା ନେଇ କିଏ ଖବର ଦେଲା ? ସତ୍ୟବ୍ରତଙ୍କ ପାଖରେ ଥିବା କାର ଚାବି କେମିତି ପାଇଲେ ଡ୍ରାଇଭର ? ଏନେଇ ଗାଡି ମାଲିକାଣୀଙ୍କୁ ଜେରା କରୁଛି କମିଶନରେଟ ପୋଲିସ । ଖାଲି ସେତିକି ନୁହେଁ ଲିଜାଙ୍କର ପଡୋଶୀ ମାନଙ୍କୁ ମଧ୍ୟ ଥାନାକୁ ଡାକି ଜେରା କରୁଛି ପୋଲିସ | ସେପଟେ ପୋଲିସ କହିଛି ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଉଛି ଦୀନେଶ । ତା ନାଁରେ ଏକାଧିକ ମାମଲା ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଏହି ମାମଲାରେ ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ସୁରାକ ।
ସତ୍ୟବ୍ରତ ମୃତ୍ୟୁ ପଛରେ ଲୁଚି ରହିଛି ଅନେକ ରହସ୍ୟ | ହତ୍ୟା କାଣ୍ଡ ପଛରେ ତ୍ରିକୋଣିୟ ପ୍ରେମ ନା ଆଉ କିଛି କାରଣ ତାକୁ ନେଇ ଚାଲିଛି ଖୋଳତାଡ଼ |

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories