|
logo
Live
Argus News App
GET APP

Argus News - ବିଜେଡି ନେତାଙ୍କ ବାଚଳାମି ! ଆଦିବାସୀ ବୃଦ୍ଧଙ୍କୁ ଚପଲରେ ପିଟି ବନ୍ଧାହେଲେ

Odisha

Crime In Odisha / ବିଜେଡି ନେତାଙ୍କ ବାଚଳାମି ! ଆଦିବାସୀ ବୃଦ୍ଧଙ୍କୁ ଚପଲରେ ପିଟି ବନ୍ଧାହେଲେ

Sushanta Sahoo
Browse all articles by Sushanta Sahoo
·5 months ago·2 min read
ବିଜେଡି ନେତାଙ୍କ ବାଚଳାମି ! ଆଦିବାସୀ ବୃଦ୍ଧଙ୍କୁ ଚପଲରେ ପିଟି ବନ୍ଧାହେଲେ

Key Points

ମନ୍ଦିର ପରିସର ନିକଟରେ କାହିଁକି ପାଇଖାନା ନିର୍ମାଣ କରୁଛ ? ଆଉ ରତନଙ୍କ ଏହି ପଦିଏ ପ୍ରଶ୍ନ ରାଜେଶଙ୍କୁ ଉତ୍‌କ୍ଷିପ୍ତ କରିଥିଲା । ଗାଁ ଦାଣ୍ଡରେ ହିଁ ରାଜେଶ ଗାଳି ଗୁଲଜ କରିବା ସହ ବୃଦ୍ଧଙ୍କୁ ଟାଣି ଆଣି ଚପଲରେ ଏକାଧିକ ଥର ପିଟିଥିଲେ ।
 

ଭବାନୀପାଟଣା: କ୍ଷମତାରୁ ଯିବା ପରେ ହିତାହତ ଜ୍ଞାନ ଭୁଲି ଗଲେଣି ବିଜେଡି ନେତା ଓ କର୍ମୀ । କେଉଁଠି, କେତେବେଳେ କାହାକୁ କେମିତି ବ୍ଯବହାର କରିବେ, କଥା ହେବେ ଜାଣିପାରୁ ନାହାନ୍ତି । କଳାହାଣ୍ଡି ଜିଲ୍ଲାରେ ଜଣେ ୬୪ ବର୍ଷୀୟ ବୃଦ୍ଧଙ୍କୁ ତଳେ ପକାଇ ଚପଲରେ ମାଡ଼ ମାରି ବନ୍ଧା ହୋଇଛନ୍ତି ବିଜେଡି ସହ ଜଡ଼ିତ ଜଣେ ଯୁବ ନେତା ।

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ପୋଲିସ ଅଭିଯୁକ୍ତ ରାଜେଶ ବଗର୍ତ୍ତୀଙ୍କୁ ଗିରଫ କରିଛି । ରାଜେଶଙ୍କ ଘର ସେହି ଗୋଲାମୁଣ୍ଡା ଥାନା ଦୁଡୁକେଲ ଗାଁରେ । ସୂଚନା ଅନୁସାରେ, ରାଜେଶ ସେହି ଗାଁର ଜଣେ ୬୪ ବର୍ଷୀୟ ଆଦିବାସୀ ବୃଦ୍ଧଙ୍କୁ ମାଡ଼ ମାରିଥିଲେ । ମନ୍ଦିର ନିକଟରେ ପାଇଖାନା ନିର୍ମାଣକୁ ନେଇ ମାଡ଼ ମାରିଥିବା ଜଣାପଡ଼ିଛି ।


ଏଥିସହ ପଢ଼ନ୍ତୁ: ପେଟ୍ରୋଲ୍ ପମ୍ପ ସାମ୍ନାରୁ କାର୍ ଅଟକାଇ ଟେକି ନେଇଥିଲେ, ପାରାଦୀପରୁ ୪ ଜଣଙ୍କୁ ବାନ୍ଧିଲା ପୁରୀ ପୋଲିସ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଖବର ଅନୁସାରେ, ଦୁଡୁକେଲ ଗାଁର ବୃଦ୍ଧ ରତନ ଭୋଇ, ରାଜେଶଙ୍କୁ ପଚାରିଥିଲେ- "ମନ୍ଦିର ପରିସର ନିକଟରେ କାହିଁକି ପାଇଖାନା ନିର୍ମାଣ କରୁଛ ?" ଆଉ ରତନଙ୍କ ଏହି ପଦିଏ ପ୍ରଶ୍ନ ରାଜେଶଙ୍କୁ ଉତ୍‌କ୍ଷିପ୍ତ କରିଥିଲା । ଗାଁ ଦାଣ୍ଡରେ ହିଁ ରାଜେଶ ଗାଳି ଗୁଲଜ କରିବା ସହ ବୃଦ୍ଧଙ୍କୁ ଟାଣି ଆଣି ଚପଲରେ ଏକାଧିକ ଥର ପିଟି ଥିଲେ ।

ଏବେ ଉକ୍ତ ଭିଡିଓ ଭାଇରାଲ୍ ହେଉଛି । ଭିଡିଓରେ ଦେଖା ଯାଉଛି, ଯୁବ ବିଜେଡି ନେତା ରାଜେଶ, ବୃଦ୍ଧଙ୍କୁ ଚପଲରେ ପିଟୁଛନ୍ତି । ପାଖରେ ଥିବା କିଛି ଲୋକ ବୃଦ୍ଧଙ୍କୁ କେଇ ମିନିଟ୍ ଭିତରେ ରାଜେଶଙ୍କ ଠାରୁ ଛଡ଼଼ାଇ ଆଣୁଛନ୍ତି । ଚପଲରେ ପିଟିବା ସହ ଜୀବନରେ ମାରିଦେବାକୁ ରାଜେଶ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ବୃଦ୍ଧ ଜଣଙ୍କ ।


ଏଥିସହ ପଢ଼ନ୍ତୁ: ଧରାପଡ଼ିଲା ମୋଷ୍ଟ ଓ୍ୱାଣ୍ଟେଡ୍‌ ମୁନା ମହନ୍ତି, ଲୁକ୍‌ ଆଉଟ ନୋଟିସ ଜାରି କରିଥିଲା ପୋଲିସ


ଗାଳି ଗୁଲଜ ଓ ଚପଲରେ ମାରିବା ନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ରାଜେଶ ବଗର୍ତ୍ତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାକୁ ଆଦିବାସୀ ସମାଜ ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

Related Topics

Explore more stories

Sponsored
Crime In Odisha: ବିଜେଡି ନେତାଙ୍କ ବାଚଳାମି ! ଆଦିବାସୀ ବୃଦ୍ଧଙ୍କୁ ଚପଲରେ ପିଟି ବନ୍ଧାହେଲେ | Argus News